ଆବେଗରୁ ସୃଷ୍ଟିହୁଏ କବିତା

ଭୁବନେଶ୍ୱର , ପ୍ରବାହ ନ୍ୟୁଜ୍‌- ଆଜି ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଭାଷା ଆନ୍ଦୋଳନ ,ଓଡ଼ିଶାର ଏକ ମନୋଜ୍ଞ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଖ୍ୟାତ କବି ଦାଶ ବେନହୁରଙ୍କ ରଚିତ ଭାଷାଞ୍ଜଳି  ଓ ବିପ୍ଲବୀ କବି ଉମା ଚରଣ ମହାନ୍ତିଙ୍କ ଅଗ୍ନିବୀଣା ପୁସ୍ତକକୁ ମୁଖ୍ୟଅତିଥି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ ଲୋକାର୍ପଣ କରିଥିଲେ | ବିଶିଷ୍ଟ ଚିନ୍ତକ ତଥା ସାହିତ୍ୟିକ ଡ଼ ଭଗବାନ ପ୍ରକାଶ ଏହି ମନୋଜ୍ଞ ଉତ୍ସବ ରେ ଉପସ୍ଥିତ ଥିଲେ | କବିଙ୍କର କଲମରୁ ନିସୃତ କବିତା କେବଳ ଆବେଗରୁ ହିଁ ସୃଷ୍ଟି ହୁଏ ତାହା ଦାଶ ବେନହୁର ଉଦାହରଣ ଛଳରେ ବୁଝାଇଥିଲେ | ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସମୟରେ ଅଭିଯାନରେ ସାମିଲ ହୋଇ ଆମେରିକା ରହଣି ସମୟରେ ମାଳ ମାଳ  କବିତା ଓଡ଼ିଆ ଭାଷା ଓ ଅସ୍ମିତା ଏଥିରେ କବିତାର ଛତ୍ରେ ଛତ୍ରେ ଫୁଟି ଉଠୁଥିଲା | ସବୁ କବିତା ସାମାଜିକ ଗଣମାଧ୍ୟମରେ ସାଉଁଟିଥିଲା ଅଜସ୍ର ପ୍ରସଂଶା | ସେଥିପାଇଁ ଦାଶ ବେନହୁର ଙ୍କ ମତରେ ପ୍ରତେକ କବିତା ପଛରେ ଆବେଗ ଜଡିତ ଭାବନା ରହିଛି | ଯାହାର ଶ୍ରେୟ ତାଙ୍କର ପ୍ରିୟ ପାଠକମାନଙ୍କୁ ଦେଇଥିଲେ |

ବିପ୍ଲବୀ କବି ଉମା ଚରଣ ମହାନ୍ତି ଜଣେ ଭାଷା ଯୋଦ୍ଧା 878 ଦିନର ଅନବରତ କଳାପତାକା ହାତରେ ଧରି ପଦଯାତ୍ରା ତାଙ୍କ ମନରେ ସୃଷ୍ଟି କରିଥିଲା ଅନେକ ଆଲୋଡ଼ନ | ଯାହାର ଫଳଶ୍ରୁତି ଅଗ୍ନିବୀଣା | ମୁଖ୍ୟବକ୍ତା ଡ଼ ଭଗବାନ ପ୍ରକାଶ ବିଶ୍ୱର ବିଭିନ୍ନ ଭାଷା ଗୁଡିକର ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ଉପରେ ଭାଷାର ସମୃଦ୍ଧି ଓ ବିକାଶ ନିର୍ଭର କରେ ବୋଲି କହି ଓଡ଼ିଶା ଗୋଟିଏ ଭାଷା ନୁହେଁ କହିଥିବା ପଡ଼ୋଶୀ ରାଜ୍ୟର ତାତ୍ସଲ୍ୟକୁ ଭାଷା ଆନ୍ଦୋଳନ ଓ ଓଡିଶା ବାସୀଙ୍କର ଅଦମ୍ୟ ନିଷ୍ଠା ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ବାଧ୍ୟ କଲା | ଏବେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳୀକୃତ କରିବା ଉଚିତ ବୋଲି ଡ଼ ପ୍ରକାଶ କହିଥିଲେ | ମୁଖ୍ୟଅତିଥି ଡ଼ ଦେବୀ ପ୍ରସନ୍ନ ପଟନାୟକ ଅଭିଭାଷଣରେ ଓଡ଼ିଆ ଭାଷାର ଉଜ୍ଜଳ ଭବିଷ୍ୟତ ବିଷୟରେ ଆଲୋକପାତ କରି ଭାଷା ଆନ୍ଦୋଳନର ଉଦ୍ୟକ୍ତ| ମାନଙ୍କୁ ସାଧୁବାଦ ଜଣାଇଥିଲେ |

