ଆଇ. ଏନ. ଏସ. ଚିଲିକାରେ ପ୍ରଶିକ୍ଷାର୍ଥୀ ଙ୍କ ପାସିଙ୍ଗ ଆଉଟ ପାରେଡ଼

ଚିଲିକା : ୦୯/୦୭(ପ୍ରବାହ ନିଉଜ୍) ଭାରତୀୟ ନୌସେନା ବିଭାଗ ଆଇ.ଏନ.ଏସ ଚିଲିକାରେ ଦୀର୍ଘ ୨୧ ସପ୍ତାହ ଧରି ପ୍ରଶିକ୍ଷଣ ଲାଭ କରିଥିବା ୨୧୪୨ ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଙ୍ଗ୍ ଆଉଟ୍ ପରେଡ୍ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି ।

ନାବିକଙ୍କ ଏହି ପ୍ରାରମ୍ଭିକ ପ୍ରଶିକ୍ଷଣର ପରେଡକୁ ଭାଇସ୍ ଆଡମିରାଲ ଏମ.ଏ. ହାମ୍ପି ହୋଲି ନୀରିକ୍ଷଣ କରିଥିଲେ । ଭାଇସ୍ ଆଡମିରାଲ ପ୍ରଶିକ୍ଷାର୍ଥୀଙ୍କୁ ଅଭିବାଦନ ଜଣାଇବା ସହ ଭାଷଣ ପ୍ରସଙ୍ଗରେ ଭାରତୀୟ ନୌସେନାର ଆଭିମୁଖ୍ୟ, କର୍ତ୍ତବ୍ୟବୋଧତା, ସମ୍ମାନ ଏବଂ ସାହସକୁ ସାଥିରେ ନେଇ କର୍ମପଥରେ ଆଗେଇ ଯିବା ପାଇଁ ଆହ୍ବାନ ଦେଇଥିଲେ।

କୋଭିଡ୍ ନିୟମ ଅନୁଯାୟୀ ଏହି ପରେଡ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମେଧାବୀ ପ୍ରଶିକ୍ଷାର୍ଥୀ ଭାବେ ବିବେଚିତ ଆଶିଷ କ୍ଷତ୍ରୀ, ଗୁଲସନ କୁମାର ଅଜିତ ସୁରେଶ ଏବଂ ନିଗ୍‌ଲ ବିନୋଦ ରାଠୋରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପଦକ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ଭାଇସ ଆଡ୍ମିରାଲ ହାମ୍ପିଙ୍କ ଉପସ୍ଥିତିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଶିବାଜି ଡିଭିଜନକୁ ଚମ୍ପିୟାନ ଟ୍ରଫି ଏବଂ ଏକଲବ୍ୟ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଇ.ଏନ.ଏସ ଚିଲିକାର ଦ୍ଵିଭାଷୀ ପତ୍ରିକା “ଅଙ୍କୁର”ର ଗ୍ରୀଷ୍ମକାଳୀନ ସଂସ୍କରଣକୁ ଭାଇସ ଆଡ଼ମିରାଲ ଉନ୍ମୋଚନ କରିଥିବା ବେଳେ କାର୍ଯ୍ୟକ୍ରମରେ ଆଇ.ଏନ.ଏସ ଚିଲିକାର କମୋଡର ଏନ.ପି. ପ୍ରଦୀପ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *