ପୋଲରେ ପିଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ


ପୁରୁଷୋତ୍ତମପୁର,୯/୨ : ଆଜିକାଲି ରାସ୍ତାରେ ଗାଡ଼ି ଚଳାଚଳ ବୃଦ୍ଧି ପାଇଛି । ସଡ଼କ ସୁରକ୍ଷାକୁ ନେଇ ସଚେତନତା ପାଲଟିଛି ପ୍ରହସନ । ରାସ୍ତାରେ ବେପରୁଆ ଗାଡ଼ି ଚାଳନା କରି ଅନେକ ଯିବନ ଯାଉଥିବା ବେଳେ ବହୁ ଲୋକ ଆହତ ହେଉଛନ୍ତି । ତାହା ସତ୍ତ୍ୱେ ଦୁର୍ଘଟଣା କମିବାର ନା ନେଉନି । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୂର୍ତ୍ତବିଭାଗିୟ ଡାକ ବଙ୍ଗଳା ନିକଟରେ ଶୁକ୍ରବାର ଭୋର ପ୍ରାୟ ୩ ଘଣ୍ଟ ସମୟରେ ଏକ କାର ନଂ ଓଡି ୩୩ ଏଏଲ ୮୨୩୭ ଭୁବନେଶ୍ୱରରୁ ହିଞ୍ଜିଳି ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା ପର୍ଶ୍ବରେ ଏକ ପୋଲରେ ପିଟି ହୋଇ ଓଲଟି ପଡିଥିଲାା ଏଥିରେ ବସିଥିବା ଦୁଇ ଶିଶୁ ଙ୍କ ସମେତ ଚାରି ଜଣ ଆହତ ହୋଛନ୍ତିା ଏହି ସମୟରେ ସେମାନଙ୍କ ସମ୍ପର୍କୀୟ ମାନେ ଆହାତ ମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଦେଇଥିଲୋ ଏହି ଆହାତ ଙ୍କ ଘର ହିଞ୍ଜିଳି ବୋଲି ଜାଣିବାକୁ ମିଳିଛିା

Leave a Reply

Your email address will not be published. Required fields are marked *