ସମ୍ପର୍କ

ଲେଖକ :- ପ୍ରଭାତ ମଲିକ( ଆରକ୍ଷୀ ଉପଖଣ୍ଡ ଅଧିକାରୀ ଖଣ୍ଡପଡା ), (khandapada police sdpo)
ସେଦିନ ଅତି ଆନନ୍ଦ ରେ ଭାବ ବିହୋର ହୋଇ ଘରକୁ ଫେରୁଥିଲା ଫଗୁଣ ହଠାତ ଆମ୍ବ ତୋଟା ରେ ଭେଟ ହୋଇଗଲା ବର୍ଷା ସାଙ୍ଗରେ l ଫଗୁଣ କୁ ଦେଖି ନମ୍ର ହୋଇ ଲାଜେଇ ଯାଇଥିଲା ସେ l ହେଲେ ଫଗୁଣ ସେଦିନ କି ଆନନ୍ଦ ରେ ଆନନ୍ଦିତ ହୋଇଥିଲା କେଜାଣି ସଂଗେ ସଂଗେ ବର୍ଷା କୁ ସଜେଇ ଦେଲା ସ୍ୱର୍ଗ ରାଇଜର ଅପ୍ସରୀପରି l
ଆମ୍ବ ବଉଳଙ୍କ ମହମହ ବାସ୍ନା ରେ ଜୁଡୁବୁଡୁ ହୋଇ ସେ ବାୟାଣୀ ପରି ଘୁରି ବୁଲିଲା ସକାଳ ରୁ ସଞ୍ଜ ଯାଏଁ….. I ସେହି ଅଦେଖା ହାତର ସ୍ପର୍ଶ ରେ ବର୍ଷା ଦେହରେ ଶ୍ରୀ ହରଣ ଖେଳି ଗଲା, ରଙ୍ଗ ବେରଙ୍ଗ ର ପ୍ରଜାପତି ମାନେ ଉଡ଼ିବୁଲିଲେ ତା ଲୋଭନୀୟ ଜୀବନ ର ଚତୁର୍ପାଶ୍ୱ ରେ l କୋଇଲି ରାବିଲେ ବର୍ଷା ପlଦର ବେଗ ବଢ଼ି ଯାଉଥିବା ଆନନ୍ଦ ରେ ହସି ହସି ଗଡି ଯାଉଥିଲା ସେ l ଫଗୁଣ କୁଆଡେ ତାକୁ ଭଲ ପାଉଥିଲା l ଫଗୁଣ ଟା ଖୁବ ଲାଜୁଆ ଥିଲା l ଅନ୍ତର ଅଭିବ୍ୟକ୍ତି ପ୍ରକାଶ କରିପାରୁନଥିଲା ବର୍ଷା ପାଖରେ ହେଲେ ସେ ତାକୁ ଜୀବନଠାରୁ ଅଧିକ ଭଲ ପାଉଥିଲା l ତାର ଖୁସି ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୃତ ମଧ୍ୟ ଥିଲା l ସେ ବର୍ଷା ର ଖୁସି ରେ ଖୁବ ଖୁସି ହେଉଥିଲା ଓ ଦୁଃଖ ରେ ଲୁହ ଗଡ଼lଉଥିଲା l

ସେଦିନ ମନ୍ଦିର ରୁ ଫେରିଲା ବେଳେ ହଠାତ ଫଗୁଣ ସହ ଦେଖା ହୋଇଗଲା ବର୍ଷା ର l ଫଗୁଣ କୁ ଦେଖିବା ମାତ୍ରେ ଗୋରା ତକ ତକ ମୁଁହ ଟା ଲାଜରେ ଲାଲ ପଡିଗଲା l ହେଲେ ଫଗୁଣ ର ଆନ୍ତରରେ ନିବିଡ଼ ଭାବେ ବାନ୍ଧି ହୋଇ ରହିଥିବା ଅକୁହା କଥା ଗୁଡାକ ବନ୍ଧ ଭାଙ୍ଗି ଖୁବ ଜୋରରେ ବାହାରକୁ ବାହାରି ଆସିଲା l ହଠାତ ଫଗୁଣ ପାଟିରୁ ବାହାରି ପଡିଲା ‘ମୁଁ ତୁମକୁ ବହୁତ ଭଲ ପାଏ ବର୍ଷା l’ ଉନ୍ମାଦନା ର ଶ୍ରୀ ହରଣ ଖେଳିଗଲା ବର୍ଷା ଦେହରେ l ନୀରବରେ ଠିଆ ହୋଇଗଲା ସେ : ଫଗୁଣ ଖୁବ ଭଲ ପାଇଗଲା ପ୍ରଥମ ଥର ପାଇଁ ଜୀବନର ସମସ୍ତେ ଲାଜ ଛାଡି ଧୀରେ ଧୀରେ ବର୍ଷା ପାଖକୁ ଯାଇକହିଲା ‘ ସତେଲୋ ବର୍ଷା କାହିଁକି କେଜାଣି ମୁଁ ତୋତେ ମୋ ଜୀବନ ର ସମସ୍ତ ଠାରୁ ଅଧିକ ଭଲ ପାଏ ଆଉ ତୋତେ ଖୁସି କରିବା ପାଇଁ ମୁଁ ଅନେକ କିଛି କରିଯାଏ l ଫଗୁଣ ର କଥାରେ ବର୍ଷା ଆଖିରୁ ଲୁହ ଟୋପା ଆନନ୍ଦ ରେ ଅଶ୍ରୁ ନିଗିଡି ଆସିଲା l ତା ଦେହରେ ଫଗୁଣ ର ଶୀତଳିଆ ପବନ ସ୍ପର୍ଶ କରି ତାକୁ ଆତ୍ମ ବିଭୋର କରିଦେଲା l ଠିକ ସେଇ ସମୟରେ ଆମ୍ବ ଗଛ ଉପରୁ କୋଇଲିଟା ରାବି ସେମାନଙ୍କ ପବିତ୍ର ବନ୍ଧନ ର ଯେମିତି ସ୍ୱୀକୃତି ପ୍ରଦାନ କରୁଥିଲା l ତାପରେ ଗୋଲାପୀ ରଙ୍ଗିଆ ଓଠ ତଳୁ ମୁକ୍ତା ଦାନ୍ତ ପରି ଦାନ୍ତ ଗୁଡିକ ଏକ ମୁରୁକି ହସ ଫୁଟାଇ ଥିଲା ଓ ନଶୁଣିଲା ପରି ଚାଲି ଯାଉଥିଲା ବର୍ଷା ହେଲେ ପଣତ ର ବନ୍ଧନ ଟାଣି ନେଉଥିଲା ତାକୁ ଫଗୁଣ ପାଖକୁ, ଫଗୁଣ ମଧ୍ୟ ବେଶ ଅନୁଭବ କରିପାରୁଥିଲା ବର୍ଷର ଭାବ ପ୍ରବଣତା ଓ ସ୍ୱୀକୃତି କୁ l
ଧୀରେ ଧୀରେ ସମୟ ସେମାନଙ୍କ ଦୂରତ୍ୱ କୁ କମାଇ ଭଲ ପାଇବାର ଘନତ୍ଵ କୁ ବେଶ ବଢ଼ାଇଦେଲା l ସେମାନଙ୍କ ଆଖିରେ ଅନେକ ରଙ୍ଗୀନ ସ୍ୱପ୍ନ ଭରି ଦେଲା l
ବର୍ଷା ର କୁଆଡେ ବାହାଘର ହବ l କୁଣିଆ ଆସିଛନ୍ତି l ମନେ ମନେ ବର୍ଷା ଖୁବ ପ୍ରତିବାଦ କରୁଥିଲା l ଆଉ ମନକୁ ଖୁବ ପ୍ରଶ୍ନ କରୁଥିଲା ଫଗୁଣ ଠାରୁ ସେ ବର କଣ ଏତେ ସୁନ୍ଦର? ଫଗୁଣ ପରି ସେ କଣ ଏତେ ଶିକ୍ଷିତ ? ଫଗୁଣ ପରି ସେ କଣ ମୋ ମନକୁ ସଜାଡି ପାରିବ ଫୁଲ ର ପାଖୁଡା ରେ ? ଫଗୁଣ ର ଫଗୁ ପରି ସେ କଣ ମୋତେ ରଙ୍ଗେଈ ପାରିବ ପ୍ରେମ ର ବାରି ଢାଳି ? ଏଣେ ସହର ର ବଡ ବଡ଼ ଦୋକାନରେ ପଶି ନାଲି ପlଟ ଶାଢ଼ୀ, ସିନ୍ଦୁର ଡବl,ଶଙ୍ଖା ଏମିତି କେତେ କଣ କିଣୁଥିଲା ଫଗୁଣ l ଆସନ୍ତା ତିଥିରେ ତାକୁ ସବାରୀରେ ବସାଇ ବୋହୁ କରି ନେବ l ନୂଆ ସଂଶାର ଟେ ଗଢିବ…. ତା ଫେରିବା ବାଟକୁ ଚାହିଁ ବସିଥିବେ ଗାଁ ର କୁନି କୁନି ପୁଅ ଝିଅ ମାନେ…..l *

ସେଦିନ ସକାଳୁ ସକାଳୁ ଆମ୍ବ ତୋଟା ଆଡେ ବର୍ଷା କୁ ଖୁସି ର ଖବରଟା ଏ ଦେବା ପାଇଁ, ବାହାରିଥିଲା ହେଲେ ବର୍ଷା ବଉଳ ପାଟ ପିନ୍ଧି, ପାଦରେ ଅଳତା ଲଗାଇ ନଇଁ ନଇଁ ଯାଉଥିଲା ବେଦି ଉପରକୁ ଆଖିରେ ଆଖିଏ ଲୁହ ନେଇ ବୋଲି ଖବର ପାଇଥିଲା l ଧର୍ଯ୍ୟ ର ବନ୍ଧ ଭାଙ୍ଗି ଯାଇଥିଲା ଫଗୁଣ ର ପ୍ରତିବାଦ ର ସ୍ୱର ପରିବର୍ତ୍ତେ ଆଖିରେ ଆଖିଏ ଲୁହ ନେଇ ସେ ଯାଇଥିଲା l ଆମ୍ବ ତୋଟାକୁ ଯାହାକି ସେମାନଙ୍କର ଭଲ ପାଇବାର ମୂଳ ସାକ୍ଷୀ l କୋଇଲି ଟା ବି ସେମାନଙ୍କ ଦୁଃଖରେ ଲୁହ ଗଡାଉ ଥିଲା ଓ ବାହାଘର ବିରୋଧ ରେ ସ୍ୱର ଉତ୍ତାଳନ କରିଥିଲା l ତେଣୁ ସେ ସ୍ଥିର ଭାବେ ରହିପାରୁନଥିଲା l ଖାଲି ବର୍ଷା ପାଖରୁ ଫଗୁଣ ପାଖକୁ ଉଡ଼ିବୁଲୁଥିଲା ବୋଧେ l ବେଦି ଉପରୁ ଆଖିରେ ଆଖିଏ ଲୁହ ଧରି ବର୍ଷା ମନେ ମନେ କହୁଥିଲା ଯେମିତି- ‘କୋଇଲିଲୋ’ ତୋ ଦୁଃଖ ମୁଁ ବୁଝି ପାରୁଛି, ସମାଜ କୁ ଡରି ମୁଁ ବେଦି ରେ ବସିଛି l ମୋ ରାଣ ତୋତେ, ଫଗୁଣ କୁ କହିବୁ ବୁଝାଇ, ଏ ବର୍ଷା ସିନା ବେଦିରେ ବସିଛି ଦେହକୁ ସଜାଇ, ହେଲେ ବର୍ଷାର ହୃଦୟ ଟା ରହିଅଛି ବନ୍ଧା,ଫଗୁଣ ପାଖରେ ଚିର ଦିନ ପାଇଁ…… I
ଅଖୟ ହୋଇ ରହିଗଲା ଫଗୁଣ ର ପ୍ରେମ ଓ ପ୍ରଣୟ l ସମାଜ କୁ ଡରି ଫଗୁଣକୁ ପଛ କରି ଚାଲିଗଲା ଚିରଦିନ ପାଇଁ ବର୍ଷା ଆଖିରେ ଆଖିଏ ଲୁହ ଧରି l ଏ ଭୁଲ କାହାର, ଫଗୁଣର ? ନା ବର୍ଷାର ?? ନା ସମାଜ ର ??? ନା ସୃଷ୍ଟି ର ????