ପ୍ରତିଧ୍ୱନି ପ୍ରୀମିଅର ଲିଗ୍: କଜ୍ଜଳପୂର୍ କୁ ହରାଇ ଖୋର୍ଦ୍ଧା ଚମ୍ପିଆନ

ଫୁଲନଖରା,୧୨/୦୬:କଟକ ସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମ ଖେଳ ପଡିଆରେ ଅଗ୍ରଣୀ ସାମାଜିକ ସାମାଜିକ ସଂଗଠନ “ପ୍ରତିଧ୍ଵନି “ପକ୍ଷରୁ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ କାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମାଞ୍ଚଳର ବଛା ବଛା ଆଠଟି ଦଳ ଯଥା – କଜଳ ପୁର, ବାଙ୍କେଶ୍ଵର, ତରେଇସାହି ( ସାବଳ) , ଖୋର୍ଦ୍ଧା, ପାଇକପଡା, ରାଣୀପଡା, ବିଶିପଦା,ଓ କୋରକୋରା ଯୋଗ ଦେଇଥିଲେ। ଏହାକୁ କଟକ ସଦର ପ୍ରେସ କ୍ଲବ ର ସଭାପତି ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସନାତନ ପରିଜା, ଜାତୀୟ ଦୁର୍ନୀତି ନିବାରଣ ଓ ମାନବାଧିକାର କମିଟି ଅଫ ଇଣ୍ଡିଆ ଓଡ଼ିଶା ଶାଖା ସଭାପତି ତଥା ଟୁଇନ ସିଟି ପ୍ରେସ କ୍ଲବ ସମ୍ପାଦକ ଭବାନୀ ଶଙ୍କର ପାତ୍ର, ଟୁଇନ ସିଟି ପ୍ରେସ କ୍ଲବର ସହ ସମ୍ପାଦକ ଗୁରୁ ମହାପାତ୍ର, ସାମ୍ବାଦିକ ସନ୍ତୋଷ ପ୍ରଧାନ ଓ ସାମ୍ବାଦିକ ନିର୍ମଳ ବେହେରା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ସନ୍ଧ୍ୟାରେ ଉଦଯାପନ କାର୍ଯ୍ୟକ୍ରମରେ କଟକ ସଦର ଥାନା ଅଧିକାରୀ ରଶ୍ମି ରଂଜନ ମହାପାତ୍ର, କଟକ ବାର ଆସୋସିଏସନର ସଭାପତି ଆଇନଜୀବୀ ମେହେବୁବ ଅଲ୍ଲୀ, ସମ୍ପାଦକ ଆଇନଜୀବୀ ଜ୍ଞାନେନ୍ଦ୍ର ପରିଡ଼ା, ଆଇନଜୀବୀ ଜ୍ଞାନ ପଟ୍ଟନାୟକ, ଆଇନଜୀବୀ ଦିଲୀପ ପାଳିତ,ଆଇନଜୀବୀ ଜ୍ୟୋତିର୍ମୟ ମହାପାତ୍ର, ସୁଜିତ୍ ସ୍ୱାଇଁ,ଆଇନଜୀବୀ ଶୟଦ୍ ମେହେବୁବ ଅଲି,ଆଇନଜୀବୀ ସତ୍ୟ ମହାପାତ୍ର, ବରିଷ୍ଟ ଆଇନଜୀବୀ ଅଶୋକ ଷଡଙ୍ଗୀ,କଟକ ଇଣ୍ଡୋସିଣ୍ଡ ବ୍ୟାଙ୍କର ମ୍ୟାନେଜର ଶଶିକାନ୍ତ ସୁତାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ଟିମ୍ କଜ୍ଜଳ ପୁର ଟିମ୍ କୁ ହରାଇ ଚମ୍ପିୟାନ ହୋଇଥିଲା । ପ୍ରତିଧ୍ଵନି ର ଅଧକ୍ଷ ଆଇନଜୀବୀ ପ୍ରଣବ କୁମାର ବିଶ୍ଵାଳ , ସମ୍ପାଦିକା ଜ୍ୟୋତିପ୍ରଭା ସ୍ୱାଇଁ, ସଂଗଠନ ର ବରିଷ୍ଠ ଉପଦେଷ୍ଠା ଆଲୋକ ସ୍ବାଇଁ, ସମୀର ସାମନ୍ତରାୟ, ସବ୍ୟସାଚୀ ବିଶ୍ଵାଳ, ଶଙ୍କର ଦଳାଇ, ବିରେନ୍ ମଲ୍ଲିକ, କୈଳାସ ଚନ୍ଦ୍ର ବେଉରା ଏବଂ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲେ।