୧୮ କୋଟି ମଞ୍ଜୁର ରେ ନୂଆପଡ଼ା ଜିଲ୍ଲାରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ

ନୂଆପଡ଼ା: ୧୨/୮(ପ୍ରବାହ ନିଉଜ୍) ଜିଲ୍ଲାର ପ୍ରମୁଖ ସହର ଖଡିଆଳ ସମେତ ଖରିଆର ରୋଡ ଏବଂ ନୂଆପଡା ଏନଏସି କ୍ରିଡାର ବିକାଶ ପାଇଁ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ୍ । ଏଥି ପାଇଁ ମୁଖ୍ୟମନ୍ରୀ କ୍ୟାବିନେଟ୍ ବୈଠକ ରେ ନୂଆପଡା ଜିଲ୍ଲା ପାଇଁ ୧୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରତ୍ଯେକ ଷ୍ଟାଡିୟମ ନିର୍ମାଣ ପାଇଁ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏ ପରିପେକ୍ଷୀରେ ଆଜି ଖଡିଆଳ ସହର ଦୁଇ ନମ୍ଵର  କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ଵାରା ଜିଲ୍ଲା କ୍ରୀଡାର ବିକାଶ ହେବା ସହ ବିଶେଷ କରି ବ୍ୟାଡମିଣ୍ଟନ, ଭଲିଭଲ୍, ଟେନିସ ଆଦି ଖେଳର ବିକାଶ ହେବା ଲୁଚି ରହିଥିବା ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆସିବା ଦିଗରେ ସହାୟକ ହେବ । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୁଆପଡା ଜିଲ୍ଲା ଗ୍ରସ୍ତରେ ଆସିଥିବା ବେଳେ ବିଶେଷ କରି ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପୃଥକ ପୃଥକ ଭାବେ ଜିଲ୍ଲାର ଖଡିଆଳ, ଖରିଆର ରୋଡ ଏବଂ ନୁଆପଡା ସହର ରେ ଇନଡୋର ଷ୍ଥାଡିୟମ ନିର୍ମାଣ କରିବା ଦିଗରେ ଦୃଷ୍ଟି  ଆକର୍ଷଣ କରିଥିଲେ । ଏହା ସହିତ କ୍ରୀଡ଼ାବିତ ମାନଙ୍କୁ ଟି ସାର୍ଟ, ସହ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଉକ୍ତ ଖବର ଦାତା ସମ୍ମିଳନୀରେ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ୟାସିନ ମହମ୍ମଦ, ଖୁଲଣା ବେହେରା, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ବିଜେଡି ଜିଲ୍ଲା ସଭାପତି ତଥା କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ବିଜେଡି ନେତ୍ରୀ ସରସ୍ଵତୀ ବାଗ,ଜିଲ୍ଲା ପରିଷଦ ସଭ୍ୟା ଶେଫାଳୀ ସଲମା, ନଗର କଂଗ୍ରେସ ସଭାପତି ସନ୍ତୁ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ମୋହନ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *