କଳାକାର ସଂହତି ଓ ମହାସଂଘ ମହାସଚିବଙ୍କ ସ୍ବନକ୍ଷତ୍ର ଦିବସ ପାଳନ ସଭାରେ ଅତିଥି ନରେନ୍ଦ୍ର ପ୍ରସାଦ

 ଖଇରା, ପ୍ରବାହ ନ୍ୟୁଜ୍ :- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ ପରିସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ପବିତ୍ର କଳାକାର ସଂହତି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି, ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରାର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ସାରସ୍ୱତ ସାଧକ ନରେନ୍ଦ୍ର ପ୍ରାସାଦ ବେହେରା, କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ତ୍ରିନାଥ ପଣ୍ଡା, ଦେଶିଆ ନାଟଗୁରୁ ବାଲାଜୀ ପ୍ରାସାଦ ସାମନ୍ତରା, ନାଟ୍ୟ ସଂଗଠକ ପେଣ୍ଡରା ପ୍ରସାଦ ନାୟକ, ବରିଷ୍ଠ ସାରସ୍ୱତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, ସ୍ଵରାଗୌରବ କୃଷ୍ଣ ପ୍ରସାଦ ସାବତ, ପଣ୍ଡିତ ବିଶ୍ୱନାଥ ଶତପଥୀ ପ୍ରମୁଖ ଅତିଥି ଭାବ ଯୋଗଦେଇ ସୁନାମଧନ୍ୟ ସାରସ୍ୱତ ସାଧକ, ସଂସ୍କୃତି ଗବେଷକ, ମଞ୍ଚ ଅଭିନେତା, ସାଂସ୍କୃତିକ ସଂଗଠକ ତଥା ମହାସଂଘର ପ୍ରତିଷ୍ଠାତା ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଜନ୍ମଦିନକୁ ମହାସଂଘ ପକ୍ଷରୁ କଳାକାର ସଂହତି ଦିବସ ରୂପେ ପାଳନ ପରମ୍ପରାର ଯଥାର୍ଥ୍ୟ ଏବଂ ଏହା ସବୁ କଳାକାର ଏକ ପରିବାରର ଦ୍ୟୋତକ ଭାବେ ନୂତନ ପରିଚୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । 

          ଏହି ଅବସରରେ ଶ୍ରୀ ସାହୁଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିଗତ ଭାବେ ତାହାଙ୍କ ୬୩ ତମ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ମହାସଂଘ ପକ୍ଷରୁ କଣ୍ଠଶିଳ୍ପୀ ଇସମାଇଲ୍ ଖାନ୍, ମୁକ୍ତା ଶତପଥୀ, ଅନସୂୟା ପୂଜାରୀ, ୱାଇ. ପୋଲେୟା, ଜୟଦେବ ସାହୁ, ଲୋକ ନୃତ୍ୟ କଳାକାର ଭଞ୍ଜଦେଓ ପାତ୍ର, ରମାକାନ୍ତ ବେହର୍ଦ୍ଦଳାଇ, ଉଦୟନାଥ ସୁନା, ବଳଭଦ୍ର ନାୟକ, ଦାସକାଠିଆ କଳାକାର ରାମଚନ୍ଦ୍ର ସାହୁ, ପ୍ରଭାକର ମିଶ୍ର, ପାଲା ଗାୟକ ମଦନ ମୋହନ ଦାଶ, ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ଗଣ୍ଡା, ଖଲି ପ୍ରଧାନ, ସାରସ୍ୱତ ସାଧକ ହିରଣ୍ୟ ନାୟକ, ହେମନ୍ତ ନାୟକ, ଧନୁର୍ଜ୍ୟ ମାଝୀ, ଜୟନ୍ତି ବେହେରା, କୁଞ୍ଜଲତା ମାହୁନ୍ତ, ଶ୍ରଦ୍ଧାଞ୍ଜଳି ଖମାରୀ, ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ରୂପକାର ତଥା ବେଶପୋଷାକ ପ୍ରସ୍ତୁତକାରୀ ଉତ୍ତରାସି ପ୍ରଧାନ ପ୍ରମୁଖ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

          ମହୋତ୍ସବର ପ୍ରଥମ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୀନବନ୍ଧୁ ପାତ୍ର ବିଧିବତ୍ ଶୁଭ ଉଦ୍ଘାଟନ କରି କଳାକାରମାନେ ସଂଘ ମନସ୍କ ହେବା ଉଚିତ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେଇଥିଲେ । ମାଲେଶ୍ବର କଳା ନିକେତନର ଛାତ୍ରୀମାନେ ଶାସ୍ତ୍ରୀୟ ନୃତ୍ୟ ଓ ଗାୟକ ଭଗବାନ ପାତ୍ର ଏବଂ ପ୍ରଦୀପ କୁମାର ସାହୁ ଦାସକାଠିଆ ପରିବେଷଣ କରିଥିଲେ । ଉପ-ମହାସଚିବ ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ମହେନ୍ଦ୍ର କୁମାର ସାହୁ, କୁନୁ ବେହେରା, ଜି. କାମରାଜୁ ପାତ୍ର, ବି. ପ୍ରସାଦ ରାଓ, ବାଲ୍ମୀକି ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *