ହାତୀ ଆକ୍ରମଣରେ ଜଣେ ମୃତ

ବଡ଼ବିଲ,(ଧରଣୀଧର ମହାନ୍ତ): ହାତୀ ଆକ୍ରମଣରେ , ରୁଗୁଡି ଥାନା, ପାଣ୍ଡୁଳିପଶି ଗ୍ରାମର ଭୀମସେନ ନାଏକଙ୍କ ଗତ ୧୮ ତାରିଖ ସନ୍ଧ୍ୟା ୬ ଘଟିକାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ ରୁଗୁଡି ଥାନା, ଶ୍ରୀ ମେଟାଲିକସ କାରଖାନାରେ ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଭୀମସେନ ନାଏକ(୬୦ ବର୍ଷ)ଙ୍କ ରାତି ୧୦ ଘଟିକା ସମୟରେ ଡିଉଟି ଥିଲା। ପାଣ୍ଡୁଳିପଶି ଗ୍ରାମରୁ ଶ୍ରୀ ମେଟାଲିକସ କାରଖାନା ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଜଙ୍ଗଲିଆ ରାସ୍ତା ହୋଇଥିବାବେଳେ, ହାତୀ ଭୟକୁ ଆଖି ଆଗରେ ରଖି ଭୀମସେନ ନାଏକ ସନ୍ଧ୍ୟା ୬ ଘଟିକା ସମୟରେ କାରଖାନାକୁ ଚାଲି ଚାଲି ଯାଉଥିବାବେଳେ, ଅନ୍ଧାରର ସୁଯୋଗ ନେଇ ୫ ଜଣିଆ ହାତୀ ପଲ ମଧ୍ୟରୁ ଗୋଟିଏ ହାତୀ ଭୀମସେନଙ୍କୁ ଦଳି ଦେଇଥିଲା। ଘଟଣା ସ୍ଥଳରେ ଭୀମସେନଙ୍କ ମୃତ୍ୟୁ ହୋଇଥିବାବେଳେ, ରୁଗୁଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି। ତେବେ ଘଟଣା ପ୍ରଚାରହେବା ପରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୧ ଲକ୍ଷ ଟଙ୍କାର କ୍ଷତି ପୁରଣ ଦେବା ସହିତ ମୃତକଙ୍କ ୩ ଜଣ ପୁଅଙ୍କୁ ଚାକିରୀ ପ୍ରଦାନ କରାଯିବା ନେଇ କମ୍ପାନୀ ପକ୍ଷରୁ ପ୍ରତିଶୃତି ପ୍ରଦାନ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାହାତ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।

Leave a Reply

Your email address will not be published. Required fields are marked *