ଷ୍ଟେଟ ବ୍ୟାଙ୍କର ବିଶାଳ ଗ୍ରାହକ ସେବା କେନ୍ଦ୍ର ସମାବେଶ

ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳ ଅଧିନସ୍ଥ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କର ଏହି ବିଶାଳ ସମାବେଶ ତା ୩୧/୧୦/୨୦୨୨ ରିଖ ଦିନ ସ୍ଥାନୀୟ ରେଳ କୁଞ୍ଜ ଅଡିଟୋିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରୁ ୧୨୮୦ ଗ୍ରାହକ ସେବା ପରିଚାଳକ (CSP) ଓ ୨୯ ଜଣ ସର୍ବ ଭାରତୀୟ ସ୍ତରର ବ୍ୟବସାୟୀ ପ୍ରତିନିଧି (BC) ଯୋଗଦେଇଥିଲେ ।

ଷ୍ଟେଟ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳ ମହା ପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ଅବସରରେ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଣାଳୀର ଗ୍ରାହକ ସେବା କେନ୍ଦ୍ର ଓ ବ୍ୟବସାୟୀ ମାନଙ୍କ ଗୁରୁଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟର ପ୍ରତି କୋଣ ଓ ଅନୁକୋଣରେ ବ୍ୟାଙ୍କିଙ୍ଗ ସେବା ସାମାଜିକ ସୁରକ୍ଷା ଓ ଆର୍ଥିକ ସଚେତନତାର ପ୍ରଗତି ପାଇଁ ଶ୍ରୀ ଶର୍ମା ସମସ୍ତ ଗ୍ରାହକ ସେବା ପରିଚାଳକ ମାନଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ଗତ ଅଗଷ୍ଟ ମାସରେ ଚାଲିଥିବା ସମାଜ ସୁରକ୍ଷା ଅଭିଯାନରେ ଭଲ ପ୍ରଦଶ୍ରନ କରିଥିବା ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଓ ବ୍ୟବସାୟୀ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ରୀ ମନମୋହନ ସ୍ୱାଇଁ , ଉପ-ମହାପ୍ରବ୍ନ୍ଧକ (ଆଥିକ ଅନ୍ତଭବୂକ୍ତିକରଣ ) ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ମାନଙ୍କୁ ବିଭିନ୍ନ ସମସ୍ୟାର ଉତ୍ତର ରକହିଥିଲେ । ଶ୍ରୀ ଧୃବ୍ ଚରଣ ବଳ , ଉପମହାପ୍ରବ୍ନ୍ଧକ (କୃଷି ) ଓ ଅନ୍ୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ମାନେ ଏହି ସମାବେଶର ପରିଚାଳନାର ସୁପରିଚାଳନା ସହାୟତା କରିଥିଲେ ।