ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମେଟ୍ରୋନ୍ ମହାସଂଘ

ଭୁବନେଶ୍ୱର : ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ଆଜି ୨ ଘଟିକା ସମୟରେ ରାଜ୍ୟ ଅତିଥି ଭବନ ଠାରେ ମହାସଂଘର ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପ୍ରତିନିଧି ଦଳରେ ମହାସଂଘର ରାଜ୍ୟ ସଭାନେତ୍ରୀ ମମତା ସାହୁ, ରାଜ୍ୟ ସାଧାରଣ ସମ୍ପାଦିକା ପ୍ରଭାତି ପାତ୍ର ଏବଂ ସମ୍ପାଦିକା ବୀଣାପାଣି ବିଶ୍ୱାଳ, ସସ୍ମିତା ନାୟକ, ଅନୁପମା ବେହେରା, ମଞ୍ଜୁଜିନୁଫା ଖାଲ୍କୋ, ମଞ୍ଜୁଲତା ପ୍ରଧାନ, ଅନ୍ନପୂର୍ଣ୍ଣା ପରିଚ୍ଛା, ସୁଷମା ନାୟକ, ଆରତୀ ପାତ୍ର, ତଅପୋଇ ଦାସ, ପ୍ରତିମା ମଲ୍ଲିକ, ରଞ୍ଜିତା ବେହେରା, ରୀତାରାଣୀ ସୂତାର, ପ୍ରୀତିମୟୀ ଚକ୍ର, ପ୍ରେମଲତା ମହନ୍ତ, ଫୁଲମଣି ମହନ୍ତ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।