ଓଡ଼ିଶା ରାଜ୍ୟ ଏମ୍.ସି.ଓ ଏ.ପି.ଓ. ଆସୋସିଏସନ୍ର ବୈଠକ
ଭୁବନେଶ୍ୱର : ରାଜ୍ୟ ମନରେଗା ସଂଯୋଜକ (ଏମ୍.ସି.) ଓ ଅତିରିକ୍ତ ପ୍ରୋଗ୍ରାମ୍ ଅଫିସର (ଏ.ପି.ଓ.) ମାନଙ୍କର ଏକ ବୈଠକ ଖାରବେଳନଗସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟରତ ଥିବା ଏମ୍.ସି. ଓ ଏ.ପି.ଓ. ମାନେ ଏକାଠି ହୋଇ ନୂତନ ସରକାରର ଶୁଭକାମନା କରିବା ସଂଗେ ସଂଗେ ଅଭିନନ୍ଦନ ଜଣାଇଥିଲେ । ସଂଘର ସଭାପତି ମାନସ ରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୧୦-୧୧ ଆର୍ଥିକ ବର୍ଷଠାରୁ କାର୍ଯ୍ୟରତ ସମସ୍ତ ଅଧିକାରୀମାନେ ପ୍ରତି ଜିଲ୍ଲାରୁ ଆସି ଏକାଠି ହୋଇ ନୂତନ ସରକାରଙ୍କ ପାଖରେ ସେମାନଙ୍କର ଦାବି ଆଗାମୀ ଦିନରେ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ସମସ୍ତ ଏମ୍.ସି. ଓ ଏ.ପି.ଓ.ମାନେ ସ୍ୱଳ୍ପ ଦରମା ସହିତ ଅସ୍ଥାୟୀ କର୍ମଚାରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱ ଗଠିତ ନୂତନ ସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସଂଘ ତରଫରୁ ଦୃଢ ଆଶା ପୋଷଣ କରାଯାଇଅଛି । ସଂଘର ଆଗାମୀ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୨୭ ତାରିଖ ଦିନ ପୁରୀଠାରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର କାର୍ଯ୍ୟକ୍ରମ ଯୋଗୁଁ ସାରା ରାଜ୍ୟରେ ଲୋକମାନେ ଉପକୃତ ହେବେ ବୋଲି ସଂଘ ଆଶାବାଦୀ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାଳୁଚରଣ ସାହୁ, ବନଜା ଶଶି ଦାସ, ଦିଲ୍ଲୀପ ପୁର୍ତ୍ତି, ବିଷ୍ଣୁଦତ୍ତ ଧଳ, ଜ୍ୟୋତିରଂଜନ ବେହେରା, ସୁମନ୍ତ ଦ୍ୱିବେଦୀ, ଦିପଙ୍କର ରଥ ପ୍ରମୁଖ ଜିଲ୍ଲା କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ସର୍ବଶେଷରେ ମିଟନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।