ଓଡ଼ିଶା ସରକାରଙ୍କ ବିପର୍ୟୟ ପରିଚାଳନା ସିଷ୍ଟମ କୁ ଜାତୀୟ ସ୍ତରରେ ସମ୍ମାନଜନକ “ସ୍କଚ ଆୱାର୍ଡ- ୨୦୨୩” ପୁରସ୍କାର
ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ଵାରା ରାଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର (ଘଓଉ) ସହଯୋଗରେ ପରିଚାଳିତ ପ୍ରକଳ୍ପ “ଡିଜାଷ୍ଟର ଆସ୍ସିଷ୍ଟାନ୍ସ ମନିଟରିଙ୍ଗ ଆଣ୍ଡ ପେମେଂଟ ସିଷ୍ଟମ” (ଊଇଗଚଝଙଊଓଝଐଇ) କୁ ଦେଶର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର “ସ୍କଚ ଆୱାର୍ଡ ୨୦୨୩” ରେ ପୁରସ୍କୃତ କରାଯାଇଛିଜ୍ଝ ପ୍ରତିଯୋଗିତାରେ ଭାଗ ନେଇଥିବା ଦେଶର ବିଭିନ୍ନ ଇ-ଗଭର୍ଣାନ୍ସ ପ୍ରକଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ସବୁ ପଛରେ ପକାଇ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ଵାରା ପରିଚାଳିତ ଏହି “ଡିଜାଷ୍ଟର ଆସ୍ସିଷ୍ଟାନ୍ସ ମନିଟରିଙ୍ଗ ଆଣ୍ଡ ପେମେଂଟ ସିଷ୍ଟମ” (ଊଇଗଚଝଙଊଓଝଐଇ) ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ଅନ୍ୟତମ ଶ୍ରେଷ୍ଠ ପ୍ରୋଜେକ୍ଟ ରୂପେ ବଛାଯାଇ “ସ୍କଚ ସିଲଭର ଆୱାର୍ଡ ୨୦୨୩” ରେ ପୁରସ୍କୃତ ହେବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟଜ୍ଝ
ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟ ସରକାର ପ୍ରାକୃତିକ ବିପର୍ୟ୍ୟୟ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି, ହଜିଯାଇଥିବା ବ୍ୟକ୍ତି ଓ ଆଘାତ ପାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଅନଲାଇନ ମାଧ୍ୟମ ରେ ଖୁବ ସ୍ୱଳ୍ପ ସମୟ ଭିତରେ ସହାୟତା ରାଶି ପ୍ରଦାନ କରିବା ରେ ସଫଳ ହୋଇଛନ୍ତି ଜ୍ଝ ସହାୟତା ରାଶି ସିଧାସଳଖ ଭାବେ ପୀଡିତଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଇଏଫଏମଏସ (ଓୠଗଝ) ସହାୟତା ରେ ଟ୍ରାନ୍ସଫର କରା ଯାଉଛି ଜ୍ଝ ରାଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର (ଘଓଉ) ର ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଟି ବିଗତ ୨ ବର୍ଷ ହେଲା ସଫଳତା ର ସହିତ ଉଭୟ ସରକାର ଏବଂ ନାଗରିକଙ୍କ ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛିଜ୍ଝ
ଏହି ପ୍ରକଳ୍ପଟି ଓଡ଼ିଶା ରାଜ୍ୟ ର ୩୦ ଟି ଜିଲ୍ଲା , ୩୧୭ ତହସିଲ ଏବଂ ୨୪୦୦ ରୁ ଉର୍ଦ୍ଧ୍ୱ ରେଭେନ୍ୟୁ ସର୍କଲ ରେ ସଫଳତା ର ସହିତ ପରିଚାଳିତ ହୋଇ ଅଛି ଜ୍ଝ ଏହି ପ୍ରକଳ୍ପଟି ଉଦଘାଟନ ହେବା ପରଠୁ ଏପର୍ୟ୍ୟନ୍ତ ଅନଲାଇନ ସିଷ୍ଟମ୍ ମାଧ୍ୟମରେ ୧୫୦୦୦ ଟି କେସ୍ ପଞ୍ଜୀକୃତ ହୋଇଛି ଯାହା ମଧ୍ୟରୁ ପାଖପାଖି ୧୨୪୬୩ କେସ୍ ରେ ୧୪୪୮୫ ରୁ ଉର୍ଦ୍ଧ୍ୱ ପୀଡ଼ିତଙ୍କ ର ଆତ୍ମୀୟ ସ୍ୱଜନ ମାନଙ୍କୁ ୪୯୦ କୋଟିରୁ ଉର୍ଦ୍ଧ୍ୱ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି ।
୧୦ ଫେବୃଆରୀ ୨୦୧୪ ତାରିଖରେ ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ପୁରସ୍କାର ବିତରଣ ସମାରୋହ ରେ ଓଡିଶା ସରକାର ଙ୍କ ତରଫ ରୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଏହି ସମ୍ମାନଜନକ ପୁରସ୍କାର ଟି ଗ୍ରହଣ କରିଥିଲେ ଜ୍ଝ ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷଜ୍ଞ ମାନଙ୍କୁ ସୂବେଚ୍ଛା ଜଣାଇଲେ ଜ୍ଝ