ଷ୍ଟେଟ ବ୍ଯାଙ୍କ ଦ୍ଵାରା ଓଡିଶାର ପ୍ରଥମ ଅମୃତ ବାଟିକା ସ୍ଥାପିତ

ଭୁବନେଶ୍ଵର: ଆଜାଦି କା ଅମୃତ ମହୋତ୍ସବ (AKAM) ର ଏକ ଅଂଶ ଭାବରେ ଏବଂ “ମେରୀ ମାଟି ମେରା ଦେଶ” ମେଗା କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳ ଓଡିଶାର ପ୍ରଥମ “ଅମୃତ ବାଟିକା” ଭୁବନେଶ୍ୱରର ବରମୁଣ୍ଡା ମ୍ୟୁନିସିପାଲିଟି ହାଇସ୍କୁଲରେ ବୃକ୍ଷରୋପଣ ସହିତ ଆରମ୍ଭ କରିଛି | ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଏକ ଚାରା ଗଛ ରୋପଣ କରି ଅମୃତ ବାଟିକାକୁ ଉଦ୍ଘାଟନ କରିଥିଲେ। ଷ୍ଟେଟ ବ୍ଯାଙ୍କ ଦ୍ଵାରା କରାଯାଇଥିବା ଏହି ଅମୃତ ବାଟିକା ଓଡ଼ିଶାରେ ପ୍ରଥମ।

ଏହି କାର୍ଯ୍ୟକ୍ରମରେ ମଣ୍ଡଳ ବିକାଶ ଅଧିକାରୀ  ଶ୍ରୀ ମନୋଜ କୁମାର ସିଂ, ସହାୟକ ମହାପ୍ରବନ୍ଧକ (ବିପଣନ ଓ ସମ୍ପ୍ରେଷଣ) ଶ୍ରୀ ଅମରଶ ଦାସ, ସ୍ଵେଚ୍ଛା ସେବୀ ସଂଗଠନ ଆଜିର ସୃଜନୀର ପରିଚାଳନା ମୁଖ୍ୟ ଶ୍ରୀମତୀ ସୁଜାତା ନନ୍ଦ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ | ଷ୍ଟେଟ ବ୍ଯାଙ୍କ ଚଳିତ ବର୍ଷ ଓଡ଼ିଶାର ବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ 50,000 ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିସାରିଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *