ମୁସଲମାନ କଳାକାରମାନେ ଭାରତର ବହୁଳତାବାଦକୁ ପୁନଃପରିଭାଷିତ କରୁଛନ୍ତି

ଅଲତାଫ୍ ମିର୍‌

ଭାରତରେ ରାଜନୈତିକ ବିର୍ତକ ଗୁଡିକରେ ପ୍ରାୟତଃ ଧ୍ରୁବୀକରଣ ଚିନ୍ତାଧାରା ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ ଅନ୍ୟପକ୍ଷରେ ଏକ ନୀରବ ସାଂସ୍କୃତିକ ବିପ୍ଳବ ଉନ୍ମୋଚିତ ହେଉଛି । ବିଭିନ୍ନ ମୁସଲିମ୍ କଳାକାର ମାନେ ଯେପରି ଚଳଚିତ୍ର ନିର୍ମାତା, ଲେଖକ, ହାସ୍ୟ ଯେପରି ଅଭିନେତା, ସାମାଜିକ ଗଣମାଧ୍ୟମ ପ୍ରଭାବକ ଏବଂ ଡିଜିଟାଲ ଉଦ୍ୟୋଗୀମାନେ ମୁସଲମାନ ମାନଙ୍କର ପ୍ରତିନିଧିତ୍ୱର ପୁର୍ନବିନ୍ୟାସ କରୁଛନ୍ତି ଯାହା ସେମାନଙ୍କର ରାଜନୈତିକ ମନୋବୃତ୍ତିରୁ ଉର୍ଦ୍ଧ୍ୱକୁ ଉଠି ଭାରତର ବହୁଳତାବାଦର କାହାଣୀ କହେ । ମୁଖ୍ୟଧାରାର ବୈଧତା ପାଇଁ ପ୍ରଦର୍ଶନ କରିବା କିମ୍ବା ନୀରବରେ ପଛକୁ ହଟିଯିବା ପରିବର୍ତେ ସେମାନେ ନିଜ କାହାଣୀ ଗୁଡିକୁ ଭାରତୀୟ କାହାଣୀର ଅବିଚ୍ଛେଦ୍ୟ ଅଙ୍ଗଭାବରେ ଉପସ୍ଥାପନ କରୁଛନ୍ତି । ସାଧାରଣତଃ ଭାରତର ପ୍ରଚଳିତ ସଂସ୍କୃତିରେ ଭାରତୀୟ ମୁସଲମାନ ମାନଙ୍କୁ ଏକ ସଂକୀର୍ଣ ଦୃଷ୍ଟିକୋଣରେ ଯଥା ବିଦେଶୀ କିମ୍ବା ନିଷ୍ପେଷିତ ଭାବରେ ଚିତ୍ରିତ କରାଯାଇଥାଏ । ମୁଗଲ-ଏ-ଆଜ୍‌? ଚଳଚିତ୍ରର ଆଡ଼ମ୍ବରପୂର୍ଣ ଚିତ୍ରଣଠାରୁ ଆରମ୍ଭ କରି ୯/୧୧ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଭାବରେ ଏକ ରୂଢ଼ିବଦ୍ଧ ପରିକଳ୍ପନା ପରିପ୍ରେକ୍ଷୀରେ ମୁସଲମାନ ମାନଙ୍କର ପ୍ରକୃତ/ଉଚିତ୍ ଚିତ୍ରଣ ବିରଳ ଅଟେ । ଶୋହିନୀ ଘୋଷଙ୍କ ଭଳି ବିଦ୍ୱାନ ଯଥାଥରେ ଉଲ୍ଲେଖ କରିଛନ୍ତି ଯେ ବଲିଉଡ୍ ଚଳଚିତ୍ରମାନଙ୍କରେ ମୁସଲମାନ ମାନଙ୍କୁ ପୀଡିତ, ଖଳନାୟକ କିମ୍ବା ଲୁପ୍ତ ଅତୀତର ଅବଶେଷ ଭାବରେ ଚିତ୍ରଣକରାଯାଇ ସେମାନଙ୍କୁ ପ୍ରତୀକବାଦରେ (ଗ୍ଦଚ୍ଚଜ୍ଞଭକ୍ଟକ୍ଷସଗ୍ଦଜ୍ଞ) ଭାରାକ୍ରାନ୍ତ କରାଯାଉଛି । ଏହି ଚିତ୍ରଣ ଗୁଡିକ ୨୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସମୁଦାୟ ମଧ୍ୟରେ ଥିବା ବିବିଧତାକୁ ଅଣଦେଖା କରୁଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ପିଢି ଏହି ବ୍ୟାଖ୍ୟାନ ଗୁଡିକର ପୁର୍ନଲେଖନ କରୁଛନ୍ତି । ଉଦାହରଣ ସରୂପ ହସନ ମିନହାଜଙ୍କ ନେଟଙ୍କିକୁ ଶେ। ପ୍ୟାଟ୍ରିଅଟ୍ ଆକ୍ଟ ଭାରତୀୟ ଦର୍ଶକ ମାନଙ୍କ ଭାବନାକୁ ସ୍ପର୍ଶ କରିପାରିଛି । ଯଦିଓ ମିନହାଜ୍ ଆମେରିକାରେ ଅବସ୍ଥାନ କରୁଛନ୍ତି, କିନ୍ତୁ ଭାରତୀୟ ରାଜନୀତି ଉପରେ ତାଙ୍କର ତୀକ୍ଷ୍ଣ ମନ୍ତବ୍ୟ ଭାରତରେ ଏକ ଗମ୍ଭୀର ବିର୍ତକ ସୃଷ୍ଟି କରିଛି । ରାଷ୍ଟ୍ରୀୟ ବ୍ୟାଖ୍ୟାନର ଉର୍ଦ୍ଧ୍ୱରେ ସେ ଦକ୍ଷିଣ-ଏସିଆ ପରିଚୟ ମୂଳ ଆଧାରିତ ସରର ସେ ଏକ ଉଦାହରଣ । ଡିଜିଟାଲ ମଂଚଗୁଡିକ ବିକଳ୍ପ ବ୍ୟାଖ୍ୟାନ ପାଇଁ ଏକ ଉର୍ବର ଭୂମି ପ୍ରଦାନ କରୁଛି । ୟୁଟ୍ୟୁବ୍ ଓ ଇନ୍ସଟାଗ୍ରାମ ଭଳି ମାଧ୍ୟମ ଗୁଡିକରେ ମୁସଲିମ୍ ବ୍ଲଗର୍ ମାନେ ଖାଦ୍ୟ, ଫ୍ୟାସନ, ରାଜନୀତି, ସାହିତ୍ୟ ଏବଂ ବିଶ୍ୱାସ ଭଳି ବିଷୟ ଗୁଡିକୁ ପ୍ରାମାଣିକତା ଓ ବାକ୍ପଟୁତାର ସହିତ ଉପସ୍ଥାପନ କରୁଛନ୍ତି । ଦାନିଶ୍ ଅଲି, ଆଦିଲ ଖାନ୍ ଓ ଆମେନ୍ ସୟାନୀ ଭଳି ନିର୍ମାତା ମାନେ ମିଡିଆ ଦ୍ୱାରା ଚିରାଚରିତ ଚିତ୍ରଣ ବିପରିତ ମୁସଲିମ୍ ମାନଙ୍କର ଦୈନନ୍ଦିନ ଜୀବନକୁ ସାମାନ୍ୟକରଣ କରିଛନ୍ତି । ସେହିପରି ଏ.ଆର ରେହମାନ୍ , ସଲମାନ ଅଲୀ ଏବଂ ସଲିମ-ସୁଲେମାନ୍ ବନ୍ଧୁଦ୍ୱୟଙ୍କ ଭଳି କଳାକାର ମାନେ ଅନେକ ସମୟ ଧରି ସମାବେଶୀ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେଇ ଆସି ଧାର୍ମିକ ସୀମାର ଉଦ୍ଧରେ ଏକ ଜାତୀୟ ପରିଚୟ ସୃଷ୍ଟିକରିବା ପାଇଁ ଚେଷ୍ଟା କରିଆସୁଛନ୍ତି । ୨୦୨୨ ମସିହାର ଜେସିବି ପୁରସ୍କାରରେ ସମ୍ମାନିତ ସମସାମୟିକ କାଳ୍ପନିକ ଉପନ୍ୟାସ ଦି ପାରାଡାଇଜ୍ ଅଫ୍ ଫୁଡ୍‌? ଲେଖକ ଖାଲିଦ୍ ଜାଭେଦ୍ ମୁସଲିମ୍ ମାନଙ୍କ ଉପିଡନ ଭଳି ଚିରାଚରିତ ବିଷୟକୁ ବାଦ୍ ଦେଇ ସ୍ମୃତି, ଇଚ୍ଛା ଓ ଆଧ୍ୟାତ୍ମବିଜ୍ଞାନ ଭଳି ବିଷୟକୁ ଅନ୍ୱେଷଣ କରିଛନ୍ତି । ପିଇଡବ୍ଲୁ ରିସର୍ଚ ସେଣ୍ଟର ଦ୍ୱାରା ପ୍ରକାଶିତ ୨୦୨୧ ରିପୋଟ ଅନୁଯାୟୀ, ୮୪ % ଭାରତୀୟ ଅନ୍ୟ ଧର୍ମକୁ ସମ୍ମାନ ପଦର୍ଶନ କରିବ। ମହତ୍ୱପୂର୍ଣ ବୋଲି ବିଶ୍ୱାସ କରିଥାଆନ୍ତି । ଉକ୍ତ ରିପୋଟ ଏହା ମଧ୍ୟ ଉଲ୍ଲେଖ କରେ ଯେ ଅନେକ ଭାରତୀୟ ସେମାନଙ୍କ ଧାର୍ମିକ ପରିଚୟକୁ ନିଜର ବ୍ୟକ୍ତିଗତ ଓ ସାମାଜିକ ଅର୍ନ୍ତନିହିତ ସାମ୍ପଦାୟିକ ଜୀବନରେ ପୃଥକ ରଖିବାକୁ ପସନ୍ଦ କରିଥାଆନ୍ତି ଯାହା ଉଦ୍‌?ବେଗକୁ ସୁଚାଇଥାଏ । ଏହି ପରିପ୍ରେକ୍ଷୀରେ ଯେଉଁ ମୁସଲମାନ୍ କଳାକାର ମାନେ ରୂଢିବାଦୀ ଚିନ୍ତାଧାରାର ଉର୍ଦ୍ଧରେ ରହି ସାଂସ୍କୃତିକ ଓ ସାମାଜିକ ଦୃଶ୍ୟପଟକୁ ଆଲୋକିତ କରୁଛନ୍ତି ସେମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରାଯିବା ଉଚିତ୍ । ସେମାନଙ୍କ ସଫଳତା। ଅନେକ ଭାରତୀୟ ମାନଙ୍କ ମାନସିକ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ସହାୟକ ହୋଇଥାଏ ଯାହା ସେମାନେ ଅନେକ ଦଶନ୍ଧି ଧରି ପୃଥକ ସମାଜରେ ରହି ଅବଚେତନ ଭାବରେ ଗଢିରଖିଥିଲେ । ବିଭାଜନକାରୀ ଓ ସାମ୍ପ୍ରଦାୟିକ ରାଜନୀତି ଦ୍ୱାରା ଖଣ୍ଡିତ ବିଭିନ୍ନ ସମୁଦାୟଙ୍କୁ ପରସ୍ପର ସହିତ ଯୋଡିବାରେ ସଂସ୍କୃତି ପ୍ରମୂଖ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ କୌଣସି କାର୍ଯ୍ୟକ୍ରମ ଇସଲାମିକ୍ ବାସ୍ତୁକଳାକୁ ଅନ୍ୱେଷଣ କରି ହିନ୍ଦୁ-ମୁସଲିମ୍ ସୌହାଜ୍ୟକୁ ସୂଚାଇଥାଏ, ସେତେବେଳେ ଆମେମାନେ ବହୁବାଦୀ ପରମ୍ପରାକୁ ଅନୁଭବ କରିଥାଏଁ । ଏହା କେବଳ ବିବିଧତାର ସହାବସ୍ଥାନ ନୁହେଁ ବରଂ ଏକ ଅର୍ଥପୂର୍ଣ ଅନୁବନ୍ଧ ଅଟେ । ଏହି କଳାକାର ମାନଙ୍କ ପ୍ରଚେଷ୍ଟା ଯୌନ କିମ୍ବା ସାଙ୍କେତିକ ନୁହେଁ ବରଂ ସେମାନେ ଏପରି ପଥ ସୃଷ୍ଟି କରିଛନ୍ତି ଯେଉଁଠି ଏକ ଗର୍ବିତ ମୁସଲିମ ଓ ଗର୍ବିତ ଭାରତୀୟ ହେବ। କୌଣସି ବିରୋଧାଭାଷ ନହୋଇ ଏକ ପରିପୂରକ ସତ୍ୟ ଅଟେ । ଏହାର ପ୍ରଭାବ ଗଣମାଧ୍ୟମର ବର୍ଣନାର ଉର୍ଦ୍ଧ୍ୱରେ କାରଣ ସାଂସ୍କୃତିକ ପରିବର୍ତ୍ତନ ସାମାଜିକ ଓ ରାଜନୈତିକ ରୂପାନ୍ତରଣର ମୂଳଦୁଆ ଅଟେ । ଭାରତୀୟ ମୁସଲମାନ ମାନଙ୍କର ପରିଚୟକୁ ପୁର୍ନବିନ୍ୟାସ କରି ଏହି ସୃଜନକତ୍ତାମାନେ ଭାରତୀୟତାର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନେ ସ୍ଥାନ, ସର ଓ ବ୍ୟାଖ୍ୟାନ ଗୁଡିକର ପୁର୍ନଉଦ୍ଧାର କରୁଛନ୍ତି । ଏହାଦ୍ୱାରା ପୁରାତନ ଇଂଚା ସ୍ଥାନରେ ନୂତନ ଚିତ୍ରପଟର ଆର୍ବିଭାବ ହେଉଛି ଯେଉଁଠି ଭାରତୀୟ ମୁସଲମାନ ମାନେ ଅନ୍ୟ କାହାର କାହଣୀର ପାତ୍ର ନ ହୋଇ ନିଜେ ଜଣେ ଜଣେ ରଚୟିତ ହୋଇପାରିଛନ୍ତି ।

ପିଏଚ୍‌ଡି ବିହ୍ୱାନ, ଜାମିଆ ମିଲିଆ ଇସଲାମି

Leave a Reply

Your email address will not be published. Required fields are marked *