‘ପ୍ରେସ-ଇମ୍ପ୍ରେସ ମିଡିଆ କ୍ଲବ’ର ବାର୍ଷିକ ଉତ୍ସବ

ଗଣମାଧ୍ୟମ ହିଁ ସାଧାରଣ ଲୋକଙ୍କ ସ୍ୱର’
ବାଲେଶ୍ୱର,(ପ୍ରବାହ ନ୍ୟୁଜ୍) : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସାମ୍ବାଦିକ ସଂଗଠନ ‘ପ୍ରେସ ଇମ୍ପ୍ରେସ ମିଡିଆ କ୍ଲବ’ର ବାର୍ଷିକ ଉତ୍ସବ ସ୍ଥାନୀୟ ଭେନ୍ୟା ପାରାଡାଇଜ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଉତ୍ସବକୁ ଉଦ୍ଘାଟନ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଗଣମାଧ୍ୟମ ବା ସାମ୍ବାଦିକ ଆଶାବାଡ଼ି ସଦୃଶ ବୋଲି କହିଥିଲେ। ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ଜଣେ ସାମ୍ବାଦିକ ଖବର ଜରିଆରେ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା କରିଥାଏ। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ।
ସଂଗଠନର ସଭାପତି ବରିଷ୍ଠ ସାମ୍ବାଦିକ ଉଜ୍ଜଳ ଚନ୍ଦ୍ର କରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଦୈନିକ ଖବର କାଗଜ ‘ପ୍ରବାହ’ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର, ‘ବିଶ୍ୱବାଣି’ ତ୍ରିଭାଷୀ ଖବରକାଗଜର ସମ୍ପାଦକ ଅର୍ଜୁନ କୁମାର ମୁଦୁଲି, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ସମାଜସେବୀ ଅଜୟ କୁମାର ବିଶ୍ୱାଳ ଓ ଜନପ୍ରିୟ ଖବର କାଗଜର ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସାଧାରଣରେ ବିଶ୍ୱାସ ହରାଇଛି କି ଗଣମାଧ୍ୟମ’ ଶୀର୍ଷକ ଉପରେ ମତାମତ ରଖିଥିଲେ। ସାଧାରଣ ଲୋକଟି ସବୁଆଡ଼ୁ ନିରାଶ ହେବା ପରେ ଗଣମାଧ୍ୟମ ପ୍ରତି ତା’ର ଭରସା ବଢ଼ିଥାଏ। ଖବର ମାଧ୍ୟମରେ ଗଣମାଧ୍ୟମ ଉଭୟ ପ୍ରାଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଧାରଣ ଲୋକଙ୍କ ସମସ୍ୟା ସାମାଧାନରେ ସହାୟକ ହୋଇଥାଏ। ଅତଏବେ ଗଣମାଧ୍ୟମ ହିଁ ସାଧାରଣ ଲୋକର ଆଶାବାଡ଼ି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।


ନିଜ ପରିବାରର ଉନ୍ନତିକୁ ଗୁରୁତ୍ୱ ନଦେଇ ସମସ୍ତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରୁଥିବା ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବା ଉଚିତ ବୋଲି ଅତିଥି କହିଥିଲେ। ସମାଜର ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସଂଗଠନ ପକ୍ଷରୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଦୀପ୍ତ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ସଂଗଠନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ କଥା ରଖିଥିଲେ। ଅଭୟ ଦାସ ଶେଷରେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଉତ୍ସବରେ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ଥିବା ବିଶ୍ୱବ୍ୟାପି ବ୍ୟକ୍ତିଙ୍କ ବିରଳ ଫଟୋଚିତ୍ରକୁ ସ୍ତମ୍ଭକାର ସର୍ବେଶ୍ୱର ଦାସ ଏକ ପ୍ରଦର୍ଶନୀ ସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକୁ ସୁଶାନ୍ତ କୁମାର ଦାସ, ସୁଶୀଳ ଜେନା, ଅଜିମ ବାଲେଶ୍ୱରୀ, ବାସୁଦେବ ରାଉଳ, ପ୍ରଭାତ ଶର୍ମା, ଦୀପକ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଭାତ କୁମାର ଶର୍ମା, ସ୍ୱାଗତିକା ବାରିକ, ମୋନାଲିସା ପଣ୍ଡା, ସୁଦାମ ପାତ୍ର, ଉମାକାନ୍ତ ରାଉତ, ଚକ୍ରଧର ସିଂ, ରାମଚନ୍ଦ୍ର ମହଲ, ଧୀରେନ୍ଦ୍ର ନାୟକ, ପାର୍ଥସାରଥୀ ଦାଶବାବୁ, ତରୁଣ କୁମାର କର, କରୁଣାକର ଭୂୟାଁ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।