ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଆଜି ଅପରାହ୍ନରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ଏସସିବି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୪ ଟା ୧୫ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ଏସ ସି ବି ଜରୁରୀକାଳିନ ଆଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଜଣେ ଅତି ଅମାୟିକ ବ୍ୟକ୍ତି ଥିଲେ। ଶ୍ରୀ ରାଓଙ୍କ ପରଲୋକ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଗତ ଦୁଇ ଦଶନ୍ଧି ଧରି ଶ୍ରୀ ରାଓ ୫୦ରୁ ଅଧିକ ଗରିବ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ । କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ । ସେ ୨ ଶହରୁ ଅଧିକ ଥର ରକ୍ତ ଦାନ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *