ପପୁଲାର ଫଣ୍ଡ ଅଫ୍‌ ଇଣ୍ଡିଆ- ଭାରତର ଏକତା ଓ ଅଖଣ୍ଡତା ପାଇଁ ବିପଦ

~ସୁଫୀ କୌଶରଖ ମଜିଦି~

ତର୍କବାଦ ବିଚାରକ ଓ ଲେଖକ ଅଭିଜିତ ନସ୍କର ଏକଦା କହିଥିଲେ
ଯେ, ମଣିଷ ପ୍ରଜାତିର ସବୁଠାରୁ ବିପଦପୂର୍ଣ୍ଣ ବିଷୟ ଗୁଡ଼ିକ ହେଲା
ବିଚ୍ଛିନ୍ନତାବାଦ, ଅସହିଷ୍ଣìତା, ଆତଙ୍କବାଦ, ଶତୃତା ଓ ପୂର୍ବାଗ୍ରହୀ ଭୟ ଯାହା ଧାର୍ମିକ, ନାସ୍ତିକ ଓ ରାଜେନାଇତିକ ହୋଇପାରେ । ଏହି ତିନି ଶ୍ରେଣୀ ସବୁଠାରୁ ବଡ଼ ବିପଦ ହେଉଛି ଧାର୍ମିକ ବିଚ୍ଛିନ୍ନତା ବାଦ ଏବଂ ଅସହିଷ୍ଣìତା ଅଟେ, ଯାହା କୌଣସି ଦେଶକୁ ଆଭ୍ୟନ୍ତରଣରୁ ଧ୍ୱଂସ କରିବା ପାଇଁ ଯଥେଷ୍ଟ ।


ଇସଲାମିକ ଇତିହାସର ପୃଷ୍ଠାକୁ ଲେଉଟାଇଲେ ଆମେ ଏହା ଦେଖିବାକୁ
ପାଇଥାଉଁ ଯେ ଶକ୍ତିଶାଳୀ ବାଇଜେଣ୍ଟାଇନ ସେନା ମଧ୍ୟ ଇସଲାମିକ ସେନାକୁ ପରାସ୍ତ କରିପାରି ନଥିଲେ । କିନ୍ତୁ କିଛି ହାତମୁଠା ଅନ୍ତଘାତୀ ଶତୃଯେଉଁମାନଙ୍କୁ ଖୈରିଜି ବୋଲି ଜଣାଯାଉଥିଲା, ସେମାେନେ ତୃତୀୟ ଖଲିଫାଙ୍କୁ ହତ୍ୟାକରିଥିଲେ ଓ ଚତୁର୍ଥ ଖଲିଫାଙ୍କୁ ଶାସ[ରୁ ବିତାଡ଼ିତ କରିଥିଲେ । ତେଣୁ ଏହା ସ୍ପଷ୍ଟ ଯେ ଗୋଟିଏ ରାଷ୍ଟ୍ର ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ, କେତେକ ଆଭ୍ୟନ୍ତରୀଣ ଚରମପନ୍ଥା ଶତୃଦେଶପାଇ ବିପଦପୂର୍ଣ୍ଣ ହୋଇପାରେ ।


