ଷ୍ଟେଟ ବ୍ୟାଙ୍କରେ ସତର୍କତା ସଚେତନତା ସପ୍ତାହ-2022 ପାଳନ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଲ ତରଫରୁ ସତର୍କତା ସଚେତନତା ସପ୍ତାହ-2022 ତା 31 ଅକ୍ଟୋବର 2022 ରୁ 06 ନଭେମ୍ବର 2022 ପର୍ଯ୍ୟନ୍ତ ପାଳନ ହୋଇଯାଇଛି । ଏବର୍ଷ ସତର୍କତା ସଚେତନତାର ବିଷୟବସ୍ତୁ “ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭରାତ “ ରଖାଯାଇଥିଲା । ଏହି ଅବସରରେ ଷ୍ଟେଟ ବ୍ୟାଙ୍କର ସମସ୍ତ କର୍ମଚାରୀ ସମଗ୍ର ରାଜ୍ୟରେ ତା 31/10/2022 ଦିନ ପୂର୍ବାହ୍ନ 11 ଟାରେ ସତ୍ୟନିଷ୍ଠା ଶପଥ ନେଇଥିଲେ । ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ଯାଳୟ ଠାରେ ଶ୍ରୀ ଉତ୍ତମ କୁମାର ହାଜରା ଚଉଧୁରୀ ,ମହା ପ୍ରବନ୍ଧକ (ନେଟୱର୍କ –II ) ଏହି ଶପଥପାଠର ନେତୃତ୍ଵ ନେଇଥିଲେ ।
ଦୁର୍ନୀତି ନିବାରଣର ଆବଶ୍ୟକତାକୁ କେନ୍ଦ୍ରିତ କରି ଷ୍ଟେଟ ବ୍ଯାଙ୍କ ତରଫରୁ ୱାକାଥନ , ରେଡିଓ ଜିଙ୍ଗଲ , ବକୃତା /ନିବନ୍ଧ /ଚିତ୍ରାଙ୍କନ / ଅନଲାଇନ କ୍ଵିଜ, ଗ୍ରାମ ସଭା , ସାନ୍ଧ୍ୟ ଶିବିର ଆଦି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଆୟୋଜିତ ହୋଇଥିଲା ।ତା 04/11/2022 ଦିନ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା , ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଓ ସ୍ଥାନୀୟ ମାନ୍ୟଗଣ ବ୍ୟକ୍ତିମାନଙ୍କ ସହ ନୟାଗଡ ଜିଲ୍ଲା ସ୍ଥିତ ବାତିସାହି ଗ୍ରାମ ପଞ୍ଚାଯତ ରେ ଆୟୋଜିତ ହୋଇଥିବା ଗ୍ରାମ ସଭାରେ ଯୋଗ ଦେଇଥିଲେ । ସେହିପରି , ଓଡିଶା ମାନବାଧିକାର କମିଶନର ସ୍ଵତନ୍ତ୍ର ଡ଼ିଜି, ଶ୍ରୀ ପ୍ରାଣବନ୍ଧୁ ଆଚାର୍ଯ୍ୟ ଷ୍ଟେଟ ବ୍ୟାଙ୍କ୍ ର ସ୍ଥାନୀୟ ପ୍ରଧାନ କାର୍ଯ୍ଯଳୟ ରେ ଆୟୋଜିତ ସଭାରେ ଯୋଗଦେଇ ଦୁର୍ନୀତି ନିବାରଣ ବିଷୟରେ ନିଜ ମତ ପ୍ରଦାନ କରିଥିଲେ ।