ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବଡ଼ବିଲ(ଧରଣୀ)ବଡ଼ବିଲ ଥାନା ଅନ୍ତର୍ଗତ, ଉତ୍ତମସିଂ ହଟିଂ ସ୍ଥିତ ଜଙ୍ଗଲିଆ ସ୍ଥାନରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ ବୃଦ୍ଧାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପାଇଥିଲେ। ଏନେଇ ସେମାନେ ବଡ଼ବିଲ ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତକ ବୃଦ୍ଧା ଜଣକ ଉକ୍ତ ଉତ୍ତମସିଂ ର ମଙ୍ଗଲୀ ପାତ୍ର(୭୦ବର୍ଷ)। ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଆଶଙ୍କା କରୁଥିବାବେଳେ , ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାର କାରଣ ଜଣା ପଡିବବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଆଲୋକ କୁମାର ପରିଡା ସୂଚନା ଦେଇଥିଲେ। ଅନ୍ୟପକ୍ଷେ ପରିବାର ଲୋକେ ମଙ୍ଗଲୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି।