ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସରେ ବେଦାନ୍ତ ଆଲୁମିନିୟମ ଗାମାଂଚଳର ବାଳିକା ମାନଙ୍କ ସମୃଦ୍ଧି ପାଇଁ ନିଜର ପ୍ରତିଶୃତିବଦ୍ଧତାକୁ ଦୋହରାଇଛି


ଏହି ଅବସରରେ କମ୍ପାନିର ଓଡ଼ିଶା ଓ ଛତିଶଗଡ଼ ୟୁନିଟରେ କନ୍ୟା ସନ୍ତାନ ଓ ବାଳିକାମାନଙ୍କ ସମୃଦ୍ଧି ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର ୨୫ ଜାନୁଆରୀ ୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଗ୍ରାମାଂଚଳ ଓଡ଼ିଶା ଓ ଛତିଶଗଡ଼ରେ କାର୍ଯ୍ୟ କରୁଥିବା ଅଂଚରେ ବାଳିକା ଓ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ତାର ପ୍ରତିଶ୍ରୁତିକୁ ଦୋହରାଇଛି । ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା, ଶିଶୁମାନଙ୍କ ପୁଷ୍ଟିହୀନତା ଦୂର କରିବା ଓ ଦକ୍ଷତା ବିକାଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ଉପରେ କମ୍ପାନି ବହୁ ପଦକ୍ଷେପ ଗ୍ରହଣ କରିଛି । ସମାଜରେ ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରିବା ପାଇଁ କମ୍ପାନି ଚେଷ୍ଟା କରୁଛି ।


ଚଳିତ ବର୍ଷର କାର୍ଯ୍ୟକ୍ରମର ଏକ ଅଂଶ ଭାବରେ କମ୍ପାନି ଯୁବତୀଙ୍କ ମଧ୍ୟରେ ଆର୍ଥିକ ସ୍ୱାଧୀନତା ସୃଷ୍ଟି କରିବା ତଥା ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରିବା ଲାଗି ପ୍ରୟାସ କରୁଛି । ଓଡ଼ିଶାର ଝାରସୁଗୁଡ଼ା ୟୁନିଟରେ ୧୦୦ରୁ ଅଧିକ ଯୁବତୀଙ୍କ ପାଇଁ ଆର୍ଥିକ ସଚେତନତା ଅଧିବେଶନ ଆୟୋଜନ କରିବା ପାଇଁ ବ୍ୟାଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କ ପାଇଁ ସଂଚୟ ଓ ଜମା ଯୋଜନା ବିଷୟରେ ପରାମର୍ଶ ଦେଇଛି ।
ବାଳିକାଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଇବା ଓ ମହିଳା ସ୍ୱାସ୍ଥ୍ୟ ତଥା ସ୍ୱଛତା ଉପରେ ବିଶେଷଜ୍ଞଙ୍କ ଅଧିବଶେନରେ ୨୦୦ରୁ ଅଧିକ ଛାତ୍ରୀ ଲାଞ୍ଜିଗଡ଼ ସରକାରୀ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଉପଯୁକ୍ତ ପରାମର୍ଶ ଲାଭ କରିଥିଲେ । ଲାଂଜିଗଡ଼ ସ୍ଥିତ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀର କର୍ମଚାରୀମାନେ ସ୍ୱେଛାସେବୀ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକରେ ଗୀତ, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରିଥିଲେ ।


ଏହି ଅବସରରେ ବାଲକୋ, ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ କୋରବା, ଛତିଶଗଡ଼ରେ କେତେକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ବାଳିକା ସନ୍ତାନଙ୍କ ସମୃଦ୍ଧି ପାଇଁ ଗୋଷ୍ଠୀରେ ଗୋଟିଏ ଗୋଟିଏ ଚାରା ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ୧୦୦ରୁ ଅଧିକ ଚାରା ଳଗାଯାଇଥିଲା । ଏହା ସହ ସ୍ୱାସ୍ଥ୍ୟ ଓ ସୁସ୍ଥତା କର୍ମଶାଳା ଆୟୋଜିତ ହୋଇଥିଲା ।


କନ୍ୟା ସନ୍ତାନଙ୍କ ସମୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବାର ମହତ୍ୱ ବିଷୟରେ ମତ ଦେଇ ଶ୍ରୀ ଜନ ସ୍ଲାଭେନ, ସିଇଓ, ବେଦାନ୍ତ ଲିମିଟେଡ କହିଛନ୍ତିଯେ ବାଳିକା ମାନେ ସମାଜର ପ୍ରକୃତ ସ୍ଥପତି ଅଟନ୍ତି, ସେମାନଙ୍କ ବିକାଶ ଆମ ପରିବାର ଓ ସମାଜରେ ଦାୟିତ୍ୱ ଅଟେ । ସେମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭତିଭୂମି ସୁବିଧା ପ୍ରଦାନ କରିବା ଆମ ସମସ୍ତଙ୍କ କର୍ତବ୍ୟ । ବେଦାନ୍ତ ଆଲୁମିନିୟମରେ ଆମେ କେବଳ ଦୃଢ ସ୍ଥାୟୀ ଶିଳ୍ପ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ନୁହେଁ ଅନ୍ୟପକ୍ଷରେ ଦୃଢ ତଥା ସଶକ୍ତ ମହିଳା ସମାଜ ଗଠନ ପାଇଁ ସମର୍ଥନ କରି ଆସୁଛୁ ।


ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀର ପଦକ୍ଷେପ ମଧ୍ୟରେ ଏକ ଷ୍ଟାଣ୍ଡଆଉଟ ହେଉଛି ଏହାର ସାମାଜିକ ଫ୍ଲାଗସିପ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ । ନନ୍ଦଘର- ଆଧୁନିକ ଅଙ୍ଗନବାଡି ଜରୀଆରେ ମହିଳା ଓ ଶିଶୁମାନଙ୍କ ଯତ୍ନ ପାଇଁ ଏକ ଆଗଧାଡ଼ିର ସମିତି ଭାବରେ କାର୍ଯ୍ୟ କରୁଛି ।
ଗ୍ରାମୀଣ ମହିଳାମାନଙ୍କ ସଶକ୍ତିକରଣ ଲାଗି ବେଦାନ୍ତ ଆଲୁମିନିୟମ ଚଳିତ ମାସ ଆରମ୍ଭରେ ଓଡ଼ିଶାର ଝାରସୁଗୁଡ଼ାରେ ଏକ ସ୍ୱତନ୍ତ୍ର ନିଯୁକ୍ତି ପଦକ୍ଷେପ ପ୍ରକଳ୍ପ ପଂଛିର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି । ବେଦାନ୍ତର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସଂକଳ୍ପବଦ୍ଧତା ଅନୁଯାୟୀ ଝିଅମାନଙ୍କ ଆବଶ୍ୟକତା ପୂରଣ ଉପରେ ଧ୍ୟାନ ଦିଆଯାଉଛି । ଛତିଶଗଡ଼ରେ ଥିବା ନୟୀକିରଣ ପ୍ରକଳ୍ପ ମାଧ୍ୟମରେ କମ୍ପାନି ପ୍ରାୟ ୧୦,୦୦୦ ବାଳିକାଙ୍କୁ ସଶକ୍ତ କରୁଛି, ସେମାନଙ୍କୁ ଋତୁକାଳୀନ ସ୍ୱାସ୍ଥ୍ୟ ସଚେତନତା ପରିଚାଳନା ଅଭ୍ୟାସ ଉପରେ ଧ୍ୟାନ ଦେଉଛି ।

Leave a Reply

Your email address will not be published. Required fields are marked *