ନିଶା ସଚେତନତା ଉପରେ ଆଧାରିତ ‘ଆସକ୍ତ’ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ


ଭୁବନେଶ୍ୱର : କୁହାଯାଏଯେ, ଯୁବ ସମାଜ ଦେଶର ଭବିଷ୍ୟତ । କିନ୍ତୁ ଦୁଃଖର ବିଷୟ ଯେ, ନିଶା ସେବନ ଓ ମାଦକଦ୍ରବ୍ୟର ବହୁଳ ବ୍ୟବହାର ଦ୍ୱାରା ଯୁବସମାଜ ନିଜର, ନିଜ ପରିବାରର ସର୍ବୋପରି ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲିଦେଇଛି । ନିଶା ସେବନ ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇସାରିଛି । ‘କର ଫାଉଣ୍ଡେସନ୍‌’ ତରଫରୁ ନିଶା ସଚେତନତା କାର୍ଯ୍ୟକ୍ରମ ଅନବରତ ଭାବେ ଜାରି ରହିଛି । ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯାଇ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଜଣାଶୁଣା ଅଭିନେତା ଚନ୍ଦନ କର ନିଶା ସଚେତନ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ‘ଆସକ୍ତ’ ତିଆରି କରିବାକୁ ଯାଉଛନ୍ତି । ଏଫ.ଏମ୍‌.ଡି. ଫିଲ୍ମ ପ୍ରାୟୋଜିତ ଏହି ଚଳଚ୍ଚିତ୍ରରେ ନିଶାଠାରୁ ଯୁବ ସମାଜ କିପରି ଦୂରେଇ ରହିବେ ସେ ନେଇ ପ୍ରୟାସ କରାଯାଇଛି । ରାକେଶ ସାମଲ ନିର୍ଦ୍ଦେଶକ ଓ ସାଇ ପ୍ରସାଦ ପଣ୍ଡା କ୍ରିଏଟିଭ୍ ମୁଖ୍ୟ ରୂପେ ଏହାର ଦାୟିତ୍ୱ ବହନ କରିଛନ୍ତି । ଭୁବନଶ୍ୱେରସ୍ଥିତ ଗୀତଗୋବିନ୍ଦ ସଦନରେ ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଭିନେତା ଚନ୍ଦନ କର, ସମାଜସେବୀ ସବଦର ହାସିମ୍‌, ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ ଓ ହାସ୍ୟ ଅଭିନେତା ଜ୍ଞାନଙ୍କ ଉପସ୍ଥିତିରେ ଚଳଚ୍ଚିତ୍ରର ‘ଆସକ୍ତ’ର ପୋଷ୍ଟର ଉନ୍ମୋଚିତ ହୋଇଯାଇଅଛି । ଖୁବ୍‌ଶୀଘ୍ର ଦେୟମୁକ୍ତ ଭାବେ ଉକ୍ତ ଚଳଚ୍ଚିତ୍ରଟିକୁ ଦର୍ଶକମାନେ ଦେଖିବାକୁ ସୁଯୋଗ ପାଇବେ ।

Leave a Reply

Your email address will not be published. Required fields are marked *