ବର୍ତମାନ ସାହିତ୍ୟ ର ରୂପରେଖ…
ସାହିତ୍ୟ ର ବେଳାଭୂମି ଉପରେ ଲେଖକ ଲେଖିକା ଯେତେବେଳେ ଏକ ସୁନ୍ଦର ସାହିତ୍ୟ ର ସ୍ଵପ୍ନ କୁ ବାସ୍ତବ ରୂପ ଦେଇ ସାହିତ୍ୟ ର ରୂପରେଖ ବିଷୟରେ ଶ୍ରୀଗଣେଶ ହୁଏ, ସେତେବେଳେ ଲେଖକ ଲେଖିକା କେତେଯେ ଶବ୍ଦ ସମାହାର ସେ ଅକ୍ଷୟ ପେଡ଼ି କୁ ଖୋଲି ପକାନ୍ତି,ସେ କେବଳ ସେହି ସାହିତ୍ୟକାର ମାନଙ୍କୁ ଜଣାଥାଏ। ସ୍ଵର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ମାତ୍ରା , ଶବ୍ଦ ବାକ୍ୟ, ବ୍ୟାକରଣ ଗଦ୍ୟ ପଦ୍ୟ, ପୌରାଣିକ କିମ୍ବଦନ୍ତୀ ପୁରାତନ, ବାସ୍ତବ ବାଦୀ ଢଗଢମାଳି ଲୋକକଥା କୁ ନେଇ ଏମିତି ଅନେକ କଥା ଉପରେ ନଜର ରଖି ତା ଲେଖା ଆରମ୍ଭ କରେ । ଏମିତି ଅନେକ ଅଗଣିତ ଖାତା ପୃଷ୍ଠାରେ ସ୍ଥାନିତ କରାଏ ସାହିତ୍ୟ ର ସେହି ବିଶ୍ଵ ବ୍ରାହ୍ମାଣ୍ଡ ର ସାହିତ୍ୟ ରଚନା କୁ ।
କୌଣସି ସମ୍ବନ୍ଧିତ ଘଟଣା ବା ଲେଖିଲେନି ଓ ବିଷୟ ବସ୍ତୁ କୁ ଲେଖିବା ପୂର୍ବରୁ ଅନ୍ତତଃ କିଛି ସମୟ ସେ ସେହି ଉପରେ ଆଲୋଚନା ଆଲୋକପାତ, ତଥ୍ୟ ପ୍ରମାଣ ଉଚିତ୍ ଅନୁଚିତ, ଗ୍ରହଣୀ ଯୋଗ୍ୟ ବା ତର୍କ ଜନିତ, କେତେ ଏଥିରେ ସତ୍ୟତା ଅଛି, ଏହା ଅନ୍ଧବିଶ୍ୱାସ ନା ପ୍ରମାଣିତ, ଏହା ଉପରେ ଲେଖା ଲେଖିବି କି ନାହିଁ ପ୍ରଥମେ ସେ ତନ ତନ କରି ନିରୀକ୍ଷଣ କରେ । ତାପରେ ସେ ବିଷୟ ବସ୍ତୁ କୁ ନେଇ ଏକ ଶିର୍ଶକ ନିର୍ଦ୍ଧାରିତ କରେ , ଶବ୍ଦ ବ୍ୟବହାର କରି ଲେଖା ଲେଖେ ।
ଲେଖା ସମ୍ପୁର୍ଣ୍ଣ ହେବା ପରେ ଠିକ୍ ଭୁଲ୍ ଶବ୍ଦ ଓ ଭାଷା ଏବଂ ବାକ୍ୟ ବ୍ୟାକରଣ ଉପରେ ଭଲସେ ଅନୁଧ୍ୟାନ କରେ । ଯଦି କେଉଁଠି କିଛି ଭୁଲ ଥାଏ ତେବେ ସମୟ କୁ ନଷ୍ଟ ନକରି ସଂଶୋଧନ କରେ , ତଥାପି ଯଦି ଲାଗିଲା କି କେଉଁଠି ନା କିଛି ଭୁଲ ମୋର ରହିଯାଇଛି ଏଇ ଲେଖାଟି ଉପରେ ତେବେ ସେ ଅନ୍ୟ ବଡ଼ ବଡ଼ ସାହିତ୍ୟକାର ତଥା ଭାଷା ଭିତ୍ତିକ ଜ୍ଞାନୀ ହେତୁ ବୁଦ୍ଧିଜୀବୀ ମାନଙ୍କର ସାହାଯ୍ୟ ନେବା ପରେ। ତା’ର ଲେଖା ର ଉନ୍ନତମାନର ଏକ କ୍ଲିନ୍ ଚିଟ୍ ଆସିବା ପରେ ହିଁ ସେ ଲେଖିଥିବା ସାହିତ୍ୟ ର ପ୍ରକୃତ ରୂପରେଖ ମିଳିଥାଏ ଏବଂ ଏହା ସାହିତ୍ୟ ଭାଷା ଶବ୍ଦ ଓ ପଠନଯୋଗ୍ୟ ବୋଲି ବିବେଚିତ ହୋଇଥାଏ ।
ସାହିତ୍ୟ ଗୋଟିଏ ଛୋଟ ଶବ୍ଦ ନୁହେଁ ବରଂ ଏହା ଏକ ବିରାଟ ବଟବୃକ୍ଷ ସଦୃଶ ଅଟେ, ଯିଏ ଏହାକୁ ବୁଝିପାରିଛି ଏବଂ ସଦ ଉପଯୋଗ କରିପାରିଛି, ସେହିଁ ପ୍ରକୃତରେ ସାହିତ୍ୟକାର ଓ ସାହିତ୍ୟ ର ସ୍ରଷ୍ଟା।
ହେଲେ ,
ଆଜି କାଲି ଯେଉଁ ପ୍ରକାରର ସାହିତ୍ୟ ରଚନା ହେଉଛି ଯଥା ଭାଷା ଶବ୍ଦ କୋଷ ବିଷୟ ବସ୍ତୁ ଶିର୍ଶକ ନିର୍ଦ୍ଧାରିତ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ କି ସମ୍ପୁର୍ଣ୍ଣ ଭାବେ ଭିନ୍ନ। ଶିର୍ଶକ ଓ ବିଷୟ ଆରମ୍ଭ ରୁ ତା’ର ଲେଖା ହେଇଛି ଭିନ୍ନ କିନ୍ତୁ ସମାପ୍ତ ହେଉଛି ଆଉ ଏକ ଭିନ୍ନ ଦିଗରେ। ଭାଷା ଜ୍ଞାନ ଓ ବ୍ୟାକରଣ ଗଦ୍ୟ ପଦ୍ୟ ତ ଭିନ୍ନ କଥା, ସବୁର ଏକ ମିଶା ମିଶି ଫେଣ୍ଟା ଫେଣ୍ଟି ମିଶ୍ରଣକୁ ଏକତ୍ର କରି ଲେଖା ଟିରେ ପୂର୍ଣ୍ଣଛେଦ ପଡୁଛି।