ପାରିବାରିକ ଶତ୍ରୁତାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ

ବାଣପୁର : ୧୩/୮(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଘଟିଯାଇଛି ଅଘଟଣ ।ସେହି ଗ୍ରାମର କାହ୍ନୁ ଚରଣ ପରିଡାଙ୍କୁ କରାଯାଇଛି ବିଭତ୍ସ ଭାବେ ହତ୍ୟା । କାହ୍ନୁଙ୍କୁ ଦୁର୍ବୁତ୍ତମାନେ କୌଣସି ଏକ ଧାରୁଆ ଅସ୍ତ୍ରରେ ହାଣିଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ଶରୀରର ଏକାଧିକ ସ୍ଥାନକୁ ଅତି ନୃଶଂସ ଭାବେ ହଣା ଯାଇଥିବାର ଦେଖିବାକୁ ମିଳିଛି ଏବଂ ହତ୍ୟାକାଣ୍ଡ ଘଟାଇବା ପରେ କାହ୍ନୁଙ୍କ ମୃତ ଦେହକୁ କେନାଲ ହୁଡାରେ ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସକାଳୁ ଏ ନେଇ ମୃତକଙ୍କ ପତ୍ନୀ ବାଣପୁର ଥାନାରେ ଜଣାଇବାରେ ବାଣପୁର ଥାନା ଅଧିକାରୀ ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷରେ ଉକ୍ତ ହତ୍ୟାକାଣ୍ଡଟି ପୂର୍ବ ପାରିବାରିକ ଶତ୍ରୁତାକୁ ନେଇ ହୋଇ ଥିବାର ସନ୍ଦେହ କରାଯାଉଥିବା ବେଳେ ପୂର୍ବରୁ ଗତବର୍ଷ ଜୁଲାଇ ମାସ ୩ତାରିଖ ଦିନ କାହ୍ନୁଙ୍କ ଉପରେ ଗୁଳିମାଡ କରାଯାଇଥିଲା, ସୌଭାଗ୍ୟବଶତଃ କାହ୍ନୁ ସାମାନ୍ୟତମ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ।

Leave a Reply

Your email address will not be published. Required fields are marked *