ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍‌ : ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୪ ସେପ୍ଟେମ୍ବର ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ଏହି ଅବସରରେ ଟାଟାଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) କଳିଙ୍ଗନଗରର ଦାନଗଦୀ ଓ ସୁକିନ୍ଦା ବ୍ଲକରେ କୁପୋଷଣ ଆହ୍ୱାନର ମୁକାବିଲା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସେପ୍େଟମ୍ବର ୧୦, ୨୦୨୪ରୁ ଆରମ୍ଭ ଥିବା ଏହି ଅଭିଯାନରେ ମାସେ ବ୍ୟାପୀ ଚାଲିଥିଲା । ଏଥିରେ ୭୪୦ ଜଣ ଗ୍ରାମୀଣ ମହିଳା ଓ କିଶୋରୀ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

କଳିଙ୍ଗନଗରର, ଦାନଗଦୀ ଓ ସୁକିନ୍ଦାବ୍ଲକର ୧୭ଟି ଗ୍ରାମ ପଞ୍ଚାୟତରେସନ୍ତୁଳିତ ଓ ପରିପୂରକ ଖାଦ୍ୟର ମହତ୍ତ୍ୱ ଏବଂ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣଉପରେଏହାର ପ୍ରଭାବସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏହି ଅଭିଯାନର ଲକ୍ଷ । ଏହି କର୍ମଶାଳାରେ ସାମିଲ ହୋଇଥିବା ଅଂଶଗ୍ରହଣ କାରୀମାନଙ୍କୁ ସ୍ଥାୟୀ ପୁଷ୍ଟିକର ଅଭ୍ୟାସଗ୍ରହଣ, ସ୍ୱାସ୍ଥ୍ୟ ବିଷୟରେ ଗଭୀର ବୁଝାମଣା ସହ ଦୁର୍ଗମ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟରେ ଶିଶୁ, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ କରାଯାଇଥିଲା।

ସମଗ୍ରପୋଷଣମାସରେଟିଏସଏଫ ରାଜ୍ୟଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ), ରାଷ୍ଟ୍ରୀୟବାଲସ୍ୱାସ୍ଥ୍ୟକାର୍ଯ୍ୟକ୍ରମ (ଆରବିଏସକେ)ର ଡାକ୍ତର, ଅଙ୍ଗନବାଡିସୁପରଭାଇଜର, ପୋଷଣ ଥଇଥାନ କେନ୍ଦ୍ର (ଏନଆରସି) ସୁପରଭାଇଜର, ଆଶାକର୍ମୀ, ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ), ଏଏନଏମଏବଂ ଅଙ୍ଗନୱାଡିକର୍ମୀଙ୍କସହମିଶି ପରିପୂରକଖାଦ୍ୟକୁପ୍ରୋତ୍ସାହିତକରିବା ପାଇଁ ଅନ୍ନପ୍ରସନ୍‌ସମାରୋହଠାରୁ ଆରମ୍ଭ କରିସନ୍ତୁଳିତଖାଦ୍ୟ, ସ୍ତନ୍ୟପାନରଗୁରୁତ୍ୱଏବଂପୋଷକଖାଦ୍ୟ ବିଷୟରେସଚେତନ କରିଥିଲେ।

୨୦୨୦ ମସିହାରେମହିଳା ଓ ଶିଶୁମାନଙ୍କୁକେନ୍ଦ୍ରବିନ୍ଦୁରେକରି ଆରମ୍ଭ ହୋଇଥିବା ଫାଉଣ୍ଡେସନରଏହିପୋଷଣକାର୍ଯ୍ୟକ୍ରମପୋଷଣର ଅଭାବ, ପରିପୂରକଖାଦ୍ୟ ଆବଶ୍ୟକତା ଉପଲବ୍ଧ କରାଇବା, ଗ୍ରାମୀଣଶିଶୁମାନଙ୍କୁ ପୁଷ୍ଟିହୀନତାଠାରୁ ଦୂରେଇରଖିବା ପାଇଁ ଆରମ୍ଭ ହୋଇଥିଲା।ଏହିକାର୍ଯ୍ୟକ୍ରମର ଏକ ପ୍ରମୁଖ ଦିଗହେଉଛି ନ୍ୟୁଟ୍ରି-ବଗିଚାରବିକାଶକରିବା । ଚଳିତବର୍ଷ ଦାନଗଦୀ ଓ ସୁକିନ୍ଦାବ୍ଲକର ୪୭ଟି ଗ୍ରାମ ପଞ୍ଚାୟତର ୧୦ ହଜାରରୁଊର୍ଦ୍ଧ୍ୱକମ୍ୟୁନିଟିସଦସ୍ୟପୋଷଣ ଅଭିଯାନ ଅଧୀନରେ ନିୟୋଜିତହୋଇବିଭିନ୍ନଗ୍ରାମାଞ୍ଚଳରେ ୩୮୦୦ରୁ ଅଧିକ ନ୍ୟୁଟ୍ରିବଗିଚା ପ୍ରସ୍ତୁତକରିଛନ୍ତି । ଏହାବ୍ୟତୀତଏଭଳିମିଳିତ ପ୍ରୟାସଗୁରୁତର ଓ ତୀବ୍ରକୁପୋଷଣରଶିକାରହୋଇଥିବା ୭୯୦ରୁ ଅଧିକଶିଶୁଙ୍କସ୍ୱାସ୍ଥ୍ୟ ଅବସ୍ଥାରେଉନ୍ନତି ଆଣିବାରେସହାୟକହୋଇପାରିଛି।ଏହି ପଦକ୍ଷେପ ମହିଳାମାନଙ୍କୁ ନିଜ ପାଇଁଏବଂସେମାନଙ୍କ ପରିବାର ପାଇଁ ଏକ ସୁସ୍ଥଭବିଷ୍ୟତ ନିର୍ମାଣକରିବା ଦିଗରେଜ୍ଞାନ ପ୍ରଦାନ କରିଶକ୍ତିଶାଳୀସମାଜଗଠନରମାର୍ଗ ପ୍ରଶସ୍ତକରୁଛି ।

Leave a Reply

Your email address will not be published. Required fields are marked *