ପାଣି, ଟ୍ରାଫିକ ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟର ସମାଧାନ ପାଇଁ  ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଅନୁରୋଧ

କରଞ୍ଜିଆ,ପ୍ରବାହ ନ୍ୟୁଜ୍ : କରଞ୍ଜିଆ ରେ  ମୟୁରଭଞ୍ଜ ଜିଲାପାଳ ଓ ଏସ ପି ଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଚାଲିଥିବା ବେଳେ କରଞ୍ଜିଆ ରେ ଲାଗିରହିଥିବା  ପାଣି ସମସ୍ୟା , ଟ୍ରାଫିକ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ କାଟ  ସମସ୍ୟା ସଂପର୍କ ରେ ଲଗାତାର ୩ ଥର ଜିଲ୍ଲାପାଳ ଙ୍କ  ଅଭିଯୋଗ ଶୁଣାଣି କେନ୍ଦ୍ର ରେ ସମାଧାନ ପାଇଁ  ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲା କରଞ୍ଜିଆ ପ୍ରଗତି ମଞ୍ଚ। ପୁଣି ଆଜି ଏହି ଅଭିଯୋଗ ର ଶୁଣାଣି ନ କଲେ ଆନ୍ଦୋଳନ ର ଚେତାବନୀ ଦେଇଥିଲା ମଞ୍ଚ ତେବେ ଜିଲ୍ଲାପାଳ ତୁରନ୍ତ ଏକ କମିଟି ଗଠନ କରିବାକୁ ପି ଏ ଆଇ ଟି ଡି ଏ ଚିତ୍ତ ରଞ୍ଜନ ମହାନ୍ତ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଫିକ ସମସ୍ୟା ନିମନ୍ତେ ଉପଖଣ୍ଡ ପୋଲିସ ଅଧିକାରୀ ନବ କ୍ରିଶ୍ଣ ନାଏକ ଙ୍କୁ ନିର୍ଦ୍ଦେଶ ଦେବା ସହିତ ବସଷ୍ଟାଣ୍ଡ ଯିବାକୁ ଥିବା କଲେଜ ଛକ ରେ ପୋଲିସ ମୃତୟନ ପାଇଁ ନିର୍ବେଶ ଦେଇଥିଲେ। ପାଣି ସମସ୍ୟା ପାଇଁ ଓ ବିଦ୍ୟୁତ ସମସ୍ୟା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଗତି ମଞ୍ଚ ର ସଭାପତି ଦିବ୍ୟପ୍ରସ।ଡ ସାହୁ, ପ୍ରେସ କ୍ଲବ ସଂପାଦକ କର୍ଣାର୍ଜୁନ ସାହା, ସରକାରୀ ଓକିଲ ଜଗ ମୋହନ ମହାନ୍ତ, ବି ଦିବେନ୍ଦୁ ଶେଖର ବେହେରା, ସୁମନ୍ତ ପାତ୍ର, ସତ୍ୟ ବ୍ରତ ମିଶ୍ର, କବିତା ମହାନ୍ତ , ପାର୍ଥ ପ୍ରଶ୍ନ ମିଶ୍ର ପ୍ରମୁଖ ଜିଲ୍ଲାପାଳ ଓ ଏସ ପି ଙ୍କୁ ଭେଟି କରଞ୍ଜିଆ ସହର ରେ ଲାଗିରହିଥିବା ପାଣି  ସମସ୍ୟା , ଅଘୋଷିତ୍ ବିଦ୍ୟୁତ କାଟ ଓ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।କରଞ୍ଜିଆ ରୁ ଗୌରୀ ଶଙ୍କର ସିହ୍ନl

Leave a Reply

Your email address will not be published. Required fields are marked *