ବଡ଼ବିଲରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ବଡ଼ବିଲ: (ଧରଣୀଧର ମହାନ୍ତ): ବଡ଼ବିଲ ପୋଲିସ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଆଜି ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବଡ଼ବିଲ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ, ସାଇକେଲ ରାଲି ସହ ସଚେତନତା ସ୍ଲୋଗାନ ଦେଇ କିରିବୁରୁ ଛକ ଠାରୁ ବିର୍ସ। ମୁଣ୍ଡା ଛକ ଦେଇ ବାଟା ଛକଠାରେ ଶୋଭାଯାତ୍ରା ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ବିଲ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ ବେବେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସ୍ୱାଇଁ,ବଡ଼ବିଲ ମଟର ଯାନ ନିରୀକ୍ଷକ ଦୁର୍ଗା ପ୍ରସାଦ ରାଓ ,ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭା ରମ୍ଭ କରିଥିଲେ।
ଏହି ସାଇକେଲ ରାଲି ରେ ଛାତ୍ର ଛାତ୍ରୀ ଓ ବୁଦ୍ଧି ଜୀବି ସାମିଲ ହୋଇଥିଲେ। ଏହି ରାଲିରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲାl

ତେବେ ସ୍କୁଲ ଛୁଆମାନେ ଗାଡି ନ ଚଲାଇବା , ମଦ୍ୟପାନ କରି ଏବଂ ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନା ବେଳେ ହେଲମେଟ ପିନ୍ଧିବା, ଚାରି ଚକିଆ ଯାନ ଚଳାଚଳ ବେଳେ ସିଟ ବେଲ୍ଟ ବାନ୍ଧିବା ସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା lଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରାଲି ଆସନ୍ତା ୧୪ତାରିଖ ରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତହେବବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।
