ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏନଟିପିସିର ପାୱାର ପ୍ରକଳ୍ପ ଗୁଡିକ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ


ଭୁବନେଶ୍ୱର, ୩ ଫେବ୍ରୁଆରି ୨୦୨୪: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୨୮,୯୭୮ କୋଟି ଟଙ୍କା ବିନିଯୋଗ ହୋଇଥିବା ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨ ୮୦୦ ମେଗାୱାଟ), ଏନଏସପିସିଏଲ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧  ୨୫୦ ମେଗାୱାଟ)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ-୩ (୨  ୬୬୦ ମେଗାୱାଟ)ର ଶିଳାନ୍ୟାସ କରିଛନ୍ତି ।


ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଦର୍ଲିପାଲି ଏସଟିପିଏସ ହେଉଛି ସୁପରକ୍ରିଟିକାଲ (ଅତି ପ୍ରଭାବଶାଳୀ) ପ୍ରଯୁକ୍ତି ଥିବା ଏକ ପିଟ୍ ହେଡ୍ ପାୱାର ଷ୍ଟେସନ । ଏହା ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଓ ସିକିମ ଭଳି ହିତାଧିକାରୀ ରାଜ୍ୟଗୁଡ଼ିକୁ ସ୍ୱଳ୍ପ ମୂଲ୍ୟର ବିଦ୍ୟୁତ ଯୋଗାଉଛି । ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ସ୍ଥାପନ କରାଯାଇଥିବା ଏନଟିପିସି-ସେଲ ପାୱାର କମ୍ପାନି ଲିମିଟେଡ୍‌ର ୨୫୦ ମେଗାୱାଟର ପ୍ରକଳ୍ପ ଇସ୍ପାତ କାରଖାନାକୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଇବ ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ପୁନଶ୍ଚ, ଏନଟିପିସି ଦ୍ୱାରା ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ-୩କୁ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ପୁରୁଣା ଟିଟିପିଏସ କାରଖାନା ପରିସରରେ ବିକାଶ କରାଯାଉଛି । ୧୯୯୫ରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଠାରୁ ଏନଟିପିସି ଏହି କାରଖାନାକୁ ଅଧିଗ୍ରହଣ କରିଥିଲା । ଦେଶ ପ୍ରତି ୫୦ ବର୍ଷ ସେବା ପୂରଣ କରିବା ପରେ ପୁରୁଣା ଟିଟିପିଏସ ପ୍ଲାଂଟକୁ ବନ୍ଦ କରିଦିଆଯାଇଥିଲା ।


ନିର୍ମାଣ ହେବାକୁ ଥିବା ନୂତନ ପ୍ଲାଂଟରେ ଉଚ୍ଚ ପ୍ରଭାବଶାଳୀ ଅଲଟ୍ରା ସୁପର କ୍ରିଟିକାଲ ପ୍ରଯୁକ୍ତି ଭିତ୍ତିକ ୟୁନିଟ୍ ରହିବ ଏବଂ ପୁରୁଣା ଟିଟିପିଏସ ପ୍ଲାଂଟ ତୁଳନାରେ ଏହାର କ୍ଷମତା ପ୍ରାୟ ତିନି ଗୁଣା ଅଧିକ ହେବ । ଏହି ପ୍ରକଳ୍ପର ୫୦
ପ୍ରତିଶତ ବିଦ୍ୟୁତ ଶକ୍ତ ି ଓଡ଼ିଶା ରାଜ୍ୟକୁ ଉତ୍ସର୍ଗ କରାଯିବାକୁ ଥିବା ବେଳେ ଏହି ପିଟ ହେଡ ଷ୍ଟେସନରୁ ତାମିଲନାଡୁ, ଗୁଜରାଟ ଓ ଆସାମ ଭଳି ଅନ୍ୟ ହିତାଧିକାରୀ ରାଜ୍ୟଗୁଡ଼ିକ କମ ଦାମରେ ବିଦ୍ୟୁତ ପାଇପାରିବେ ।
ପ୍ରଭାବଶାଳୀ ଇଲେକ୍ଟ୍ରୋଷ୍ଟାଟିକ ପ୍ରେସିପିଟେଟର, ଫ୍ଲୁ ଗ୍ୟାସ ଡିସଲଫରାଇଜେସନ, ବାୟୋ-ମାସ କୋଫାୟାରିଂ, କୋଇଲା ପାଇଁ ଆବଦ୍ଧ ସଂରକ୍ଷଣ ସ୍ଥାନ ଭଳି ଆଧୁନିକ ପରିବେଶ ଅନୁକୂଳ ସୁବିଧାସୁଯୋଗ ସହ ଏହି ପ୍ରକଳ୍ପକୁ ନିର୍ମାଣ କରାଯାଉଛି ଏବଂ କୋଇଲା ଉପଯୋଗ ତଥା ଅଙ୍ଗାରକାମ୍ଳ ନିର୍ଗମନ କମ କରିବାରେ ତାହା ସହାୟକ ହେବ ।
ଏହି ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ପ୍ରକଳ୍ପ ଗୁଡିକ ରୋଡ, ଡ୍ରେନେଜ,
ପରିବହନ ଓ ଯୋଗାଯୋଗ ସୁବିଧା ଭଳି ପ୍ରତ୍ୟକ୍ଷ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ଯୋଗଦାନ କରିବ । ଏନଟିପିସି

ପକ୍ଷରୁ ପାରିପାଶ୍ୱିର୍କ ଗ୍ରାମଗୁଡ଼ିକରେ ଶିକ୍ଷା, ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ ସେବା, ମହିଳା ସଶକ୍ତୀକରଣ, ଗ୍ରାମୀଣ କ୍ରୀଡ଼ା ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟ କରାଯାଉଛି । ଏନଟିପିସି ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟ ସ୍ଥାପନ କରାଯାଇଛି ।
ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ରେଳ ସଂଚାର ଇଲେକ୍ଟ୍ରୋନିକସ ଏବଂ ସୂଚନା ବିଜ୍ଞାନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମାନ୍ୟବର କେନ୍ଦ୍ର ରାଜ୍ୟ ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର ସାଂସଦ ଶ୍ରୀ ନିତୀଶ ଗଙ୍ଗଦେବ, ଓଡିଶା ବିଧାନ ସଭାର ମାନ୍ୟବର ସଦସ୍ୟ ଶ୍ରୀ ନାଉରି ନାୟକ ଓ ଏନଟିପିସିର ସିଏମଡି ଶ୍ରୀ ଗୁରଦୀପ ସିଂହଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *