ଦୀର୍ଘସ୍ଥାୟୀ ପ୍ରଗତି ପଥରେ

- ଟାଟା ଷ୍ଟିଲ୍ର ସବୁଜ ସମାଧାନ ‘ଟାଟା ଡ୍ୟୁରେକୋ’ ଓଡ଼ିଶାର ଏନ୍ଏଚ୍ ନିର୍ମାଣକୁ ସୁଦୃଢ଼ କରୁଛି
- ଏନ୍ଏଚ୍-୫୩ର ଚଣ୍ଡିଖୋଲ-ପାରାଦୀପ ସମ୍ପ୍ରସାରଣରେ ଏହି ପରିବେଶ ଉପଯୋଗୀ ନିର୍ମାଣ ସମାଧାନର ବ୍ୟବହାର
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଟାଟା ଷ୍ଟିଲ୍ର ଇଣ୍ଡଷ୍ଟ୍ରିଆଲ ବାଇ-ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡିଭିଜନ (ଆଇବିଏମଡି) ପକ୍ଷରୁ ଏହାର ଅଭିନବ ତଥା ପରିବେଶ ଉପଯୋଗୀ ଗ୍ରାଉଣ୍ଡ୍ ଗ୍ରାନୁଲେଟେଡଜ୍ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ସ୍ଲାଗ୍ (ଜିଜିବିଏ୍) ଉତ୍ପାଦ-ଟାଟା ଡ୍ୟୁରୋକୋର ସଫଳ ପ୍ରୟୋଗ କରାଯାଇଛି।
ଏହାକୁ ଜାତୀୟ ରାଜପଥ ୫୩ର ୭୬ କିମି ରାସ୍ତାକୁ ଚଉଡ଼ା କରିବାରେ ବ୍ୟବହାର କରାଯାଇଛି। ଓଡ଼ିଶାର ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଏବେ ଚାରି ଲେନ୍ରୁ ଛଅ ଲେନ୍କୁ ସମ୍ପ୍ରସାରଣ କରାଯାଉଛି, ଯାହା ହଜାର ହଜାର ଲୋକଙ୍କ ପାଇଁ ଗମନାଗମନ ସଂଯୋଗ, ସୁରକ୍ଷା ଓ ଯାତାୟାତ ଦକ୍ଷତାରେ ଉନ୍ନତି ଆଣିବ।
ଏହି ସବୁଜ ଉତ୍ପାଦ ଜିଜିବିଏସ୍ ହେଉଛି ସିମେଂଟ୍ର ଏକ ଆଂଶିକ ବିକଳ୍ପ, ଯାହାକୁ ଇସ୍ପାତ ଉତ୍ପାଦନରୁ ବାହାରୁ ଥିବା ବ୍ଲାଷ୍ଟ୍ ଫର୍ଣ୍ଣେସ୍ ସ୍ଲାଗ୍କୁ ପ୍ରକ୍ରିୟାକରଣ କରି ପ୍ରସ୍ତୁତ କରାଯାଉଛି , ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ବର୍ତ୍ତମାନ ମାସିକ ୪୦ କିଲୋଟନ୍ ଜିଜିବିଏସ୍ ଉତ୍ପାଦନ କରାଯାଉଛି। ନିକଟ ଭବିଷ୍ୟତରେ ଏହାର ଉତ୍ପାଦନ କ୍ଷମତା ଦ୍ରୁତ ଗତିରେ ସମ୍ପ୍ରସାରଣ ହେବାକୁ ଯାଉଛି। ଟାଟାଷ୍ଟିଲ୍ର ଆଇବିଏମ୍ଡି ପକ୍ଷରୁ ଏନ୍ଏଚ୍ ୫୩ ପାଇଁ ପ୍ରାୟ ୨୦ କିଲୋ ଟନ୍ ଜିଜିବିଏସ୍ଯୋଗାଇ ଦିଆଯାଇଥିଲା।
ଟାଟା ଷ୍ଟିଲ୍ ଆଇବିଡିଏମ୍ର ଇନ୍ଚାର୍ଜ ଦୀପଙ୍କର ଦାସଗୁପ୍ତା କହିଛନ୍ତିଯେ, “ଚଣ୍ଡିଖୋଲରୁ ପାରାଦୀପ ଜାତୀୟ ରାଜପଥ-୫୩ ପ୍ରକଳ୍ପରେ ଜିଜିବିଏସ୍ର ବ୍ୟବହାର, ଆଧୁନିକ ଏବଂ ସ୍ଥାୟୀ ନିର୍ମାଣ ସାମଗ୍ରୀ ଉନ୍ନତି ସହିତ ସର୍କୁଲାର ଇକୋନମିର ଚିନ୍ତାଧାରାକୁ କିପରି ସଫଳ ଉପଯୋଗ କରାଯାଇ ପାରିବ ତାହାର ଏକ ଭଲ ଉଦାହରଣ। ଏହାଦ୍ୱାରା ଜାତୀୟ ଭିତ୍ତିଭୂମି ବିକାଶରେ ସବୁଜ ନିର୍ମାଣ ପ୍ରକ୍ରିୟାକୁ କିଭଳି ଆଗକୁ ନିଆ ଯାଇପାରିବ, ତାହା ପ୍ରମାଣିତ କରାଯାଇଛି।’
