ରାୟଗଡା ବ୍ଲକ୍ ସରପଞ୍ଚ ମହାସଂଘ କଲମ ଛାଡ ଆନ୍ଦୋଳନ

ରାୟଗଡା-୨୨-୦୯:(ପ୍ରବାହ ନିୟୁଜ): ରାଜ୍ୟ ସରପଞ୍ଚ ମହା ସଂଘ ଡାକରା ଦେଇଥିବାରୁ ଗତ ଚଳିତ ମାସ 14 ତାରିଖ ଦିନ 15 ଦଫା ଲିଖିତ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ମନ୍ତ୍ରୀ ଚଳିତ ମାସ 22 ତାରିଖ ସୁଦ୍ଧା ସରପଞ୍ଚ ମାନଙ୍କ ଦାବି ପତ୍ର ବିଚାର କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ମନ୍ତ୍ରୀ ସରପଞ୍ଚ ମହା ସଂଘକୁ ଅଣଦେଖା କରିଥିବାରୁ ଗତ କାଲି ଚଳିତ ମାସ 22 ତାରିଖ ସନ୍ଧ୍ୟା 04 ଘଣ୍ଟା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେମାନେ କହିବା ଅନୁସାରେ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରି ଆସୁଛନ୍ତି ରାଜ୍ୟ ସରକାର।ପଞ୍ଚୟତରାଜ ବ୍ୟବସ୍ଥା ଗ୍ରାମାଞ୍ଚଳକୁ ସୁଦୃଢ କରିବା ପାଇଁ ୭୩ତମ ଅଧ୍ଵନିୟମ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶ ମାଧ୍ୟମରେ ଗ୍ରାମ ପଞ୍ଚାୟତର ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି । ଯାହାକି ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ସ୍ୱାକ୍ଷରରେ ଗ୍ରାମ ପଞ୍ଚାୟତର ସବୁ ଯୋଜନାର ଅର୍ଥ ପୈଠ କରିପାରୁଥିଲେ ।
ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଟଙ୍କା ଆସୁଥୁଲେ ବି.ଡି.ଓ.ଙ୍କ କାଉଣ୍ଟର ସାଇନ୍ କରିବା ପାଇଁ ଉଲ୍ଲେଖ ଅଛି, କିନ୍ତୁ ପ୍ରକୃତରେ ଗ୍ରାମ ପଞ୍ଚାୟତକୁ ସେତିକି ଟଙ୍କା ଆସୁନାହିଁ । ଏଣୁ ବି.ଡି.ଓ. ଙ୍କ କାଉଣ୍ଟର ସାଇନ୍ ହଟାଯାଉ। ସରପଞ୍ଚମାନଙ୍କୁ ଗ୍ରାମ ପଞ୍ଚାୟତର ଭୋଟରମାନେ ସିଧାସଳଖ ଭାବରେ ନିର୍ବାଚିତ କରୁଛନ୍ତି | ଏଣୁ ୱାର୍ଡ ସଭ୍ୟ/ ସଭ୍ୟଙ୍କ ଦ୍ଵାରା କରାଯାଉଥିବା ଅନାସ୍ତା ପ୍ରସ୍ତାବକୁ ବନ୍ଦ କରାଯାଉ । ରାୟଗଡ଼ାରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