ସୁପ୍ରିମକୋର୍ଟର ସଂରକ୍ଷଣ ରାୟକୁ ବିରୋଧ

ଭୁବନେଶ୍ୱର :ପ୍ରବାହ ନ୍ୟୁଜ୍‌ : ମାନ୍ୟବର ସୁପ୍ରିମକୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠଙ୍କ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ସଂରକ୍ଷଣ କୋଟା ଉପରେ କୋଟା, କ୍ରିମ୍‌ଲେୟାର ବା ଜାତିଭିତରେ ଉପଜାତି ସୃଷ୍ଟି ପାଇଁ ଅଗଷ୍ଟ ୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ଆଦେଶ ଦେଇଛନ୍ତି । ଏହି ରାୟକୁ ତର୍ଜମା କଲାପରେ ବହୁଜନ ମାନଙ୍କୁ ବିଭାଜନ କରିବା ସହ ସେମାନଙ୍କ ମୌଳିକ ଅଧିକାରର ସ୍ୱରକୁ ଚାପିଦେଇ ଆଉ ଏକ ଜାତିବାଦ ସୃଷ୍ଟି କରିବ ବୋଲି ମୂଳନିବାସୀ ୟୁନାଇଟେଡ୍ ଫୋରମ୍ ଓଡ଼ିଶା ତରଫରୁ ଅଭିଯୋଗ କରାଯାଇଅଛି । ଫୋରମ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ଏହି ରାୟ ଦୀର୍ଘ ୨୦ ବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିଲା ଏବଂ ଏତେ ଲମ୍ବା ସମୟ ମଧ୍ୟରେ ମାନ୍ୟବର କୋର୍ଟ ଦେଶର ଏସ୍‌ସି/ଏସ୍‌ଟି ବର୍ଗଙ୍କ ସ୍ଥିତି ଜାତି, ଜାତନା, ମୌଳିକ ସମସ୍ୟା ଓ ଅଧିକାରକୁ ଅନୁଧ୍ୟାନ ଓ ତର୍ଜମା ପାଇଁ ଏକ କମିଶନର ଗଠନ କିମ୍ବା ରାଜ୍ୟ ସରକାରଙ୍କ ରିପୋର୍ଟ ବା ସାମାଜିକ ସଂଗଠନର କୌଣସି ମତାମତ ଲୋଡ଼ିପାରି ସଠିକ୍ ରାୟ ଦେଇଥିଲେ ଭଲ ହୋଇଥାଆନ୍ତା । ଏପରିକି ଏହି ସଂରକ୍ଷଣ ସାମ୍ବିଧାନିକ ସଂରକ୍ଷଣ ଦେବାରେ ରାୟ କାର୍ଯ୍ୟକାରିତା ଓ ଯଥାର୍ଥକୁ ଉପଲବ୍ଧ କରି ଏହି ଘରୋଇକରଣ ଶିଳ୍ପସଂସ୍ଥା, ଠିକା ଏଜେନ୍ସି, ସରକାରୀ ନିଯୁକ୍ତିରେ ଯେପରି ଓଡ଼ିଶା ରାଜ୍ୟରେ ଥିବା ଓ.ଆର.ଭି. ଆକ୍ଟର ସଠିକ୍ ଶତକଡ଼ା ୪୦ ଭାଗ କାର୍ଯ୍ୟକାରିତା ନେଇ ରିପୋର୍ଟ ମାଗିନାହାଁନ୍ତି ବା ତର୍ଜମା କରିନାହାନ୍ତି । ଏହି ସାମ୍ବିଧାନିକ ସଂରକ୍ଷଣ ଆଇନ୍ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗରେ ଅଗ୍ନିବୀର ନିଯୁକ୍ତି, ଅଙ୍ଗନୱାଡି ନିଯୁକ୍ତି, ଆଶା ନିଯୁକ୍ତି ଏପରି ରେଳବାଇର ଠିକା ନିଯୁକ୍ତି ଓ ବୀମାନବନ୍ଦର ଘରୋଇକରଣ ନିଯୁକ୍ତିରେ କାହିଁକି ସଠିକ୍ କାର୍ଯ୍ୟକାରୀ କରାଯାଇନାହିଁ ସେ ଉପରେ କେବେ ନିର୍ଦ୍ଦେଶ ଦେଇନାହାଁନ୍ତି । ଅପରପକ୍ଷେ ଜାତିବାଦ ପାଇଁ ସଂରକ୍ଷଣ ହୋଇଥିଲା ତାର ମୂଳୋତ୍ପାଟନ କିପରି କରାଯାଇପାରିବ ତାହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉନାହାଁନ୍ତି । ଏହି ବର୍ଗର ସମସ୍ତ ଉପଜାତିକୁ ଅନୁସୂଚିତ ଜାତିର ଓ ଆଦିବାସୀଙ୍କ ମଧ୍ୟରେ ଥିବା ଉପଜାତିକୁ ଜନଜାତି ଓ ପଛୁଆବର୍ଗମାନଙ୍କ ମଧ୍ୟରେ ଏକ କରି ମାତ୍ର ତିନି ଭାଗରେ ରଖାଯିବା ପାଇଁ ଯୋଜନା କରାଗଲେ ସମାନତା ଆସିପାରିବ । ପୌରାଣିକ ଶାସ୍ତ୍ର ଅନୁସାରେ ଉପଜାତି ଥିବାରୁ ହିଁ ଜାତିପ୍ରଥା ସୃଷ୍ଟି ହୋଇଛି । ତେଣୁ ମୌଳିକ ସମସ୍ୟା ଦୂର ପାଇଁ ଶାସ୍ତ୍ର ସଂଶୋଧନ ହେବା ଦରକାର ବୋଲି ଆପତ୍ତି ଉଠାଯାଇଛି । ଏପରିକି ୭୦ଭାଗ ସବର୍ଣ୍ଣ ସମାଜରେ ଓ ସୁପ୍ରିମକୋର୍ଟ ହାଇକୋର୍ଟର ବିଚାରପତି ନିଯୁକ୍ତି ପ୍ରଥମେ କଲେଜିଏମ୍ କୁ ହଟାଇ କ୍ରିମ୍‌ଲେୟାର କରାଯିବା ଦରକାର । ଏପରିକି ଆଇଏଏସ୍‌., ଆଇପିଏସ୍‌, ଇଂଜିନିୟରିଂ ସହ ବଡ଼ ବଡ଼ ଅଧିକାରୀ ପଦବୀରେ ଗୋଟିଏ ପିଢୀ ଓ କ୍ରିମ୍‌ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଉନାହାଁନ୍ତି । ତେଣୁ ବହୁଜନ ସମାଜକୁ ଓ ସେମାନଙ୍କର ମୌଳିକ ଅଧିକାର ପାଇଁ ସମ୍ବଳିତ ଆନ୍ଦୋଳନ ହେଉଥିବାରୁ ଏହାକୁ ଦୁର୍ବଳ କରି ଭବିଷ୍ୟତରେ ସଂରକ୍ଷଣ ସମାପ୍ତ କରିବା ପାଇଁ ଏହା ଏକ ହୀନ ଭିତ୍ତିରି ଷଡ଼ଯନ୍ତ୍ର ଅଟେ । ତେଣୁ ମହାମହିମ ରାଷ୍ଟ୍ରପତି ମହୋଦୟା ଏହାର ଗୁରୁତ୍ୱକୁ ବୁଝି ହସ୍ତକ୍ଷେପ କରନ୍ତୁ ବୋଳି ସଂଗଠନ ତରଫରୁ ନିବେଦନ କରାଯାଇଛି ଓ ଏହା ଉପରେ ରାଜ୍ୟରୁ ଗାଁ ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ସମସ୍ତ ସଂଗଠନକୁ ନେଇ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ । ଏହି ଫୋରମ୍‌ର ଅନ୍ୟତମ କାର୍ଯ୍ୟକାରୀ ଅଧ୍ୟକ୍ଷ ଗୌତମ ଗୋପାଳ, ଦାଣ୍ଡିମାଳ ସେବକସଂଘର ସଭାପତି ପ୍ରକାଶ ନାୟକ, ଫୋରମ୍‌ର ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଆମ୍ବେଦକର ସେବାଶ୍ରମର ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୈତାରୀ ନାୟକ, ସେକ୍ ଇକବାଲ୍ ହୁସେନ୍‌, ସବର ସଂଘର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ଅଞ୍ଜଳି ସ୍ୱାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ସାବିତ୍ରୀବାଇ ଫୁଲେ ସେବାସଂଘର ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ରଶ୍ମିପ୍ରଭା ନାୟକ, ଚଗଲା ବାଗ୍ ପ୍ରମୁଖ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *