ନନ୍ଦଘର ପିଲାମାନଙ୍କ ପାଇଁ ଏଆଇ-ସକ୍ଷମ ରକ୍ତହୀନତା ଯାଂଚ କାର୍ଯ୍ୟକ୍ରମ ଆରମ୍ଭ କରିଛି
-ରକ୍ତହୀନତା ମୁକ୍ତ ଭାରତ ଓ ଜାତୀୟ ସ୍ୱାସ୍ଥ୍ୟ ନୀତି ସହିତ ସମନ୍ୱିତ
-ନନ୍ଦଘରରେ ସ୍ୱତନ୍ତ୍ର ରକ୍ତ ହୀନତା ଯାଂଚ ଶିବିର ଅନୁଷ୍ଠିତ ହେବ
-ପର୍ଯ୍ୟାୟ୧ ଓଡ଼ିଶା, ଛତିଶଗଡ଼ ଓ ରାଜସ୍ଥାନକୁ କଭର କରିବ
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଅଧୀନରେ ବେଦାନ୍ତ ଗ୍ରୁପର ପ୍ରମୁଖ ସାମାଜିକ କାର୍ଯ୍ୟକ୍ର୍ର୍ରମ ପ୍ରଭାବ ନନ୍ଦଘର ଭାରତରେ ନନ୍ଦଘରଗୁଡ଼ିକରେ ଅଣ ଆକ୍ରମଣାତ୍ମକ ଏଆଇ-ସକ୍ଷମ ରକ୍ତହୀନତା ଯାଂଚ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମରେ ୨-୬ ବର୍ଷ ପିଲାମାନଙ୍କ ମଧ୍ୟରେ ରକ୍ତହୀନତାର ପ୍ରାରମ୍ଭିକ ଚିହ୍ନଟ ଓ ପ୍ରତିକାର ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ୫୩୧ଟି ନନ୍ଦଘର ଓ ଛତିଶଗଡ଼ରେ ୨୬୨ଟି କାର୍ଯ୍ୟ କରୁଛି। ଏହାର ଲକ୍ଷ୍ୟ ହେଉଛି ସମାଜର ହଜାର ହଜାର ଛୋଟ ପିଲାଙ୍କ ନିକଟରେ ପହଂଚିବା ସହିତ ତୃଣୂମୂଳ ସ୍ତରରେ ପ୍ରତିରୋଧକ ମୂଳକ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବା।
ଏହି କାର୍ଯ୍ୟକ୍ରମ ନିରାପଦ, ଶିଶୁ ଅନୁକୂଳ ପରୀକ୍ଷଣ ପାଇଁ ରକ୍ତ ହୀନ, ପ୍ରିକ ମୁକ୍ତ ସ୍କ୍ରିନିଂ ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବ। ଏଆଇ ସକ୍ଷମ ଡାଟା ଉପକରଣଗୁଡ଼ିକ ପ୍ରକୃତ ସମୟ ଟ୍ରାକିଂ, ପ୍ରାରମ୍ଭିକ ବିପଦ ଚିହ୍ନଟ ଓ ସାର୍ବଜନୀନନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମୟୋଚିତ କରିବ। ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଓ ପୋଷଣ ୨.୦ ଅଧୀନରେ ଜାତୀୟ ପ୍ରାଥମିକତା ସହ ସମନ୍ୱିତ ଏହି ପଦକ୍ଷେପ ଗୋଷ୍ଠୀ ସ୍ତରୀୟ ପୁଷ୍ଟିସାର ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଚେଷ୍ଟା କରେ।
ସ୍କ୍ରିନିଂ ବ୍ୟତୀତ ଏହି ପଦକ୍ଷେପ ରକ୍ତହୀନତା ନିବାରଣ ପାଇଁ ସାମଗ୍ରିକ, ଗୋଷ୍ଠୀ ଉତ୍ପାଦିତ ପଦ୍ଧତି ଗ୍ରହଣ କରେ ଏବଂ ନିଶ୍ଚିତ କରେ ଯେ ଚିହ୍ନଟ କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ।
ଶୁଭାରମ୍ଭରେ ନନ୍ଦଘରର ସିିଇଓ ଶଶି ଆରୋରା କହିଛନ୍ତି ଯେ ପ୍ରାକ ଶୈଶବରେ ରକ୍ତହୀନତା ପ୍ରାୟତଃ ଅଣଦେଖା ହୋଇ ରହିଥାଏ ଏହା ପିଲାର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରେ। ଏହି କାର୍ଯ୍ୟ୍ରକ୍ରମରେ ନନ୍ଦଘର ପାରଂପାରିକ ପରୀକ୍ଷଣ ସହ ଜଡ଼ିତ ଭୟ ଓ ଅଶ୍ୱସ୍ତିକୁ ଦୂର କରି ସମାଜର ନିକଟତର ହେବ। ପ୍ରଯୁକ୍ତିବିଦ୍ୟା ସମର୍ଥନରେ ନନ୍ଦଘର ଶିଶୁ ଓ ଯତ୍ନ ନେଉଥିବା ବ୍ୟକ୍ତି ଉଭୟଙ୍କୁ ସମର୍ଥନ କରୁଥିବା ରକ୍ତହୀନତା ଚିହ୍ନଟ ପାଇଁ ଏକ ସ୍କେଲେବଲ ଏବଂ ପ୍ରମାଣ ଆଧାରିତ ମଡେଲ ନିର୍ମାଣ ଲକ୍ଷ୍ୟ ରଖିଛି।
ପଦକ୍ଷେପ ସଂପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ନନ୍ଦଘର ମାଧ୍ୟମରେ ଆମେ ଓଡ଼ିଶା ଓ ଛତିଶଗଡ଼ ଭଳି ଅଂଚଳର ପିଲାମାନଙ୍କୁ ପ୍ରଭାବିତ କରୁଥିବା ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ଲାଗି ପ୍ରସ୍ତୁତ। ବେଦାନ୍ତ ଆଲୁମିନିୟମରେ ଆମେ ଏହା ବିଶ୍ୱାସ କରୁଯେ ଶିଳ୍ପ ପ୍ରଗତି ଓ ଗୋଷ୍ଠୀ କଲ୍ୟାଣ ପରସ୍ପର ସହ ଜଡ଼ିତ ଏହି ପ୍ରୟାସ ପ୍ରତ୍ୟେକ ପିଲାର ଅଭିବୃଦ୍ଧିକୁ ବିକଶିତ କରିବ।
ରକ୍ତହୀନତା ଭାରତର ସବୁଠାରୁ ସ୍ଥାୟୀ ସାର୍ବଜନୀନ ଆହ୍ୱାନ ମଧ୍ୟରୁ ଗୋଟିଏ, ଯାହା ପିଲା ଓ ମା ମାନଙ୍କୁ ପ୍ରଭାବିତ କରୁଛି। ଜାତୀୟ ସ୍ୱାସ୍ଥ୍ୟ ସର୍ଭେ-୫ ଅନୁସାରେ ଭ।।ରତରେ ପାଂଚ ବର୍ଷରୁ କମ ବୟସର ୬୭.୧% ପିଲା, ୫୯.୧% କିଶୋରୀ ଝିଅ ଓ ୧୫-୪୯ ବର୍ଷ ବୟସର ୫୭% ମହିଳା ରକ୍ତହୀନତାର ଶିକାର।
ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ଏକ ଦେଶବ୍ୟାପୀ ନେଟୱର୍କ ଯାହା ପୁଷ୍ଟିସାର, ପ୍ରାରମ୍ଭିକ ଶିଶୁ ଶିକ୍ଷା, ସ୍ୱାସ୍ଥ୍ର୍ୟ ସେବା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ ସେବା ଯୋଗାଇଥାଏ। ଏହି ମଡେଲଟି ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସହଭାଗୀଙ୍କ ସହଯୋଗରେ ରାଜ୍ୟ ଗୁଡ଼ିକରେ ସ୍କେଲଅପ ପାଇଁ ଡିଜାଇନ କରାଯାଇଛି।
