ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓମୌଳିକ ଅଧିକାର ପାଇଁ ଦଳିତ ସଂଘର ନିବେଦନ
ଭୁବନେଶ୍ୱର, : ‘ଡକ୍ଟର ବି.ଆର. ଆମ୍ବେଦକର ସେବକ ସଂଘ’ ଓଡ଼ିଶା ତରଫରୁ ଆଜି ରାଜ୍ୟ ଅତିଥି ଭବନରେ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ୧୦ ଦଫା ଦାବୀର ଏକ ବଡ଼ ସ୍ମାରକୀ ମାନପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ଏସ.ସି. କମିଶନର କାର୍ଯ୍ୟ ଗଠନ, ଘରୋଇ ଶିଳ୍ପାନୁଷ୍ଠାନ ଓ ଠିକା ସଂସ୍ଥାରେ ୪୦% ସ୍ଥାନ ସଂରକ୍ଷଣ, ରାଜଧାନୀ ସମେତ ଜିଲ୍ଲା ଓ ସମସ୍ତ ବ୍ଲକରେ ଆମ୍ବେଦକର ଭବନ ଓ ସ୍ମାରକୀ ନିର୍ମାଣ, ଜଙ୍ଗଲ, ଖଣିଜ ସମ୍ପଦରେ ଆଦିବାସୀ ଦଳିତଙ୍କ ଭାଗିଦାରୀତା, ଭୂମିହୀନ ଆଦିବାସୀ ଓ ଦଳିତଙ୍କୁ ଜମି ପଟ୍ଟା, ବାସହରାଙ୍କୁ ଗୃହ, ସମସ୍ତ ସ୍କୁଲ୍ରେ ଏକକ ସିବିଏସ୍ଇ ପାଠ୍ୟକ୍ରମ, ଛାତ୍ରଛାତ୍ରୀ ଓ ବୃତ୍ତି ଓ ଆଟ୍ରୋସିଟି ସହାୟତା ରାଶି ବୃଦ୍ଧି, ତୁରନ୍ତ ମାମଲା ରୁଜୁ କରୁନଥିବା ଅଧିକାରୀଙ୍କ ବିରୁଦ୍ଧରେ ମାମଲା, ମେହେନ୍ତର ଜାତିକୁ ଏସ.ସି. ମାନ୍ୟତା, ଜମି ବିକ୍ରି ଖରିଦରେ ଟାକ୍ସ ମୁକ୍ତ କରିବାକୁ ନିବେଦନ କରିଥିଲେ । ସଂଘର ରାଜ୍ୟ ସଭାପତି ମନୋରଞ୍ଜନ ଜେନା, କାର୍ଯ୍ୟକାରୀ ସଭାପତି ଦୈତାରୀ ନୟକ, ସାବିତ୍ରୀ ବାଇ ଫୁଲେ, ସେବା ସଂଘ ସଭାନେତ୍ରୀ ସୁପ୍ରଭା ମଲ୍ଲିକ- କେନ୍ଦ୍ରାପଡ଼ା, ଭୋଇ ସମାଜ ଭୁବନେଶ୍ୱର ନେତା ସୁକାନ୍ତ ଭୋଇ, ଶ୍ରୀନିବାସ ନାୟକ- ଢେଙ୍କାନାଳ, ଅଶୋକ ନାୟକ-ନୟାଗଡ଼, ଗଜେନ୍ଦ୍ର ମଲ୍ଲିକ-ସାଲେପୁର, ଶାନ୍ତନୁ ନାୟକ ପ୍ରମୁଖ ଭେଟି ସ୍ୱାଗତ କରିଥିଲେ ।