ଅକ୍ଷୟ ଉର୍ଜ୍ଜା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ନବୀକରଣ ଯୋଗ୍ୟ ଶିଳ୍ପକୁ ତ୍ୱରାନ୍ୱିତ କରେ


ଏହାର ପରିଚାଳନା ପାଇଁ ୧୩୩୫ ମେଗାୱାଟର ନବୀକରଣଯୋଗ୍ୟ ଉର୍ଜ୍ଜା ଉତ୍ସ କାର୍ଯ୍ୟକାରୀ କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛି

ଭୁବନେଶ୍ୱର, ୨୦ ଅଗଷ୍ଟ,୨୦୨୩ : ଅକ୍ଷୟ ଉର୍ଜ୍ଜା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପୁନଃନବୀକରଣ ଯୋଗ୍ୟ ଶକ୍ତି ଏବଂ ଜୈବ ଇନ୍ଧନ ଭଳି ସ୍ଥାୟୀ ବିକଳ୍ପ ସହିତ ଏହାର ଶକ୍ତି ପୋର୍ଟଫୋଲିଓକୁ ବିବିଧ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛି । ଏହି ଲକ୍ଷ୍ୟ ଦିଗରେ କମ୍ପାନି ୧୩୩୫ ମେଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରିବାକୁ ଦୀର୍ଘକାଳୀନ ଶକ୍ତି ବିତରଣ ଚୁକ୍ତି କରିଛି । ଏହା ଉଭୟ ସ୍ତର ଓ ପବନ ଶକ୍ତିର ମିଶ୍ରଣକୁ ନେଇ ଗଠିତ ହେବ ଯାହା ଓଡ଼ିଶା ଓ ଛତିଶଗଡ଼ର ବେଦାନ୍ତ ଆଲୁମିନିୟମ କାର୍ଯ୍ୟକୁ ଶକ୍ତି ଯୋଗାଇବାରେ ସହଯୋଗ କରିବ । ଏହା ମଧ୍ୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩.୨ଟନ ସିଓ୨ର ହ୍ରାସ କରିବ ଯାହା ବେଦାନ୍ତର ଡିକାର୍ବନାଇଜେସନ ଲକ୍ଷ୍ୟରେ ଏକ ବଡ଼ ଯୋଗଦାନ ଦେବ ।

ଅକ୍ଷୟ ଉର୍ଜ୍ଜା ଦିବସର ଏକ ନୂଆ ପଦକ୍ଷେପ ଯାହାକି ୨୦୦୪ ମସିହାରେ ଭାରତ ସରକାରଙ୍କ ପଦକ୍ଷେପ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିଲା । ଏହା ବୈଷୟିକ ଉଦ୍ଭାବନ ଓ ବିକେନ୍ଦ୍ରୀକରଣ ଶକ୍ତି ଉତ୍ପାଦନ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକର ବ୍ୟାପକତାକୁ ଗ୍ରହଣ କରେ ।

ବେଦାନ୍ତ ଆଲୁମିନିୟମ ମଧ୍ୟ ଏହାର ଶକ୍ତି ମିଶ୍ରଣରେ ଜୈବ ଇନ୍ଧନ ବ୍ୟବହାରକୁ ସକ୍ରିୟ ଭାବେ ପ୍ରୟୋଗ କରିବା ଲାଗି ଅନୁସନ୍ଧାନ କରୁଛି । ବାଲକୋ (ଛତିଶଗଡ଼)ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତର ଝାରସୁଗୁଡ଼ାର ଏକ ସହାୟକ କମ୍ପାନି ସମେତ କୃଷି ଅବଶେଷାଂଶରୁ ଉତ୍ପାଦିତ ବାୟୋମାସ ପେଲେଟ ଏବଂ ବ୍ରିକେଟ ବ୍ୟବହାରକୁ କମ୍ପାନି ଗ୍ରହଣ କରୁଛି । ବିଗତ ଦୁଇ ବର୍ଷ ମଧ୍ୟରେ କମ୍ପାନି ଏହାର ବହୁ କାର୍ଯ୍ୟରେ ଇନ୍ଧନ ବ୍ୟବହାରକୁ ସଫଳତାର ସହ ପାଇଲଟ କରିଛି, ବେଦାନ୍ତ ଆଲୁମିନିୟମ ୧୧.୨୯ କୋଟି ଜୈବ ଇନ୍ଧନ ବ୍ୟବହାର କରିଛି, ଯାହା ଦ୍ୱାରା ଇନ୍ଧନ ବ୍ୟବହାରରୁ ୧୬.୦୭ ଟନ ସିଓ୨ ନିର୍ଗମନ ହ୍ରାସ ପାଇଛି ।

ଏହି ପ୍ରୟାସ ଏହାର ଶକ୍ତି ମିଶ୍ରଣକୁ ବହୁବିଧ କରିବାରେ ସହାୟକ ହୋଇଥାଏ ଓ ପାରଂପାରିକ ଇନ୍ଧନର ଅଭାବ ସମୟରେ ଏକ ଉପଯୋଗୀ ବିକଳ୍ପ ଭାବେ କାର୍ଯ୍ୟ କରେ । ଅଧିକନ୍ତୁ ଏହା ଫସଲ ଅବଶିଷ୍ଟାଂଶରୁ ମିଳୁଥିବାରୁ କୃଷକଙ୍କୁ ମଧ୍ୟ ଉତ୍ସାହିତ କରିଥାଏ ।

୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ନିର୍ଗମନ ଉପରେ ଧ୍ୟାନ ଦେଇ ବେଦାନ୍ତ ଏହାର କାର୍ଯ୍ୟକଳାପକୁ ଡିକାର୍ବନାଇଜେସନ କରିବା ଲକ୍ଷ୍ୟରେ ରହିଛି । ଏହାର ଶକ୍ତି କ୍ଷେତ୍ରରେ ଅକ୍ଷୟ ଶକ୍ତି ପରିମାଣ ବଢାଇଛି, ଶକ୍ତି ଉପଯୋଗକୁ କମ କରିବା ଲାଗି କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି, କମ କାର୍ବନ ଓ ସ୍ୱଛ ଇନ୍ଧନ ଉପଯୋଗ କରୁଛି ।
ଏହାର ଶକ୍ତି ପୋର୍ଟଫୋଲିଓରେ ଏକ ଆବଶ୍ୟକୀୟ ଅଂଶ ଭାବେ ଅକ୍ଷୟ ଶକ୍ତି ପ୍ରତି କଂପାନିର ପରିବର୍ତନ, ଉତ୍ପାଦନ ନୂଆ ଧାରାକୁ ସକ୍ଷମ କରୁଛି । ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ଏହାର ସର୍ବଭାରତୀୟ ଗ୍ରାହକ ଆଧାର ଲାଗି କାର୍ବନ ସବୁଜ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା ଓ ରେସ୍ତୋରା ଅଲଟ୍ରା ପ୍ରଦାନ କରିଥାଏ । ଉଲ୍ଲେଖଯୋଗ୍ୟଯେ କମ୍ପାନି ମଧ୍ୟ ଆଥିର୍କ ବର୍ଷ ୨୨ରେ ଅକ୍ଷୟ ଶକ୍ତିର ଭାରତରେ ବୃହତ ଶିଳ୍ପ ଉପଭୋକ୍ତା ଥିଲା ଓ ଏହା ପ୍ରାୟ ୩ ବିଲିୟନ ୟୁନିଟ କ୍ରୟ କରିଥିଲା ।

ଏକ୍ତି ସଂରକ୍ଷଣ ଓ ଏହାର କାର୍ବନ ଫୁଟ ପ୍ରିଂଟ ହ୍ରାସ କରିବା ଦିଗରେ ବେଦାନ୍ତ ଆଲୁମିନିୟମ ନରନ୍ତର ଯାତ୍ରା କରି ଅନେକ ମାଇଲ ଖୁଂଟ ଅତିକ୍ରମ କରିଛି

• ଆର୍ଥିକ ବର୍ଷ ୨୩ରେ ୧.୩୬ ନିୟୁତ ଜିଜେ ଶକ୍ତି ସଂରକ୍ଷଣ କରିଛି

• ଲିଥିୟମ ଆୟନ ବ୍ୟାଟେରି ଚାଳିତ ଇଭି ଫର୍କ ଲିଫ୍ଟ ପ୍ରଚଳନ କରିଛି । ଏହା ଦ୍ୱାରା ପ୍ରାୟ୧୬୦୦ ଟନ ସିଓ୨ କାର୍ବନ ନିର୍ଗମନ ହ୍ରାସ ହେବ ।

• ୨୦୧୨ ବେସଲାଇନରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତାକୁ ଆର୍ଥିକ ବର୍ଷ ୨୦୨୨ ସୁଦ୍ଧା ୨୪% ହ୍ରାସ କରିଥିଲାବେଳେ ସମାନ ଅବଧି ପାଇଁ ଏହା ଆଠଗୁଣା ବୃଦ୍ଧି ହୋଇଛି ।

• ୨୦୩୦ ସୁଦ୍ଧା ଏହାର ହାଲୁକା ମୋଟର ଯାନ ଫ୍ଲିଟର ୧୦୦% ଏବଂ ୨୦୩୫ ସୁଦ୍ଧା ୭୫% ଖଣି ଫ୍ଲିଟର ଡିକର୍ବେନାଇଜେସନ କରିବାକୁ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *