ଜାତୀୟ କ୍ରୀଡ଼ା ଦିବସ: ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ ପରିସର ମଧ୍ୟରେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ ନୂତନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି


କମ୍ପାନି ଓଡ଼ିଶା ଓ ଛତିଶଗଡ଼ରେ ତୃଣମୂଳ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ କମ୍ପାନିରେ ଚାଲିଥିବା ପଦକ୍ଷେପରେ ଯୁବକମାନଙ୍କୁ ତୀରନ୍ଦାଜ, ହକି ଓ କରାଟେରେ ଜାତୀୟ ପୁରସ୍କାର ଲାଭ କରିବାକୁ ସଶକ୍ତ କରୁଛି


ଭୁବନେଶ୍ୱର, ୨୯ ଅଗଷ୍ଟ,୨୦୨୩ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଯଥା ‘ସାଇକ୍ଲୋଥନ’ ଇନଡୋର ଗେମ ଟୁର୍ଣ୍ଣମେଂଟ ପରି କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଯୁବକ ଓ କର୍ମଚାରୀଙ୍କୁ ତୃଣମୂଳ ସ୍ତରୀୟ କ୍ରୀଡ଼ା ପାଇଁ ଉତ୍ସାହିତ କରୁଛି । ସାମଗ୍ରୀକ ଯୁବ ବିକାଶରେ କ୍ରୀଡ଼ାର ମୌଳିକ ଅବଦାନକୁ ସ୍ୱୀକୃତି ଦେଇ କଂପାନି ଇକୋ ସିଷ୍ଟମ ତଥା ତାଲିମପ୍ରାପ୍ତ ଭିତିଭୂମିକୁ ଯୁବ ଉତ୍ସାହୀଙ୍କ ପାଇଁ ଜାତୀୟ ମାନ୍ୟତା ହାସଲ ଲାଗି ପ୍ରୋତ୍ସାହିତ କରୁଛି, ବିଶେଷ କରି ତୀରନ୍ଦାଜ, ହକି ଓ କରାଟେ ପରି ବିଭାଗ ପାଇଁ ସମର୍ଥନ ଦେଉଛି ।

ଏହି ଅବସରରେ କମ୍ପାନି ଏହାର କର୍ମଚାରୀ ତଥା ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଓଡ଼ିଶାରେ ଏହାର ଲାଞ୍ଜିଗଡ଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଓ ଝାରସୁଗୁଡ଼ାରେ ମେଗା ଆଲୁମିନିୟମ ସ୍ମେଲଟରରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଧାନସଭାର ସଦସ୍ୟ ସୁଶ୍ରୀ ଦୀପାଳି ଦାସ ଓ ସୁନୀଲ କୁମାର ସତ୍ୟ, ସିଇଓ-ପାୱାର ବେଦାନ୍ତ ଲିମିଟେଡ-ଆଲୁମିନିୟମ ବିଜିନେସଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ଯୁବମଂଚ ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତୃଣମୂଳ କ୍ରୀଡ଼ା ପ୍ରତିପୋଷଣ ମଧ୍ୟ ବେଦାନ୍ତ ଆଲୁମିନିୟମର ଏକ ଅବିଛେଦ୍ୟ ଅଙ୍ଗ ଏବଂ କର୍ମଚାରୀ ଓ ଗୋଷ୍ଠୀର ଯୋଗଦାନ ପାଇଁ କମ୍ପାନି ଏହାର ପ୍ରତ୍ୟେକ କାର୍ଯ୍ୟରେ କ୍ରୀଡ଼ା କମିଟି ଗଠନ କରିଛି । ଲଞ୍ଜିଗଡ଼ ରିଫାଇନାରୀରେ ଥିବା କ୍ରୀଡ଼ା କମିଟି କର୍ମଚାରୀଙ୍କ ପାଇଁ ଇନଡୋର କ୍ରୀଡ଼ା ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଥିଲା । କମ୍ପାନିର ଖଣି ଭର୍ଟିକାଲ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଆନ୍ତଃ ସ୍କୁଲକ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିଲା ।

ଉଚ୍ଚକ୍ଷମତା ସଂପନ୍ନ କ୍ରୀଡ଼ା ସଂସ୍କୃତିର ଏକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ବେଦାନ୍ତ ଆଲୁମିନିୟମ ଲକ୍ଷ୍ୟ ରଖିଛି । କଂପାନି ଝାରସୁଗୁଡ଼ାରେ ହକି ପ୍ରତିଭା ପ୍ରତିପୋଷଣ କରୁଛି ଏଥିପାଇଁ ଜିଲ୍ଲା ହକି ଚାମ୍ପିୟନଶିପ ଓ ଝାରସୁଗୁଡ଼ା ଜିଲ୍ଲା ଆଥଲେଟ ଆସୋସିଏସନ ସହ ମିଶି ଏକ ବନ୍ଧୁତ୍ୱତ୍ପୂର୍ଣ୍ଣ ହକି ଟୁର୍ଣ୍ଣମେଂଟ ଆୟୋଜନ କରିଛି ।

