ପଞ୍ଜୀକୃତ ହେଲା ସିଟି ହୋମ୍‌: ବାସିନ୍ଦାମାନଙ୍କର ରହଣୀରେ ଏକ ଉକୃଷ୍ଟ ପଦକ୍ଷେପ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭୁବନେଶ୍ୱରର ମୌଜା-ଘାଟିକିଆରେ ଥିବା ସିଟି ହୋମ୍ ଆସୋସିଏସନ୍ ଆନୁଷ୍ଠାନିକ ଭାବରେ ୧୯ ସେପ୍ଟେମ୍ବର ୨୦୨୪ ରେ ଓଡିଶା ଆପାର୍ଟମେଣ୍ଟମାଲିକାନା ଏବଂ ପରିଚାଳନା ଅଧିନିୟମ ୨୦୨୩ ଅନୁଯାୟୀ ପଞ୍ଜିକୃତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବାସିନ୍ଦାଙ୍କ ପାଇଁ ଉତ୍ତମ ପରିଚାଳନା ଏବଂ ସାମଗ୍ରିକ ବିକାଶକୁୁ ସୁନିଶ୍ଚିତ କରିବ।
ନବ ଗଠିତ ଆସୋସିଏସନ୍‌ର ସଭାପତି ଭାବରେ ଏକ୍ତା ଆଚାର୍ଯ୍ୟ, ସମ୍ପାଦକ ଭାବରେ ବଲ୍ଲଭ କୁମାର ବିଶ୍ୱାଳ ଏବଂ କୋଷାଧ୍ୟକ୍ଷ ଭାବରେ ଇଶ୍ୱର ଚନ୍ଦ୍ର ସ୍ୱାଇଁ ନେତୃତ୍ୱ ନେଇଛନ୍ତି। ଏହି ବ୍ୟକ୍ତବିଶେଷମାନେ ନିଜର ଅଭିଜ୍ଞତା ଏବଂ ଉତ୍ସର୍ଗୀକୃତତାକୁ ନବ ଗଠିତ ଆସୋସିଏସନ୍‌ରେ ଯୋଡିବା ସହିତ ବାସିନ୍ଦା ମାନଙ୍କ ସୁବିଧା ପାଇଁ କାର୍ଯ୍ୟରତ ହେବେ।
ସିଟି ହୋମ୍ ଆସୋସିଏସନ୍ ଗଠନରେ ଇଭୋସ୍‌ର ଦେବୀପ୍ରସାଦ ମହାପାତ୍ରଙ୍କର ଅବଦାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାରୀ ପଞ୍ଜୀକରଣ ପ୍ରକିୟାରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସମେତ ନରେନ୍ଦ୍ର କୁମାର ସେଠୀ ଏବଂ ଡକ୍ଟର କଳିଙ୍କର୍ ସେନାପତି ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ସମ୍ପ୍ରଦାୟରେ ଏକ ମାନଦଣ୍ଡ ସୃଷ୍ଟି କରିବ।
ଏହି ଆସୋସିଏସନ୍‌ର ଶୁଭାରମ୍ଭ ଇଭୋସ୍ ବିଲ୍ଡକନ୍ ବିଶିଷ୍ଟ ସଦସ୍ୟ ସୁଜାତା ପଟ୍ଟନାୟକ, ସିଆର୍‌ଏମ୍ ଏବଂ ଅପରେସନ୍ ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତବ୍ୟ ଦେଇ ଇଭୋସ୍ ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ଗର୍ବ ଅନୁଭବ କରି କହିଛନ୍ତି, “ଏହି କାର୍ଯ୍ୟକ୍ରମ ଆତ୍ମନିର୍ଭରଶୀଳ ତଥା ଦାୟିତ୍ୱବାନ ସମ୍ପ୍ରଦାୟ ଗଠନ ଦିଗରେ ଏକ ଆଦର୍ଶ ପଦକ୍ଷେପ। ଇଭୋସ୍ ବିଶ୍ୱାସ ରଖେ ବାସିନ୍ଦାଙ୍କୁ ସେମାନଙ୍କ ଭବିଷ୍ୟତର ମାଲିକାନା ନେବାକୁ ସଶକ୍ତ କରିବ ଏବଂ ସିଟି ହୋମ୍ ଆସୋସିଏସନ୍ ଗଠନ ଏହି ପଦକ୍ଷେପର ଏକ ପ୍ରମାଣ”।
ସିଟି ହୋମ୍ ଆସୋସିଏସନ୍ ରହଣୀର ଗୁଣବତ୍ତାରେ ଉନ୍ନତି, ପରିସରର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଏବଂ ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁସଙ୍ଗତ ତଥା ସହାୟକ ପରିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ।
ଇଭୋସବିଲ୍ଡକନ୍ ହେଉଛି ଏକ ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭେଲ୍ପର୍ ଯାହାକି ସ୍ଥାୟୀ ଏବଂ ଗୁଣାତ୍ମକ ଗୃହ ନିର୍ମାଣ କରିବାକୁ ପ୍ରତିବଦ୍ଧିତ। ଗ୍ରାହକଙ୍କ ସୁବିଧା ଉପରେ ଧ୍ୟାନ ଦେଇ, ଆମର ସମସ୍ତ ପ୍ରକଳ୍ପରେ ସମାଜରେ ବସବାସ ପାଇଁ ଉନ୍ନତି ଆଣିବାକୁ ନିରନ୍ତର ପ୍ରୟାସ କରୁଛୁ।

Leave a Reply

Your email address will not be published. Required fields are marked *