ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାଳିଲା ସାରା ଓଡ଼ିଶାରେ ଜାତୀୟ କ୍ରିଡ଼ା ଦିବସ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ୨୯ ଅଗଷ୍ଟ ୨୦୨୫ ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକ କୁ ସମ୍ମାନ ଜଣାଇ ଜାତୀୟ କ୍ରିଡା ଦିବସକୁ ମହା ଆଡମ୍ବରରେ ପାଳନ କରିଅଛି । ଏହି ଦିନଟି ଭାରତର ସମୃଦ୍ଧ କ୍ରିଡା ଐତିହ୍ୟ ଏବଂ ବିଶ୍ୱ ମଞ୍ଚରେ ଦେଶକୁ ଗର୍ବିତ କରିଥିବା ସଫଳତା କୁ ପାଳନ କରାଯାଏ । ୨୦୧୯ ରେ ଏହି ଦିନଟିକୁ ମାନ୍ୟବର ପ୍ରଧାନ ମନ୍ତ୍ରୀ FIT India Movement ରୂପେ ଆରମ୍ଭ କରିଥିଲେ । ଏହି ପରିପେକ୍ଷିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ବିଭିନ୍ନ କେନ୍ଦ୍ରରେ କ୍ରିଡା ସମାରୋହ ଏବଂ କ୍ରୀଡାବିତ ମାନଙ୍କୁ ସମ୍ମାନିତ କରିଥିଲା । କାର୍ଯ୍ୟକ୍ରମ ବିବରଣୀ ନିମ୍ନରେ ଦିଆଯାଇଛି।
ରାଉରକେଲା: ୨୯.୦୮.୨୦୨୫ ତାରିଖରେ ରାଉରକେଲାର ପାନପୋଷ ହକି ଷ୍ଟାଡିୟମରେ ଲାକ୍ରା କ୍ଲବ ଏବଂ SBI ମଧ୍ୟରେ ଏକ ହକି ମ୍ୟାଚ୍ ଆୟୋଜନ କରାଯାଇଥିଲା। SBI ଅଲିମ୍ପିଆନ୍ ହକି ତାରକା ଶ୍ରୀ ଲାଜରୁସ୍ ବାର୍ଲା, ରାଉରକେଲାର ଅଭିଜ୍ଞ ହକି ଖେଳାଳି ଶ୍ରୀ ସୁରେନ୍ଦ୍ର ଟିଗା, ସାଇପ୍ରିଆନ୍ କେରକେଟ୍ଟା, ନାଇମାନ ତିର୍କୀଙ୍କୁ ନିମନ୍ତ୍ରଣ ଏବଂ ସମ୍ମାନିତ କରିଥିଲା । ଏହି କାର୍ଯ୍ୟକ୍ରମରେ ୩୭ ରୁ ଅଧିକ ହକି ଖେଳାଳି ଅଂଶଗ୍ରହଣ କରିଥିଲେ।




କଟକ: ତାରିଖ ୨୯.୦୮.୨୦୨୫ ରେ ସତ୍ୟବ୍ରତ ଷ୍ଟାଡିୟମ କଟକରେ staff ଓ ବରିଷ୍ଠ ନାଗରିକ ମିଶାଇ ୨୩୯ ଜଣ ଅଂଶଗ୍ରହଣକାରୀ ଯୋଗ, ଜୁମ୍ବା, ୧୦୦ ମିଟର ଦୌଡ଼, ୩ କିଲୋମିଟର ଚାଲିବା, ଟଣା ଓଟରା, ସ୍କିପିଂ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ୱର: ୨୯.୦୮.୨୦୨୫ ତାରିଖରେ ୟୁନିଟ୍-୧ ଭୁବନେଶ୍ୱରର ପ୍ରଶାସନିକ କାର୍ଯ୍ୟାଳୟରେ SBI ର ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ବକ୍ସ କ୍ରିକେଟ୍, ବ୍ୟାଡମିଣ୍ଟନ୍ ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଡିଜିଏମ୍ ପ୍ରଶାନ୍ତ କୁମାର ଭୁବନେଶ୍ୱରର ପ୍ରଶାସନିକ କାର୍ଯ୍ୟାଳୟରେ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଖେଳ କ୍ଷେତ୍ରର ଉଦଘାଟନ କରିଥିଲେ।
ବ୍ରହ୍ମପୁର: ୨୯.୦୮.୨୦୨୫ ତାରିଖରେ ବ୍ରହ୍ମପୁରର ବ୍ରହ୍ମନଗର ପ୍ରଶାସନିକ କାର୍ଯ୍ୟାଳୟରେ ବ୍ୟାଡମିଣ୍ଟନ, ଟେବୁଲ ଟେନସିସ୍, ଚେସ୍, କ୍ୟାରମ୍ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବ୍ରହ୍ମପୁର କେନ୍ଦ୍ରର ୧୩୦ ରୁ ଅଧିକ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।


ବାଲେଶ୍ୱର: ବାଲେଶ୍ୱର ଇନ୍ଡ଼ୋର ଷ୍ଟାଡିୟମରେ ୩୦.୦୮.୨୦୨୫ ରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୪୪ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଆସ୍କା: ଆସ୍କା ଷ୍ଟାଡିୟମରେ ୩୦.୦୮.୨୦୨୫ ରେ ଏକ କ୍ରିକେଟ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟରେ ୫୦ ରୁ ଅଧିକ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ।


ପୁରୀ: ରବିବାର ୩୧. ୦୮.୨୦୨୫ ରେ ଜଗନ୍ନାଥ ଷ୍ଟାଡିୟମ ପୁରୀରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୬୦ ରୁ ଅଧିକ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଭାରତ ଚରଣ ସାହୁ, ଆଞ୍ଚଳିକ ପରିଚାଳକ, ପୁରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କୁ ଜାତୀୟ ଖୋ ଖୋ ଖେଳାଳିଙ୍କୁ ସମ୍ମାନିତ କରିଛନ୍ତି। ଏହି ପଦକ୍ଷେପ କ୍ରୀଡା ଏବଂ ଫିଟନେସ୍ କାର୍ଯ୍ୟକଳାପରେ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲା ।