ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ୭ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ୱର, ତା ୨୫ା୯ : ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୭ଦଫା ସମ୍ବଳିତ ଦାବି ଖୁବ୍‌ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦିକା ଜାନକୀ ମାଝୀ, ସମ୍ପାଦିକା ଚନ୍ଦ୍ରାବତୀ ନାୟକ, କୋଷାଧ୍ୟକ୍ଷା ରଜନୀ କିଷାନ, ଗାୟତ୍ରୀ ନାଗ, ବିଜୟ ପୃସେଟ୍‌, କିଶୋର ନାୟକ, ତପନ ପ୍ରସାଦ ସାହୁ, ରାଧାଶ୍ୟାମ ମହାରଣା, ସୁଜାତା ସ୍ୱାଇଁ, ରିତୁ ପାତ୍ର, ବିନ୍ଦୁ ଦାସ ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ବକ୍ତବ୍ୟମାନ ରଖିଥିଲେ ।
ଆମ୍ଭେ “ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ”, ସବିନୟ ଦାବି ଜଣାଉଛି ଏହିକିଯେ, ମହାଶୟ ସାରା ଭାରତ ବର୍ଷରେ ଲୋକପ୍ରିୟତା ଅର୍ଜନ କରିଥିବା ସମସ୍ତ ବିଭାଗୀୟ ଦୁଃଖି ଦରିଦ୍ର ସମସ୍ୟା ଉପରେ ଉଚିତ୍ ବିଚାର କରି ନ୍ୟାୟ ପ୍ରଦାନ କରିଆସୁଛନ୍ତି । ଗଲା ଦିନରେ ଆମ୍ଭ ଦାବି ପ୍ରତି ମଧ୍ୟ ସଦୟ ହୋଇ ପାରିଶ୍ରମିକ ଟ.୧୦୦୦ ରୁ ଟ.୨୦୦୦/-କୁ ବୃଦ୍ଧି କରିଥିବା ଯୋଗୁଁ ଆମ୍ଭେ ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛୁ । ଆଜକୁ ୨୦ ବର୍ଷ ଧରି ଆମ୍ଭେ ଉକ୍ତ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରାପ୍ୟ ଆମ୍ଭମାନଙ୍କୁ ସମୁଦ୍ରକୁ ଶଙ୍ଖେ ସଦୃଶ । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ପାରିଶ୍ରମିକ ଆମ୍ଭମାନଙ୍କର ଦିନସାରା ପରିଶ୍ରମ ପାଇଁ ଟ.୬୬.୬୬ ପଇସା ପଡୁଅଛି । ମାତ୍ର ତାହାକୁ ଆମ୍ଭେ ଠିକ୍ ଭାବେ ପାଉନାହୁଁ । କାରଣ ସରକାର ମାସିକ ଟ.୨୦୦୦/- ଦେବାକୁ ଘୋଷଣା କରିଥିବା ବେଳେ ମାସକୁ ୧୪୦୦ ଟଙ୍କା ଦେଉଛନ୍ତି ଏବଂ ବକେୟା ଟ. ୬୦୦/- ଅଦ୍ୟାବଧି ଦେଇନାହାଁନ୍ତି । ତେଣୁ ଦିନକୁ ଟ.୪୬.୬୬ ପଇସା ପଡୁଅଛି । ସୁ-ମଣିଷ ଗଢ଼ିବା ମନ୍ଦିରରେ ଖାଦ୍ୟ ରାନ୍ଧି ଯୋଗାଉଥିବା ଆମ୍ଭ ପାଚକ ସର୍ବନିମ୍ନ ଭୋକ ମେଣ୍ଟାଇବାରେ ସକ୍ଷମ ହେଉନାହାଁନ୍ତି ।
ଆମ୍ଭେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୨୭୫/- ଆମ୍ଭ ପାଇଁ ଲାଗୁ କରାଯାଉ । ଉକ୍ତ ପ୍ରକାରେ ମାସିକ ଟ.୮,୨୫୦/- ଦରମା ଲାଗୁ କରାଯାଉ । ଆମ୍ଭ ସମସ୍ତଙ୍କ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଉ । ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯାଉ । ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ କରାଯାଉ । ଯେହେତୁ, ଆମ୍ଭେ ସ୍କୁଲ୍‌ରେ ୯ ଘଣ୍ଟା ଠାରୁ ପ୍ରବେଶ କରି ଦିନ ତମାମ ରୋଷେଇ କରିବା, ରୋଷେଇ ବାସନକୁସନ ଧୋଇ ୮ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଆମ୍ଭମାନଙ୍କୁ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରାଯାଉ ।
ଏଣୁ ଆମ୍ଭମାନଙ୍କର ଦାବିଗୁଡ଼ିକ ବିଚାରକୁ ନେଇ ଆମ୍ଭମାନଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ସଂଗେ ସଂଗେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାର ଦାବି କରୁଅଛୁ ।

Leave a Reply

Your email address will not be published. Required fields are marked *