ଲାଞ୍ଜିଗଡ଼ରେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦିତା କରିବା ଲାଗି ସ୍ଥାନୀୟ ଗୋଷ୍ଠୀର ଯୁବକମାନଙ୍କ ପାଇଁ ଗୁଣାତ୍ମକ ଉପକରଣ ଓ ପ୍ରଶିକ୍ଷକଙ୍କ ଦ୍ୱାରା ଉପଯୁକ୍ତ ତାଲିମ ପ୍ରଦାନ କରାଯାଉଛି । ସଂପ୍ରତି ଲାଂଜିଗଡ଼ଠାରେ ଏସଏସଡି ହାଇସ୍କୁଲରେ ତୀରନ୍ଦାଜରେ ୪୦ରୁ ଅଧିକ ଛାତ୍ର ଓ କରାଟେରେ ୬୦ ଜଣ ଛାତ୍ରଙ୍କୁ କଂପାନି ପକ୍ଷରୁ ତାଲିମ ଦିଆଯାଉଛି । ୨୦୨୨ ରେ ଏହି କାର୍ଯ୍ୟକ୍ରମରେ ଛାତ୍ରମାନେ ୭୫ଟି ରାଜ୍ୟସ୍ତରୀୟ ଓ ୧୫ଟି ଜାତୀୟ ସ୍ତରୀୟ ପ୍ରତିଯୋଗିତତାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ୩୫ରୁ ଅଧିକ ପଦକ ଲାଭ କରିଥିଲେ ।

ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ଏହା ବିଶ୍ୱାସ କରୁଯେ କ୍ରୀଡ଼ାର ପରିବର୍ତନ ଶକ୍ତି କେବଳ ଆମ ଯୁବକମାନଙ୍କ କ୍ୟାରିୟରକୁ ରୂପାନ୍ତର କରେ ନାହିଁ ବରଂ ସେମାନଙ୍କର ଉଲ୍ଲେଖନୀୟ ସଫଳତାକୁ ପ୍ରତିପାଦିତ କରେ । ଯୁବକ ମାନଙ୍କ ଭିତରେ ଲୁଚି ରହିଥିବା ଏହି କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଓ ସମ୍ମାନ ଦେବା ପାଇଁ ଆମ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପ୍ରୟାସ ଏହାର କାର୍ଯ୍ୟକଳାପ ନିକଟରେ ସ୍ଥାନୀୟ ଗୋଷ୍ଠୀରେ ଶିକ୍ଷାଗତ ଓ ସ୍ୱାସ୍ଥ୍ୟସେବା ସ୍ଥିତିକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରୁ ତୃଣମୂଳ ସ୍ତରୀୟ କ୍ରୀଡ଼ା ଭିତିଭୂମିକୁ ସମର୍ଥନ କରିବା ଓ ଯୁବକମାନଙ୍କୁ ସେମାନଙ୍କ ପସନ୍ଦର କ୍ରୀଡ଼ାରେ ସେମାନଙ୍କ ଇଛା ପୂରଣ କରିବାକୁ ବେଦାନ୍ତ ସୁଯୋଗ ପ୍ରଦାନ କରୁଛି । କଂପାନି ଦ୍ୱାରା ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଛି । କମ୍ପାନିର ପିପୁଲ ଅଫ ମେଟାଲ ସିରିଜରେ ପ୍ରଦର୍ଶିତ ହୋଇଥିବା ପ୍ରେରଣାଦାୟକ କାହାଣୀ ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


କଂପାନି ଏହି ପ୍ରୟାସ ଜାରୀ ରଖିବାକୁ ଓ ଭବିଷ୍ୟତ ପୀଢି ପାଇଁ କ୍ରୀଡ଼ା ଉତ୍ସାହୀଙ୍କୁ ସମର୍ଥନ କରି ଆସୁଛି । ଫଳସ୍ୱରୂପ ସ୍ଥାନୀୟ ଆଥଲେଟ ବହୁ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି । ଜନଜାତୀୟ ଖେଳ ମହୋତ୍ସବ, ନ୍ୟାସନାଲ ଆର୍ଚ୍ଚେରୀ ପ୍ରତିଯୋଗିତା ପରି କାର୍ଯ୍ୟକ୍ରମ ଜରିଆରେ କ୍ରୀଡ଼ା ଉତ୍ସାହୀ ଯୁବକମାନେ ସଫଳତା ଅର୍ଜନ କରିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବର ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଯୁବକମାନେ ପୁରସ୍କୃତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *