ପାରାଦୀପ ରିଫାଇନାରୀ ପକ୍ଷରୁ ଅନସାଇଟ୍ ମକ୍‌ଡ୍ରିଲ୍

0
PARADIP REFINERY

ପାରାଦୀପ-ପ୍ରବାହ ନ୍ୟୁଜ୍ : ପାରାଦୀପଠାରେ ଥିବା ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନାରୀ ପକ୍ଷରୁ ଅଡ୍ ଆଓାର ଲେଭଲ-୨ ଅନ୍ ସାଇଟ୍ ଡିଜାଷ୍ଟର ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ରିଫାଇନାରୀ ଏହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ଯାଂଚ କରାଯାଇଥିଲା । ପାରାଦୀପ ରିଫାଇନାରୀ ଅନୁମୋଦିତ ଇର୍ମଜେନ୍ସି ରେସପନ୍ସ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ ଅନୁସାରେ ଏହି ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । ପାରାଦୀପ ରିଫାଇନାରୀର ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧିମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ପାରାଦୀପ ରିଫାଇନାରୀର ଏଲପିଜି ଟ୍ରିଟିଙ୍ଗ ୟୁନିଟ୍‌ରେ ଯଦି ଏଲପିଜି ଲିକ୍ ହୁଏ ଏହାକୁ କିପରି ସଫଳତାର ସହିତ ମିକାବିଲା କରାଯିବ ସେ ସମ୍ପର୍କରେ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । ଜରୁରୀକାଳିନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ୱିତ ହୋଇଥିଲା । ପାରାଦୀପ ରିଫାଇନାରୀର ଏହି ସଫଳତାକୁ ସମସ୍ତ କର୍ତ୍ତୃପକ୍ଷ ଉଚ୍ଚପ୍ରଶଂସା କରିଥିଲେ । ଡ୍ରଲ୍ ସଫଳତାର ସହିତ ସମାପ୍ତ ହେବା ପରେ ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନାରୀ ପ୍ରମୁଖ କୌଶିକ ବସ୍‌ୁଙ୍କ ପୌରହିତ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *