ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ୨୦୨୨ରେ ଓଡ଼ିଶା ପାଇଁ ‘ଶୀର୍ଷ ପ୍ରଦର୍ଶନକାରୀ’ ମାନ୍ୟତା ପାଇଛି


ରାଜ୍ୟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ୨୦୨୨ ଓ ନ୍ୟାସନାଲ ଷ୍ଟାର୍ଟଅପ ପୁରସ୍କାର ୨୦୨୩ରେ ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ଡିପିଆଇଆଇଟି ଦ୍ୱାରା ପରସ୍କୃତ


ଭୁବନେଶ୍ୱର, ୧୬ ଜାନୁଆରୀ ୨୦୨୪: ଏକ ଉନ୍ନତ ଷ୍ଟାର୍ଟଅପ ଇକୋ ସିଷ୍ଟମ ଗଠନ ପାଇଁ ଓଡ଼ିଶାର ଅଦମ୍ୟ ପ୍ରତିବଦ୍ଧତା ଏହାର ଆକର୍ଷଣୀୟ ସଫଳତା ଦ୍ୱାରା ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ୨୦୨୨ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ସୂଚୀତ କରାଯାଇଛି । ଏହି ସମ୍ମାନକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ଜାନୁଆରୀ ୧୬, ୨୦୨୪ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଷ୍ଟେଟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ ୨୦୨୨କୁ ଏକ ଦୃଢ ଫଳାଫଳ ପରିଚାଳିତ ପଦକ୍ଷେପ ଭାବରେ ଯତ୍ନର ସହ ପ୍ରସ୍ତୁତ କରାଯାଇଥିଲା, ଯାହା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଉଲ୍ଲେଖନୀୟ ଅଗ୍ରଗତି କରିବାକୁ ଲକ୍ଷ୍ୟ ରଖିଥିଲା । ଏହି ୪ର୍ଥ ସଂସ୍କରଣ ରାଜ୍ୟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ଡିପଆଇଆଇଟି ଦ୍ୱାରା ପରିଚାଳିତ ହୋଇଥିଲା । ରାଜ୍ୟର ଏକ ବିସ୍ତୃତ ଚିତ୍ର ପ୍ରଦାନ କରିବା ବା ୟୁଟିର ସ୍ୱତନ୍ତ୍ର ଷ୍ଟାର୍ଟଅପ ଇକୋ ସିଷ୍ଟମ ପାଇଁ ସମର୍ଥନକୁ ଉତ୍ସାହିତ କରାଯାଇଥିଲା ଓ ଏଥିପାଇଁ ୨୫ଟି ଆକ୍ସନ ପଏଂଟ ବ୍ୟବହୃତ ହୋଇଥିଲା ।


ଷ୍ଟାର୍ଟଅପର ସଂପ୍ରସାରଣ ଓ ଇକୋ ସିଷ୍ଟମକୁ ସମର୍ଥନ କରିବା ଲାଗି କାର୍ଯ୍ୟ କରିବାକୁ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପ୍ରୋତ୍ସାହିତ କରାଯାଇଥିଲା । ୨୦୧୮ରେ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ୨୦୧୯ରେ ଷ୍ଟାର୍ଟଅପ ଇକୋ ସିଷ୍ଟମକୁ ସମର୍ଥନ କରିଥିବାରୁ ଓ ରାଜ୍ୟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ୨୦୨୧ରେ ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ପୁରସ୍କୃତ କରିଥିଲା । ରାଜ୍ୟ ପ୍ରତ୍ୟେକ ଅଂଚଳରେ ଉଦ୍ୟୋଗୀମାନଙ୍କ ବିକାଶ ପାଇଁ ସାମଗ୍ରିକ ନୀତି ଓ ଯୋଜନା ପ୍ରସ୍ତୁତ ହୋଇଥିଲା । ବର୍ତମାନ ୨୦୨୨ରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ମାନ୍ୟତା ବଜାୟ ରଖିଛି ଯାହା ନୂଆ ଉଦ୍ୟୋଗୀଙ୍କ ଲାଗି ଏକ ଖୁସି ଖବର ।


ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ଓମକାର ରାୟ କହିଛନ୍ତି ଯେ ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ ର‌୍ୟାଙ୍କିଙ୍ଗ ୨୦୨୨ରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ସ୍ଥିତିକୁ ବଜାୟ ରଖିବା ଲାଗି ଆମର ଅଦମ୍ୟ ପ୍ରତିବଦ୍ଧତାର ପ୍ରମାଣିତ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ କେବଳ ଆମର ଷ୍ଟାର୍ଟଅପ ଇକୋସିଷ୍ଟମର ସାମର୍ଥ୍ୟକୁ ବୃଦ୍ଧି କରିପାରିଛୁ । ଏକ ନୂଆ ଷ୍ଟାର୍ଟଅପ ନୀତି ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଓଡ଼ିଶା ସର୍ବଦା ସମର୍ଥନ କରୁଛି । ଆମର ଲକ୍ଷ୍ୟ ହେଉଛି ଯାତ୍ରା ସମୟରେ ବହୁ ସଂଖ୍ୟକ ଉଦ୍ୟୋଗୀଙ୍କୁ ପ୍ରେରଣା ଓ ସମର୍ଥନ ଯୋଗାଇବା ।


ଷ୍ଟାର୍ଟଅପ ଓଡ଼ିଶା ଏଗ୍ରିଟେକ, ଆଇଟି, କୃତ୍ରିମ ବୁଦ୍ଧିମତା, ସ୍ୱାସ୍ଥ୍ୟସେବା, ଫିନଟେକ ଓ ବାୟୋଟେକନୋଲୋଜି କ୍ଷେତ୍ର ଗୁଡ଼ିକରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ ପୋଷଣ କରିଛି, ଯେଉଁଥିରୁ ୪୨% ମହିିଳା ଉଦ୍ୟୋଗୀ ରହିଛନ୍ତି । ଏହାର ସଂଖ୍ୟା ୨୦୨୫ ସୁଦ୍ଧା ଅତିକମରେ ୫୦୦୦କୁ ଛୁଇଁବ । ରାଜ୍ୟରେ ୨୭ଟି ଇନକ୍ୟୁବେଟର ଆୟୋଜିତ ହୋଇଛି ଓ ସେମାନଙ୍କ ମଧ୍ୟରେ ଓ-ହବ, ଓଡ଼ିଶା ସରକାରଙ୍କ ଇନକ୍ୟୁବେଟର ରହିଛି । ଏହା ଏକ ବୃହତ ଇନକ୍ୟୁବେଟର । ବର୍ତମାନ ଏଠାରେ ୭୫ଟି ଉଦ୍ୟୋଗୀ ସେଲ (ଇସେଲ) ଓ ୯୩ଟି ଇନକ୍ୟୁବେଟସ ରହିଛି ।

Leave a Reply

Your email address will not be published. Required fields are marked *