ଦ୍ୱିତୀୟ ଥର ପାଇଁ ବିଜେଡିର ପ୍ରଶାନ୍ତ ବେହେରା ବିଧାୟକ ଭାବେ ନିର୍ବାଚିତ

ସାଲେପୁର : ବହୁ ପ୍ରତିକ୍ଷିତ ସାଧାରଣ ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି । ନିର୍ବାଚନକୁ ନେଇ ସାଲେପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକମାନଙ୍କ ମଧ୍ୟରେ ହେଉଥିବା ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବା ଚର୍ଚ୍ଚା ଭୂଲ୍ ପ୍ରମାଣିତ ହୋଇଛି । ମୁଖ୍ୟତଃ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବାବେଳେ ଦ୍ୱିତୀୟ ଥର ପାଇଁ ସାଲେପୁର ବିଧାୟକ ଭାବେ ପ୍ରଶାନ୍ତ ବେହେରା ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଅରିନ୍ଦମ୍ ରାୟଙ୍କ ଠାରୁ ଅଧିକ ୭ହଜାର ୫୯୪ ଭୋଟ ପାଇ ବିଜୟୀ ହୋଇଛନ୍ତି । ପ୍ରଶାନ୍ତ ବେହେରାଙ୍କ ବିଜୟ ନେଇ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ଶ୍ରୀ ବେହେରାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀରେ ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ବିଧାୟକ ପ୍ରଶାନ୍ତ ବେହେରା ୮୭ହଜାର ୭୦୧ ଭୋଟ ପାଇ ବିଜୟୀ ହୋଇଥ୍‌ôବାବେଳେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ୮୦ହଜାର ୧୦୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଇଂ. ଆକ୍ୟୁବ୍ ଖାଁ ୧୯ହଜାର ୯୩୦ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ପଛକୁ ସି.ପି.ଆଇ(ଏମ୍‌.) ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ୧ହଜାର ୭୫୧ ଭୋଟ ପାଇଥିବାବେଳେ ଅନ୍ୟ ୫ଜଣ ପ୍ରାର୍ଥୀ ବହୁଜନସମାଜ ପାର୍ଟିର ଯଶୋବନ୍ତ ଜେନା ୨୧୭ଖଣ୍ଡ, ସମାଜବାଦୀ ପାର୍ଟିର ଅମରେଶ ପାତ୍ର ୧୩୦ଖଣ୍ଡ, କୃପା ପାର୍ଟିର ମଧୁସୂଦନ ସାହୁ ୧୬୩ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ବିଶେଶ୍ୱର ସ୍ୱାଇଁ ୪୫୬, ସ୍ୱାଧୀନ ପ୍ରାର୍ଥୀ ଶୁଭେଶ ରଂଜନ ପରିଡ଼ା ୩୧୬ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି । ନୋଟାରେ ୯୨୬ଖଣ୍ଡ ଭୋଟ ପଡିଥିବା ଜଣାଯାଇଛି । ୫ଜଣ ପ୍ରାର୍ଥୀ ନୋଟାଠାରୁ ମଧ୍ୟ କମ୍ ଭୋଟ ପାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *