ଧାର୍ମିକ ମହିଳା କୌଶଲ୍ୟା
ଏକ ଛୋଟ ସହରରେ କୌଶଲ୍ୟା ନାମକ ମହିଳା ରହୁଥିଲେ।ସେ ଥିଲେ ଭାରି ଧାର୍ମିକ ଶ୍ରେଣୀର।ସାହିର ଯାନିଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ଓଷା ପୂଜା ସମୟରେ ସେ ଆଗତୁରା ବାହାରି ପଡ଼ୁଥିଲେ। ସମୟ ଅସମୟରେ ଗରିବଙ୍କୁ ସହାୟତା ମଧ୍ୟ କରିବାରେ କେବେ କାହାକୁ ନିରାଶ କରୁନଥିଲେ।
ତାଙ୍କର ରହିଥିଲା ଏକ ଛୋଟ ପରିବାର। ପରିବାର କହିଲେ ସ୍ଵାମୀ ଓ ଦୁଇଗୋଟି ପୁଅ।ଝିଅ ଟିଏ ନ ଥିବାରୁ ମନ ଭାରି ଦୁଃଖ। ତଥାପି ବହୁତ ହସ ଖୁସିରେ ସଂସାର ଚାଲିଥାଏ। ସ୍ୱାମୀଙ୍କ ଏକ ବେପାର ଥିଲା। ସେ ସେଥିରେ ବୁଡି ରହୁଥିଲେ। ସେଥିପାଇଁ କୌଶଲ୍ୟାଙ୍କ ଉପରେ ଘରର ସମସ୍ତ ଦାୟିତ୍ୱ ଥିଲା।
ପିଲାଙ୍କ ପାଠ ପଢା ରୁ ଆରମ୍ଭ କରି ସବୁକିଛି।
ପୁଅ ଦୁଇଟି ବଡ଼ ହୋଇ ଚାକିରୀ କଲେ। ଉଭୟ କିନ୍ତୁ ବିଦେଶରେ।ସେଥିପାଇଁ କୌଶଲ୍ୟାଙ୍କ ମନ ଭାରି ଖୁସି। ସମସ୍ତଙ୍କୁ ପୁଅ ଦୁହିଁଙ୍କ ବିଦେଶରେ ଚାକିରୀ କଥା କହି ବୁଲିଲେ।ଏପରିକି ଘରକୁ ଯେକେହି ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଆସିଲେ ସେ କଥା ପ୍ରଥମେ କହିଲେ।
ଏମିତି କିଛିଦିନ ଯିବା ପରେ କୌଶଲ୍ୟା ଚିନ୍ତିତ ଥିବା ମନେ ହେଲା।କାହାକୁ ନକହିଲେ ମଧ୍ୟ ତାଙ୍କର ମୁଖ ମଣ୍ଡଳରୁ ବାରି ହୋଇ ପଡ଼ୁଥାଏ। ତାହାଥିଲା ଉଭୟ ପୁଅ ଙ୍କ ବାହା ଘର ସକାଶେ।
ବିଦେଶରେ ଚାକିରୀ କରୁଥିବାରୁ କେହି ଝିଅ ଦେବାକୁ ମଙ୍ଗୁ ନଥିଲେ। ଯାହାକି ଥିଲା ତାଙ୍କ ପାଇଁ ଚିନ୍ତାର କାରଣ। ସେ ଯାହାବି ହେଉ ସେହି କାର୍ଯ୍ୟ ମଧ୍ୟ ଅଳ୍ପ ଦିନ ମଧ୍ୟରେ ସମାପନ କରିଦେଲେ। ବିଦେଶରେ ଚାକିରୀ କରୁଥିବା ପୁଅ ମାନେ ବୋହୁ ଙ୍କୁ ଧରି ଚାଲିଗଲେ ନିଜ ନିଜର କର୍ମ ସ୍ଥଳୀକୁ।
କୌଶଲ୍ୟାଙ୍କ ଏପଟେ ବୟସ ବଢି ବୃଦ୍ଧାବସ୍ଥା ଆସିଲା। ଘରେ ଏକୁଟିଆ। ସ୍ୱାମୀ ପରିଣତ ବୟସରେ ମଧ୍ୟ ବ୍ୟବସାୟ ରେ ବ୍ୟସ୍ତ ରହୁଥିଲେ।
ଏପରି ସମୟରେ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁଁ ଘରରର ସମସ୍ତ କାର୍ଯ୍ୟ ତୁଲାଇବା କଷ୍ଟ କର ହେଉଥାଏ। ତଥାପି ତାହା ଆସ୍ତେ ଆସ୍ତେ ତୁଲାଇ ଦେଉଥିଲେ। ହଠାତ୍ ଏମିତି ସମୟରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବା ଆରମ୍ଭ ହେଲା। କାମ କରିବା ସହଜ ହେଉ ନଥାଏ। ସ୍ୱାମୀ ଏ ସବୁ ଦେଖି ବ୍ୟବସାୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ।
ପୁଅ ମାନଙ୍କୁ ଏକଥା କହିଲେ। ସେମାନେ ପ୍ରସ୍ତାବ ଦେଲେ ଉଭୟ ଏବେ ଆସି ପାଖରେ ରହିବା ପାଇଁ।
କୌଶଲ୍ୟା ଗାଁର ଯାନିଯାତ୍ରାରହିଛି ସେଠାରେ ତାହା ମିଳିବ ନାହିଁ ବୋଲି କହି ଯିବାକୁ ଅମଙ୍ଗ ହେଲେ। ଏପଟେ ଉଭୟ ପୁଅ ମାଆବାପା ଙ୍କ ସକାଶେ ଚିନ୍ତିତ ରହିଲେ।
ଉଭୟ ପୁଅ ବୋହୁ କିଛିଦିନ ଛୁଟି ନେଇ ଆସିବାର ଚିନ୍ତା କରି ଘରକୁ ଆସିଲେ।
ମାଆ ବାପାଙ୍କ ସମସ୍ତ କଥା ଦେଖି ପୁଣିଥରେ ଅନୁରୋଧ କଲେ ସାଙ୍ଗରେ ଯିବା ପାଇଁ।କିନ୍ତୁ ମାଆ ବାପା ଜନ୍ମ ମାଟିକୁ ଛାଡି ଯିବା ପାଇଁ ଅମଙ୍ଗ ହେଲେ।
ତାପରେ ଉଭୟ ପୁଅବୋହୁ ତାଙ୍କର ଭଲମନ୍ଦ ବୁଝିବା ପାଇଁ ଏକ ସିନା ନାମର ଝିଅ ଯିଏକି ଏକ ସେବିକା ଭାବରେ କାର୍ଯ୍ୟ କରୁଥିଲେ ତାଙ୍କ ଉପରେ ନ୍ୟସ୍ତ କରିଲେ।ତାପରେ କିଛିଦିନ ଛୁଟି କଟାଇବା ପରେ ଯେ ଯାହାର କର୍ମସ୍ଥଳୀ କୁ ଚାଲିଗଲେ।ହେଲେ ସବୁବେଳେ ମାଆବାପାଙ୍କ କଥା ଫୋନ୍ ମାଧ୍ୟମରେ ବୁଝି ବାକୁ ହେଳା କରୁନଥିଲେ। ଯେଉଁ ସେବିକା ଉପରେ ଦାୟିତ୍ୱ ଦେଇ ଗଲେ। ସେ ଥିଲା ଏକ ଭଲ ଝିଅ। ଅଳ୍ପ ଦିନ ମଧ୍ୟରେ ମାଆ ବାପାଙ୍କ ଅତି ପ୍ରିୟ ହୋଇଗଲା। ତାହାର ଆଚାର ବ୍ୟବହାର ଓ ଯତ୍ନ ଯୋଗୁଁ କୌଶଲ୍ୟା ଦେବୀ ପୂର୍ବପରି ଚଳ ଚଞ୍ଚଳ ରହିଲେ।
ସେ ମନେ ମନେ ଭାବିଲେ ଝିଅ ଗୋଟିଏ ନଥିବା ଜାଣି ବୋଧହୁଏ ସ୍ୱୟଂ ଭଗବାନ ଙ୍କ ଏହା ଏକ କରୁଣା ହୋଇପାରେ। ସେଥିପାଇଁ ଭାରି ଖୁସି ଅନୁଭବ ଥିବା କଥା ଦେଖିବାକୁ ମିଳିଲା। ତାଙ୍କ ମନ କଥାକୁ ପ୍ରଥମେ ସ୍ୱାମୀଙ୍କ ଆଗରେ ରଖିଲେ।ଏହି ଯେଉଁ ଝିଅ ଆମର ସେବା କରୁଛି। ସେ ପ୍ରକୃତରେ ଆମର ଝିଅ। ଆମର ଏ ଜନ୍ମରେ ନ ହେଲେ ମଧ୍ୟ କୋଉ ଜନ୍ମରେ ଆମର ଇଏ ଝିଅ ଥିଲା। ତାକୁ ଏବେ ଆମେ ଆମ ଝିଅ ଭାବରେ ରଖିବା। ତମର କେମିତି ମନକୁ ଆସୁଛି। ସେ ହଠାତ୍ ହଁ ଭରିଲେ। ଏହା ଉପଯୁକ୍ତ ହୁଅନ୍ତା। ପୁଅ ବୋହୂ ମାନଙ୍କ ଆଗରେ ଏହି କଥାକୁ କହିବାରୁ ସମସ୍ତେ ଖୁସି ହୋଇ ଏହା ଭଲ ହୁଅନ୍ତା। ଆମର ଭଉଣୀ ନ ଥିବାରୁ ମନ ଭଲ ଲାଗୁନଥିଲା। ଆମର ଏକ ଭଉଣୀ ମିଳିଯାଅନ୍ତା। ତାହା ହିଁ ହେଲା। ସିନାକୁ ଏହା କହିବାରୁ ସେ ମଧ୍ୟ ଭାରି ଖୁସି ହେଲା। ସେ ପ୍ରଥମେ ବହୁତ କାନ୍ଦିଲା। ତାକୁ ଦେଖି କୌଶଲ୍ୟା ବିଚଳିତ ହେଲେ। କଣ ହେଲା ରେ ମାଆ। କିଛି ଅସୁବିଧା ଅଛି କି?
ତାପରେ ସେ କହିଲା ପିଲାଟି ସମୟରୁ ବାପାମାଆ ଙ୍କୁ ହରାଇଥିଲି। ସାହି ପଡ଼ିଶାଙ୍କ ସହାୟତାରେ ଏକ ଅନାଥାଶ୍ରମରେ ବଢିଲି।
ଆପଣ ମାନଙ୍କ ସେବା ଯତ୍ନ କରିବାର ସୁଯୋଗ ପାଇବା ପରେ ମତେ ବହୁତ ଖୁସି ଲାଗିଥିଲା। ମୁଁ ସେଥିପାଇଁ ମୋର ହରାଇଥିବା ମାଆ ବାପାଙ୍କୁ ପାଇଛି ବୋଲି ଅନୁଭବ କରି ନିଜ ଘରେ ରହିଲା ଭଳିଆ ଅନୁଭବ କଲି। କେବେ ମୁଁ କାମ କରିବା ପାଇଁ ଆସୁଥିବା ଭାବି ନଥିଲି। ଆପଣ ମାନଙ୍କ ସ୍ନେହରେ ସମ୍ପୂର୍ଣ୍ଣ ଭାବେ ବାନ୍ଧି ହୋଇଥିଲି।
ଏହି ସମୟରେ ପୁଣି ଛୁଟି ନେଇ ଉଭୟ ପୁଅ ବୋହୁଙ୍କ ପରିବାର କିଛିଦିନ ପାଇଁ ଘରକୁ ଆସିଲେ।
ଏହାଥାଏ ଦୋଳଉତ୍ସବ ସମୟ। ସଂଯୋଗ ବଶତଃ ଏହି ଦିନ ଥିଲା ସିନାର ଜନ୍ମଦିନ।ସମସ୍ତ ପରିବାର ସଦସ୍ୟ ସେଥିପାଇଁ ସିନାର ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଧୁମଧାମରେ ପାଳନ କରନ୍ତି।ପରିବାର ମଧ୍ୟରେ ସିନା ଭଳିଆ ଝିଅକୁ ପାଇ ଖୁସି ରେ ଫାଟି ପଡ଼ୁଥାଏ।
କୌଶଲ୍ୟା ଙ୍କ ଝିଅ ଟିଏ ନ ଥିବା ଦୁଃଖ ଦୂର ହେବା ସହ ସିନା କୁ ମାଆ ବାପା,ଭାଇ ଭାଉଜ ମିଳିଯାଉଥିବାରୁ ସେ ମଧ୍ୟ ଭାରି ଖୁସି ହେଲା।
ଏଣୁ ,ସତେ ସମାଜରେ ଯଦି ପ୍ରକୃତରେ କୌଶଲ୍ୟା ଙ୍କ ଭଳିଆ ମାତା ଓ ସିନା ଭଳିଆ ଝିଅ ଜନ୍ମ ହୁଅନ୍ତେ ଏବଂ ଏହିଭଳିଆ ମନୋଭାବ ପୋଷଣ କରନ୍ତେ ତାହାହେଲେ ସମସ୍ତ ଗୃହ ଏକ ଦେବାଳୟ ରେ ପରିଣତ ହୋଇ ଏକ ସୁସ୍ଥ ସମାଜ ଦେଖିବାକୁ ମିଳନ୍ତା।
ସିତାଂଶୁ ଶେଖର ମିଶ୍ର
ସୋନପୁର,ଶାନ୍ତି ନଗର
ଦୁରଭାଷ .୮୧୪୪୮ ୭୦୭୨୯