ଫିଟନେସ ଶପଥ ସହ ପାଳିତ ହେଲା ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ

ଅନୁଗୋଳ, ତା ୦୯.୦୩.୨୦୨୩ ରିଖ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ମାନେ ଫିଟନେସର ଶପଥ ନେବା ସହ ଜେଏସପି ଅଧ୍ୟକ୍ଷ  ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ପାଳନ କରିଛନ୍ତି I ଏହି ଉପଲକ୍ଷେ କର୍ମଚାରୀ ଏବଂ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ଵ ସଂପର୍କିତ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ଏହି ଅବସରରେ, ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ତତ୍ଵାବାଧାନରେ ଏକ ମେଗା ଯୋଗ ଅଧିବେଶନ ଜିନ୍ଦଲ ନଗର ପରିସରରେ ଆୟୋଜିତ ହୋଇଥିଲା l ଯେଉଁଥିରେ ଜେଏସପିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦିନେଶ କୁମାର ସରୋଗୀ, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଶ୍ରୀ ଦାମୋଦର ମିତ୍ତଲ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗ ବହୁଳ ସଂଖ୍ଯାରେ ଯୋଗଦାନ କରିବା ସହ ଶ୍ରୀ ନବୀନ ଜିନ୍ଦଲଙ୍କ ଦ୍ଵାରା ପ୍ରଦତ୍ତ ସ୍ୱାସ୍ଥ୍ୟ ଏବଂ ଫିଟନେସର ମାର୍ଗକୁ ଆପଣାଇବା ନିମନ୍ତେ ଶପଥ ନେଇଥିଲେ l

ଏହି ଅବସରରେ, ଜେଏସପିର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ  ସ୍ଥାନୀୟ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସର ଗୁରୁତ୍ଵ ସଂପର୍କିତ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ପ୍ରମୁଖ ଆକର୍ଷଣ ଭାବରେ ସ୍ଥାନୀୟ ମରାତିରା ଗ୍ରାମ ଠାରେ ଏକ ମୁକ୍ତାକାଶ ବ୍ୟାୟାମଶାଳାକୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ଏବଂ ଶ୍ରୀ ଏସ. କେ. ଶର୍ମା, ଭିପି- ଜେଏସପି  ମିଳିତ ଭାବେ ଉଦଘାଟନ କରିଥିଲେ l

ଏତଦ ସହିତ ବହୁବିଧ ସମାଜ ସେବା କାର୍ଯ୍ୟକ୍ରମ ଜିଲ୍ଲା ହସପିଟାଲ, ଅନୁଗୋଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଗୋଳ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ, ସାମାଜିକ ଦାୟିତ୍ଵବୋଧ ଟିମ ସହ ଯୋଗ ଦେଇ ଜିଲ୍ଲା ହସପିଟାଲ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ l ସେହିପରି ଆଦୃତା ଶିଶୁ ଗୃହ ଠାରେ ଏକ କେକ କଟିଙ୍ଗ କାର୍ଯ୍ୟକ୍ରମ ସହ ହୋମିଓପାଥିକ ଚିକିତ୍ସl ଶିବିରର ମଧ୍ୟ ଆୟୋଜନ କରଯାଇଥିଲା l

ଆଶା ଦି ହୋପ ଅନୁଷ୍ଠାନ, ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ ବହୁ ହର୍ଷ-ଉଲାସ ମଧ୍ୟରେ କେକ କଟିଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଥିଲା l

ଶ୍ରୀମତୀ ସୁଜାତା ସରୋଗୀ, ସଭାନେତ୍ରୀ – ଜିନ୍ଦଲ ମହିଳା ସମିତି, ଶ୍ରୀମତୀ ଅନିତା ମିତ୍ତଲ, ଉପ-ସଭାନେତ୍ରୀ –  ଜିନ୍ଦଲ ମହିଳା ସମିତି ଏବଂ ଜେଏସପିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଗଣ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ସ୍ଥାନରେ ସାମିଲ ହେବା ସହ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରତି ଥିବା ନିଜର ଶ୍ରଦ୍ଧା, ସ୍ନେହ ଏବଂ ସମର୍ପଣ ଭାବ ପ୍ରକାଶ କରିଥିଲେ l

ଏହି ଅବସରରେ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଦେବ ଭୂମି ମନ୍ଦିରଠାରେ ଏକ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହେବା ସହ ବିଭିନ୍ନ ସ୍ଥାନରେ କେକ କଟିଙ୍ଗ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ ଯୋଗ ଦେଇଥିଲେ l

ଶ୍ରୀ ନବୀନ ଜିନ୍ଦଲଙ୍କ ପାଇଁ ସ୍ୱାସ୍ଥ୍ୟ ହିଁ ହେଉଛି ଏକ ପ୍ରମୁଖ ଚିନ୍ତାର କାରଣ ଏବଂ ଏଥି ପାଇଁ ଜେଏସପି ସର୍ବଦା ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ମାଧ୍ୟମରେ ସ୍ୱାସ୍ଥ୍ୟର ଗୁରୁତ୍ଵ ନିମନ୍ତେ କାର୍ଯ୍ୟ କରୁଅଛି l ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ନବୀନ ଜିନ୍ଦଲଙ୍କ ଗତ ବର୍ଷର ଜନ୍ମ ଦିନ ଅବସରରେ ସ୍ଥାନୀୟ ଗୋଳାବନ୍ଧ ଏବଂ ବାସୁଦେବପୁର ଗ୍ରାମ ଠାରେ ମୁକ୍ତାକାଶ ବ୍ୟାୟାମଶାଳା ଉଦଘାଟିତ ହୋଇଥିଲା l

ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଶ୍ରୀ ଯୋଶେଫ ପେରିସ, ଇଭିପି-ଏଚଆର, ଶ୍ରୀ ରବି ଶଙ୍କର, ଇଭିପି-ଏଚଆର ଏବଂ ଶ୍ରୀମତୀ ପୁଷ୍ପଲତା ଶତପଥୀ, ଜିଏମ-ସିଏସଆରଙ୍କ ନେତୃତ୍ଵରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ପାର୍ଶ୍ଵବର୍ତୀ ଗ୍ରାମବାସୀଙ୍କ ସହ ଅନୁଗୋଳ ସହର ବାସୀ ମଧ୍ୟ ବହୁଳ ଭାବେ ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *