ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଆରବିଆଇ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର, ନଭେମ୍ବର ୨୩, ୨୦୨୩: ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ପକ୍ଷରୁ ମିଳିତ ଭାବେ ମୁମ୍ବାଇଠାରେ ଆୟୋଜିତ ଏହାର ପ୍ରମୁଖ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ ବାର୍ଷିକ କାର୍ଯ୍ୟକ୍ରମ ଏଫ୍‌ଆଇବିଏସି-୨୦୨୩ରେ ଫିକିର ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ଼ (ଇମ୍ଫା) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଉଦ୍‌ବୋଧନ ଦେଇଛନ୍ତି ।


ଉକ୍ତ କାର୍ଯ୍ୟକ୍ରମରେ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏସ୍‌ବିଆଇ ଅଧ୍ୟକ୍ଷ ଶ୍ରୀ ଦିନେଶ ଖାରା ଏବଂ ଆକ୍ସିସ୍ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମିତାବ ଚୌଧୁରୀ ଉପସ୍ଥିତ ଥିଲେ ।


ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, “ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର କ୍ରମାଗତ ବିକାଶରେ ଆରବିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାର ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବ୍ୟାଙ୍କ୍‌ଗୁଡ଼ିକ ସୁଦୃଢ ହେବା ସହିତ ଭାରତର ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟତା କରିବାକୁ ସକ୍ଷମ ହୋଇପାରିଛନ୍ତି ।”


ସେହିପରି ଶ୍ରୀ ଦାସ କହିଛନ୍ତି ଯେ, “ଆରବିଆଇ ବିଭିନ୍ନ ବାହ୍ୟ ଦିଗଗୁଡ଼ିକୁ ବିଚାରକୁ ନେଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଉପରେ ନିରନ୍ତର ଭାବେ ଧ୍ୟାନ କେନ୍ଦ୍ରିତ କରିବ ।”

Leave a Reply

Your email address will not be published. Required fields are marked *