୨୭ ହଜାର କୋଟି ଟଙ୍କା ନିବେଶରେ ୨୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏନଏଲସି ତାଲାବିରା ତାପଜ ବିଦ୍ୟୁତ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନବରତ୍ନ ପବ୍ଲିକ ସେକ୍ଟର ଏଂଟରପ୍ରାଇଜେସ୍ ଏନ୍‌ଏଲସି ଇଣ୍ଡିଆ ଲିମିଟେଡ୍ ୨୭,୨୧୨ କୋଟି ଟଙ୍କା ବିନିଯୋଗ ରେ ଓଡିଶାର ଝାରସୁଗୁଡା ଜିଲ୍ଲାର ତାଲାବିରା ଠାରେ ୨୪୦୦ ମେଗାୱାଟ କୋଇଲା ଆଧାରିତ ଅଲଟ୍ରା ସୁପର କ୍ରିଟିକାଲ ପିଟ ହେଡ ଥରମାଲ ପାଓା୍ୱର ପ୍ରୋଜେକ୍ଟ ସ୍ଥାପନ କରୁଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୮୦୦୦ କୋଟିରୁ ଅଧିକ ଟଙ୍କା ବିନି ଯୋଗ ସହିତ ୮୦୦ ମେଗାୱାଟ ମଧ୍ୟ ଯୋଜନା କରାଯାଇଛି । ଫେବୃଆରୀ ୦୩, ୨୦୨୪ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ଙ୍ଘ୮୦୦ ମେଗାୱାଟ ଏନ୍‌ଏଲସି ଇଣ୍ଡିଆ ତାଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ ।


ଏକ ପିଟ୍ ହେଡ ପ୍ରକଳ୍ପର ପାଇଁ ଏନ୍‌ଏଲସି ଇଣ୍ଡିଆ ଲିମିଟେଡର ନିକଟବର୍ତୀ ତଲାବିରା-୨ ଏବଂ- ୩ ଖଣିରୁ ଏହି ୟୁନିଟ ପାଇଁ କୋଇଲା ଯୋଗାଣ କରାୟିବ । ଇକୋ-ଫ୍ରେଣ୍ଡଲି କନଭେୟର ସିଷ୍ଟମ ମାଧ୍ୟମରେ, ସଡ଼କ ଏବ ରେଳ ପରିବହନ ପାଇଁ କୌଣସି ଖର୍ଚ୍ଚକ ୁସାମିଲ ନ କରି ଏହି ପ୍ରକଳ୍ପ ଦ୍ୱାରା ଦେଶର ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରେ ସବୁଠାର ଶସ୍ତାଦରରେ ବିଦ୍ୟୁତ ଯୋଗାଣ ହୋଇପାରିବ । ଏହି ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟରେ ଓଡ଼ିଶା ଏବଂ ଅନ୍ୟ ଦକ୍ଷିଣ ହିତାଧିକାରୀ ରାଜ୍ୟ ଗୁଡ଼ିକୁ ୧୭୮୭ କୋଟି ୟୁନିଟ ବିଜୁଳ ିଯୋଗାଇ ଦେବ ଓ ଏହି ପ୍ରକଳ୍ପ ଉଭୟ ଷ୍ଟେସନର ନିର୍ମାଣ ଏବଂ ପରିଚାଳନା ପର୍ଯ୍ୟୟରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟ ିକରିବ । ଏହି ପ୍ରକଳ୍ପ ଦ୍ୱାରା ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟିହେବ । ଏହିପ୍ରକଳ୍ପ ଏହି ଅଂଚଳର ଲୋକଙ୍କ ଜୀବନରେ ପରିବର୍ତନ ଆଣିବ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ଯଥେଷ୍ଟ ପ୍ରୋତ୍ସାହନ ଦେବ ।


ଏହି ପ୍ରକଳ୍ପ ସ୍ୱଦେଶୀ ଉପକରଣ ସହିତ ଆତ୍ମନିର୍ଭର ଭାରତର ଏକ ସ୍ଥାଯ଼ୀ ଉଦାହରଣ ଏବଂ ଏହାର ଅନ୍ତର୍ନିହିତ ଲାଭ ହେତୁ ମିଶନ ମୋଡରେ ଅଧିକ ପିଟ ହେଡ୍ଥ ର୍ମାଲ୍ପାୱାର ଷ୍ଟେସନ ପ୍ରତିଷ୍ଠା କରିବାର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପୂରଣ କରିବାର ଏକ ଉପଯୁକ୍ତ ଉଦାହରଣ ।

Leave a Reply

Your email address will not be published. Required fields are marked *