ଏହି ମନୋଜ୍ଞ ଉଛବରେ ସଂସ୍ଥାର ଅଧକ୍ଷ ଚକ୍ରଧର ମହନ୍ତ , ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର | ବଡ ଖବରର ସମ୍ପାଦକ ଅର୍ଧେନ୍ଦୁ ଦାସ, ସଂସ୍କୃତି ଗବେଷକ ସ୍ତମ୍ଭକାର ହରିଶଙ୍କର ମିଶ୍ର ପ୍ରମୁଖ ସଭାକୁ ସମ୍ବର୍ଦ୍ଧିତ କରିଥିବାବେଳେ ନିର୍ଭୟର ସମ୍ପାଦକ ନବୀନ ଦାସ , ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ,ତୁଳସୀରାମ ଜଗତ ,ଭାଷା ଆନ୍ଦୋଳନର ସାଗର ଶତପଥୀ, ଡମ୍ବରୁ ଧର ହରଣସିଂହ ,ଶୃତକୀର୍ତ୍ତି ତ୍ରିପାଠୀ , ଉପ ସଭାପତି ନବ କିଶୋର ପ୍ରଧାନ , ନାରାୟଣ ଖୁଣ୍ଟିଆ , ବିଭୁତି ପଟନାୟକ , ଆନନ୍ଦ ପଟନାୟକ , ଦିଲୀପ ମଲ୍ଲିକ , ସୁରଥ ବିଶ୍ୱାଳ , ଦୁର୍ଗା ଷଡ଼ଙ୍ଗୀ , ମାନସ ବସ୍ତିଆ , ସୌଭାଗ୍ୟ ପଟନାୟକ, ମଳୟ ବାବୁ , ପଦ୍ମାକର ଗୁରୁ , ଅବଦୁଲ କାଲାମ ଆଜାଦ , ପ୍ରହଲ୍ଲାଦ ସିହ୍ନା , ଡ଼ ମହେଶ , ଜୟ ପ୍ରକାଶ ମିଶ୍ର ପ୍ରଭୃତି ବହୁ ଗଣ୍ୟମାନ୍ୟ ବୁଦ୍ଧିଜୀବୀ ଯୋଗଦେଇ ପୁସ୍ତକ ଲୋକାର୍ପଣ ଉତ୍ସବକୁ ଐତିହାସିକ ପଦକ୍ଷେପ ବୋଲି ବର୍ଣନା କରିଥିଲେ | ସଭାରେ ସଭାପତିତ୍ୱ କରି ଭାଷା ଆନ୍ଦୋଳନର ସଭାପତି (ଓଡିଶୀ ଶାସ୍ତ୍ରୀୟ କମିଟି ) ଜାନକୀଶ ବଡ଼ପଣ୍ଡା କହିଥିଲେ ଆଗାମୀ ଦିନରେ ଏହିପରି ସଭା କେବଳ ଭୁବନେଶ୍ୱରରେ ନୁହେଁ  ଓଡ଼ିଶାର କୋଣେ ଅନୁ କୋଣରେ କରାଯାଇ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ , ସଭାର ଆରମ୍ଭରେ ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ତଥା “ଭାଷାଞ୍ଜଳି’  ଓ “ଅଗ୍ନିବୀଣା’ର ସଂଯୋଜକ ଭାଷା ଆନ୍ଦୋଳନ ତଥା ଆଜିର ଦିନରେ 2019 ମସିହାରେ ଭାଷା ନିୟମାବଳୀ ରାଜପତ୍ରରେ ପ୍ରକାଶିତ ହୋଲି ସମସ୍ତ କାର୍ଯ୍ୟ ଓଡ଼ିଆରେ ହେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା  ବିଷୟରେ ବ୍ୟାପକ ଆଲୋଚନା କରିଥିଲେ | ଶେଷରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଭାଷା ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷରେ ସମ୍ପୃକ୍ତି ଥିବା 30 ଜଣକୁ ସମ୍ବର୍ଦ୍ଧିତ କରାଯାଇଥିଲା ସଭା କାର୍ଯ୍ୟକୁ ରାଧାରାଣୀ ସରକାର ପରିଚାଳନା କରୁଥିବାବେଳେ ଭାଷା ଆନ୍ଦୋଳନର ଉପସଭାପତି ସାରଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |   

Leave a Reply

Your email address will not be published. Required fields are marked *