“ଏହି ସବୁଜ ସମାଧାନ “ଟାଟା ଡ୍ୟୁରେକୋ,’ ଭାରତର ବୃଦ୍ଧି ପାଉଥିବା ଭିତ୍ତିଭୂମିର ଆବଶ୍ୟକତା ପାଇଁ ଶକ୍ତି, ସ୍ଥାୟିତ୍ୱ ଏବଂ ଦୀର୍ଘସ୍ଥାୟିତ୍ୱର ଏକ ପ୍ରତିଶ୍ରୁତି। ଏହାକେବଳ ପରିବେଶଗତ ଉପକାରିତା ପ୍ରଦାନ କରିବ ନାହିଁ ବରଂ ଏଥିରେ ଅଧିକ ଦୃଢ଼ତା ଏବଂ କ୍ଷୟକୁ ରୋକିବ, ଯାହା କଂକ୍ରିଟକୁ କୌଣସି ସଲଫେଟ୍ ଏବଂ କ୍ଲୋରାଇଡ୍ ଆକ୍ରମଣରୁ ରକ୍ଷା କରିପାରିବ ବୋଲି ଶ୍ରୀ ଦାସଗୁପ୍ତା କହିଛନ୍ତି।’’
ଏହାର ଶକ୍ତି ଏବଂ ଦୀର୍ଘସ୍ଥାୟୀ ପ୍ରଦର୍ଶନ ପାଇଁ ପରିଚିତ ଟାଟା ଡ୍ୟୁରେକୋକୁ କଂକ୍ରିଟ୍ ମିଶ୍ରଣରେ ମିଶାଇଲେ ରାସାୟନିକ ଆକ୍ରମଣରୁ ପ୍ରତିରୋଧ ମିଳିବ, କମ୍ କ୍ଷୟ ଏବଂ ବର୍ଦ୍ଧିତ ଭାର ବହନ କ୍ଷମତା ସୁନିଶ୍ଚିତ ହେବ। ଏହା ଓଡ଼ିଶାର ଶିଳ୍ପ କରିଡର୍ ଏବଂ ପାରାଦୀପର ମୁଖ୍ୟ ବନ୍ଦର ମଧ୍ୟରେ ଭାରି ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ପ୍ରଦର୍ଶନ ବ୍ୟତୀତ ଏହି ନବସୃଜନ କମ୍ପାନିର ସର୍କୁଲାର ଇକୋନମୀ ଅଭ୍ୟାସ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି, ଯେଉଁଥିରେ ଶିଳ୍ପ ଉପ-ଉତ୍ପାଦକୁ ସ୍ଥାୟୀ ନିର୍ମାଣ ସମାଧାନ ସୃଷ୍ଟି ପାଇଁ ବ୍ୟବହାର କରାଯାଇଛି। ଜିଜିବିଏସ୍ କଂକ୍ରିଟ୍ ମିଶ୍ରଣରେ କାର୍ବନ ମାତ୍ରା କମ ହୋଇପାରିଛି, ଯାହା ଏକ ସବୁଜ ଏବଂ ଅଧିକ ସ୍ଥାୟୀ ଭିତ୍ତିଭୂମି ପ୍ରତି ଏକ ବଡ ଅବଦାନ। ଜାତୀୟ ରାଜପଥ ୫୩ର ଏହି ରୂପାନ୍ତରଣ ଓଡ଼ିଶାର ଭିତ୍ତିଭୂମିପରିପ୍ରେକ୍ଷୀରେ ଏକ ମାଇଲଖୁଂଟ, ଯାହା ଦଶନ୍ଧି ଧରି ସୁଗମ, ସୁରକ୍ଷିତ ଏବଂ ସ୍ଥାୟୀ ଯାତାୟାତ ସୁବିଧା ନିଶ୍ଚିତ କରିବ।
ପ୍ରାଥମିକ ଗ୍ରାହକଙ୍କ ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶକାରୀ କମ୍ପାନୀଗୁଡ଼ିକ ରହିଥିବାବେଳେ ଆଇବିଏମ୍ଡି ବିଭିନ୍ନମେଟ୍ରୋ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜାତୀୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପ- ଯେପରିକିସେତୁ, ଜାତୀୟ ରାଜପଥ ଏବଂ ସୀମାନ୍ତ ରାଜପଥ ନିର୍ମାଣ ପାଇଁ ଉପକରଣ ଯୋଗାଇବା ଦିଗରେ କାମ କରୁଛି।