ରାଷ୍ଟ୍ରୀୟ ନବ ନିର୍ମାଣ ପାର୍ଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର:ତା 1.2 ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରାଷ୍ଟ୍ରୀୟ ନବ ନିର୍ମାଣ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିର୍ବାଚନ କମିଶନଙ୍କ ଦଳ ଚିହ୍ନ ପାଇଁ ଟାଳଟୁଳ ଓ ଅଯଥା ହଇରାଣ ହରକତ କରୁଥିବା ଅଭିଯୋଗ ଉଠାଇଛନ୍ତି ।


ଦଳ 2014 ମସିହା ଠାରୁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ନିର୍ବାଚନ ସଙ୍କେତ ଦେଉ ନାହାନ୍ତି । ଏଥିପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା । ମାନ୍ୟବର ଉଚ୍ଚ ଅଦାଲତ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଇଯଲାସ ରେ ଯେହେତୁ ରାଷ୍ଟ୍ରୀୟ ନବ ନିର୍ମାଣ ପାର୍ଟି ନିର୍ବାଚନ ରେ ଭାଗ ନେବାପାଇଁ କୌଣସି ଅସୁବିଧା ନାହିଁ ତେଣୁ ଆସନ୍ତା ଏକମାସ ମଧ୍ୟରେ ନୂଆ କରି ଦରଖାସ୍ତ ଦାଖଲ କରିବେ । ନିର୍ବାଚନ କମିଶନ ଦରଖାସ୍ତ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରମାଣ ପତ୍ର ଓ ସରକାରୀ ନିୟମ ପ୍ରକାରେ ଦରକାର କାଗଜ ପତ୍ର ଯାଞ୍ଚ କରି ପର ତିନି ମାସ ମଧ୍ୟରେ ଦଳୀୟ ସଙ୍କେତ ଯୋଗାଇ ଦେବାକୁ ଆଦେଶ ଜାରି କରିଛନ୍ତି ।


ଦଳର ପ୍ରମୁଖ ଶ୍ରୀହରି ପଟ୍ଟନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଯଦି ନିର୍ବାଚନ କମିଶନ ଦରଖାସ୍ତ ର ଉପଯୁକ୍ତ ସମୟ ରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଅଦାଲତ ଅବମାନନା ମାମଲା ରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଲଢ଼ିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ପ୍ରେସ ମିଟ ରେ ସୂଚନା ଦେଇ ଦଳ ସମ୍ପାଦକ ଦୀପକ କୁମାର ନାୟକ, ଉପସଭାପତି ସତିଶ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ସମେତ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଦଳର ଆଗାମୀ କାର୍ଯ୍ୟକ୍ରମ ଓ ସାଂଗଠନିକ ସୁଦୃଢ ନିମନ୍ତେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *