ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷତାରେ ଗଠିତ ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ବ୍ୟାଙ୍କ) ଭୁବନେଶ୍ୱର ଜାତୀୟ ସ୍ତରରେ ‘ନରାକାସ ରାଜଭାଷା ପୁରସ୍କାର’ ରେ ପୁରସ୍କୃତ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷତାରେ ଗଠିତ ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି (ନରାକାସ) ବ୍ୟାଙ୍କ, ଭୁବନେଶ୍ୱର କୁ ଭାରତ ସରକାରଙ୍କ ଦ୍ଵାରା ବର୍ଷ ୨୦୨୨-୨୩ ପାଇଁ ‘ନରାକାସ ରାଜଭାଷା ପୁରସ୍କାର’ ରେ ପୁରସ୍କୃତ କରାଯାଇଛି। ୧୪ ଏବଂ ୧୫ ସେପ୍ଟେମ୍ବର ୨୦୨୩ ରେ ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟସ କମ୍ପ୍ଲେକ୍ସ, ପୁଣେ, ମହାରାଷ୍ଟ୍ର ରେ ରାଜଭାଷା ବିଭାଗ, ଗୃହ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ହିନ୍ଦୀ ଦିବସ ଏବଂ ତୃତୀୟ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀ ରେ ୧୫.୦୯.୨୦୨୩ ତାରିଖ ଦିନ କେରଳର ମାନ୍ୟବର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ ଏବଂ ମାନ୍ୟବର ଗୃହ ରାଜ୍ୟମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ର ଦ୍ଵାରା ନରାକାସ (ବ୍ଯାଙ୍କ), ଭୁବନେଶ୍ବରର ସଭାପତି ତଥା ମୁଖ୍ୟ ମହାପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ଯାଙ୍କ, ଭୁବନେଶ୍ବର ମଣ୍ଡଳ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ଏବଂ ଉପ ମହାପ୍ରବନ୍ଧକ ଏବଂ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂହଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସମାରୋହରେ ଅନେକ ଅଧିକାରୀ, ଗଣମାନ୍ୟ ବ୍ୟକ୍ତି, ଅତିଥି ଏବଂ ହିନ୍ଦୀ ପ୍ରେମୀ ସମେତ ପ୍ରାୟତଃ ୮୦୦୦ ବ୍ୟକ୍ତି ଉପସ୍ଥିତ ଥିଲେ।
ବର୍ତ୍ତମାନ ଦେଶରେ କାର୍ଯ୍ୟରତ ମୋଟ ୫୨୮ଟି ନଗର ରାଜଭାଷା କାର୍ଯ୍ୟ।ନ୍ବୟନ ସମିତି ମଧ୍ୟରୁ କେବଳ ୯ ଟି କମିଟିକୁ ରାଜଭାଷା ପ୍ରଚାର-ପ୍ରସାରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ନରାକାସ ରାଜଭାଷା ପୁରସ୍କାର’ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜଭାଷା ହିନ୍ଦୀର ପ୍ରଚାର-ପ୍ରସାରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନରାକାସ (ବ୍ୟାଙ୍କ), ଭୁବନେଶ୍ୱରକୁ ଅଖିଳ ଭାରତୀୟ ସ୍ତରରେ ତିନିଥର ‘ରାଜଭାଷା କୀର୍ତ୍ତି’ ପୁରସ୍କାର ମିଳିସାରିଛି।