ନିୟୁଜ ୧୮ ଓଡ଼ିଆ ପକ୍ଷରୁ ରାଇଜିଂ ଓଡ଼ିଶା ୨୦୨୪ର ଆୟୋଜନ
ଭୁବନେଶ୍ୱର ପ୍ରବାହ ନ୍ୟୁଜ୍ : ନ୍ୟୁଜ ୧୮ ଓଡ଼ିଆ ସଫଳତାର ସହ ରାଇଜିଂ ଓଡ଼ିଶା ଇଭେଂଟକୁ ସମାପ୍ତ କରିଛି । ଫେବୃଆରୀ ୨୩ରେ ଭୁବନେଶ୍ୱରର ଆଇଟିସି ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତାର କାହାଣୀ ପ୍ରଦର୍ଶନ ସହିତ ଓଡ଼ିଶାର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ସମସ୍ୟା ଗୁଡ଼ିକର ସମାଧାନ ଉପରେ ଆଲୋକପାତ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ହିତାଧିକାରୀ, ବୁଦ୍ଧିଜୀବୀ ଓ ଦୂରଦୃଷ୍ଟି ସଂପନ୍ନ ନେତାମାନେ ଏକତ୍ର ହୋଇ ଓଡ଼ିଶାର ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ, କ୍ରୀଡ଼ା, ସ୍ଥାୟୀ ଶିଳ୍ପାୟନ ଓ ଗ୍ରାମୀଣ ସଂଯୋଗ ପ୍ରଭୃତି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଲକ୍ଷ୍ମୀ ବସ ପରି ସେବା ଦ୍ୱାରା ଗ୍ରାମ୍ୟ ସଂଯୋଗ ଜରୀଆରେ ବିକାଶମୂଳକ ଦିଗ ପରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ବିଶିଷ୍ଟ ବକ୍ତାମାନେ ମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବିନ ଫଟ୍ଟନାୟକଙ୍କ ସମେତ ପ୍ରତାପ କେଶରୀ ଦେବ, ମନ୍ତ୍ରୀ, ଏମଏସଏମଇ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଉଚ୍ଚ ଶିକ୍ଷା, ତୁଷାରକାନ୍ତି ବେହେରା, ମନ୍ତ୍ରୀ କ୍ରୀଡ଼ା ଓ ଯୁବ ସେବା, ଶ୍ରୀମତୀ ଉଷା ପାଢୀ, ପ୍ରଧାନ ସଚିବ, ବାଣିଜ୍ୟ ଓ ପରିବହନ,ଡ. ବୃନ୍ଦା ଡି., ସିଇଓ ଏସଏଚଏଏସ, ବିଏସକେୱାଇ, ଅନୁପମା ସାହା, ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇ ନିଜ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ରାଇଜିଂ ଓଡ଼ିଶାରେ ପ୍ୟାନେଲ ଅଧିବେଶନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା- ସ୍ୱାସ୍ଥ୍ୟ ସେବାରେ ପରିବର୍ତନକାରୀ ପଦକ୍ଷେପ, ମିଶନ ଶକ୍ତି, ସମୃଦ୍ଧ ଓଡ଼ିଶାର ଚାବି ଭଳି ବିଭିନ୍ନ ବିଷୟ ଉପରେ ବକ୍ତାମାନେ ଆଲୋଚନା କରିଥିଲେ ।