ଭାରତର ଆଭ୍ୟନ୍ତରୀଣ ଶତୃସବୁଠାରୁ କୁଖ୍ୟାତ ହେଉଛି ପିଏଫ୍‌ଆଇ ।
ସଚ୍ଚା ମୁସଲମା[ ହେବା ନମରେ ସେ ଶାନ୍ତିପ୍ରିୟ ମୁସଲମାନ ସମାଜ
ମଧ୍ୟରେ ଅଶାନ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏମା[ଙ୍କର ଶେଷ ଉଦ୍ଦେଶ୍ୟ ହେଲା, ସତ୍ତାରେ ସ୍ଥାପିତ ଥିବା ଲୋକଙ୍କୁ ହଟାଇ, ଜ[ତାଙ୍କ ମଧ୍ୟରେ ହିଂସାତ୍ମକ ଇସଲାମକୁ ସ୍ଥାପିତ କରିବା । ବାଙ୍ଗାଲୁରୁ ହିଂସା ହେଉ ବା ପ୍ରଫେସରଙ୍କ ହାତ କାଟିବା ଘଟଣା, ପିଏଫ୍‌ଆଇ ସର୍ବଦା ପ୍ରମାଣିତ
କରିଆସିଛି ଯେ, ସେମାେ[ ହେଉଛନ୍ତି ଖୈରିଜିମା[ଙ୍କ ଉତ୍ତରାଧିକାରୀ ।
ଏହି କଠୋପନ୍ଥୀମା[ଙ୍କ କାର୍ଯ୍ୟପ୍ରଣାଳୀକୁ ସାବଧାନତାପୂର୍ବକ ବିଚାର
କରାଯିବା ଉଚିତ । ଠିକ୍‌ କରି ବିଶ୍ଲେଷଣ କଲେ ଜଣାପଡ଼େ ଯେ ପିଏଫ୍‌ଆଇ ନିଜର ଉଦ୍ଦେଶ୍ୟ ସାଧ[ ପାଇଁ ଅତ୍ୟନ୍ତ ନିମ୍ନସ୍ତରକୁ ମଧ୍ୟ ଚାଲି ଯାଇପାରିବ ।
ଯାହାକୁ ସେ ପରବର୍ତ୍ତୀ ସମୟରେ ଧାର୍ମିକ ଶାସ୍ତ୍ରକୁ ଭୁଲ ବ୍ୟାଖ୍ୟା କରି
ଉଚିତ ସିଦ୍ଧ କରିଦେବ । ଇସଲାମକୁ ସବୁଠାରୁ ବେଶୀ କ୍ଷତି ବାହ୍ୟଶତୃ
ତୁଳନାରେ ଆନ୍ତରିକ ଶତୃମାନଙ୍କ ଦ୍ୱାରା ହୋଇଛି । ତେଣୁ ବର୍ତ୍ତମାନ
ମୁସଲମାନମାନଙ୍କୁ କଠୋରତାକୁ ଚିହ୍ନିବା ଆବଶ୍ୟକ ଯାହାକୁ ପିଏଫ୍‌ଆଇ
ପ୍ରତିନିଧିତ୍ୱ କରୁଛି । ତେଣୁ ସେମାନଙ୍କ ଲୁକାୟିତ ହିଂସକ ଏଜେଣ୍ଡାକୁ ପ୍ରଘଟ କରିବା ଏକାନ୍ତ ଜରୁରୀ, ଯାହା ଫଳରେ ଭାରତୀୟ ମୁସଲମାନମାନାଙ୍କ ଭବିଷ୍ୟ ଉଜ୍ୱଳତର ହୋଇପାରିବ । କାରଣ ମହାନ ଯୁଦ୍ଧ ରଣନିତିଜ୍ଞ ସୁନଜୁ ଏକଦା କହିଥିଲେ ଯେ, ନିଜର ସମସ୍ତ ଯୁଦ୍ଧ ଲଢ଼ିବା ଉତ୍କୃଷ୍ଟତା ନୁହେଁ । ସର୍ବୋଚ୍ଚ ଉତ୍କୃଷ୍ଟତା ତହିଁରେ ଅଛି, ଯେତେବେଳେ ବିନା ଯୁଦ୍ଧ ଲଢ଼ି ଶତୃର ପ୍ରତିରୋଧକୁ ଭଙ୍ଗାଯାଇ ପାରିବ । ତେଣୁ ସରକାର ପିଏଫ୍‌ଆଇ ଉପରେ ଦେଶବ୍ୟାପୀ ପ୍ରତିବନ୍ଧ ଲଗାଇ ଉଚିତ ପଦକ୍ଷେପ ନେଇଛନ୍ତି, ଏବଂ ଶାନ୍ତି ପ୍ରିୟ ସମାଜକୁ ପିଏଫ୍‌ଆଇର ବହିଷ୍କାର କରି ସରକାରଙ୍କ ସମର୍ଥନ କରିବା ଉଚିତ ।


ସୁଫୀ କୌଶରଖ ମଜିଦି
ରାଷ୍ଟ୍ରୀୟ ଅଧ୍ୟକ୍ଷ, ସୁଫୀ ଖାନକାହ ଏସୋସିଏସନ

Leave a Reply

Your email address will not be published. Required fields are marked *