ଦୟାମୟୀ ମାତା ସୁରେଶ୍ୱରୀ

ମାତା ସୁରେଶ୍ଵରୀ ହେଉଛନ୍ତି ଦୟାମୟୀ,କୃପାମୟୀ ଠାକୁରାଣୀ।ମାନ୍ୟତା ରହିଛି ମାତାଙ୍କ ପାଖରେ ଶରଣାପନ୍ନ ହେଲେ ଗୁହାରୀ ଶୁଣନ୍ତି।ସନ୍ତାନ ଯେତେବେଳେ ବିପଦ ଆପଦ ସମୟରେ ସୁମରଣା କରିଥାଏ ସେହି ସମୟରେ ଚମତ୍କାରିତା ଦେଖିବାକୁ ମିଳିଥାଏ।ବିପଦ ଅପସରି ଯାଇଥାଏ। ଯେ କୋଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୁମରଣା କରି କାର୍ଯ୍ୟାରମ୍ଭ କଲେ ସଫଳତା ମିଳିଥାଏ।ଯାତ୍ରା ସମୟରେ ସୁମରଣା କରିବା ଦ୍ୱାରା ମାତା ଆଗରେ ଆଗରେ ଥିବା ମନେହୁଏ।କଥା ରହିଛି ସେହିଭଳିଆ ଏକ ସନ୍ତାନ ଆଶୁତୋଷ ଯେକି ମାତାଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଶରଣାପନ୍ନ ଥିଲେ ।ମାତା ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଥିବା ଜଣାଯାଏ। ସେ ପିଲା ଦିନରୁ ମାତାଙ୍କ ପ୍ରତି ରଖିଥିଲେ ଅଖଣ୍ଡ ବିଶ୍ୱାସ।ସବୁବେଳେ କହିଥାନ୍ତି ମାତା ସବୁବେଳେ ସବୁ ସମୟରେ ପାଖରେ ରହିଥିବା ମନେ କରନ୍ତି। ଯାହାକି ଏକ ସମୟରେ ଦେଖିବାକୁ ମିଳିଥିଲା।ଯେତେବେଳେ ସେ ଏକ ଅଜଣା ବ୍ୟାଧିରେ ଚିକିତ୍ସିତ ହେଉଥିଲେ ସେତେବେଳେ ଡାକ୍ତର ମାନେ ତାଙ୍କୁ ନିରାଶ ବାଣୀ ଶୁଣାଇ ଥିଲେ।
ଏକ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି।ଯାହାକି ସହଜ ହୋଇ ନଥାଏ ବୋଲି ପରିବାର ବର୍ଗ ଙ୍କୁ କହିଥିଲେ।
ପରବର୍ତ୍ତୀ ସମୟରେ ତାହା ଅତି ସହଜରେ ହୋଇଥିଲା। ଯାହାକୁ ନେଇ ଅସ୍ତ୍ରୋପଚାର କରୁଥିବା ଡାକ୍ତରବୃନ୍ଦ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେତେବେଳେ ତାଙ୍କ ଆଗରେ ମାତା ସୁରେଶ୍ୱରୀ ଙ୍କ କଥା କହିଥିଲେ ପରିବାର ବର୍ଗ। ଇଏ ହେଉଛନ୍ତି ମାତାଙ୍କ ଉପରେ ଦୃଢ ବିଶ୍ବାସ ରଖୁଥିବା ମଣିଷ। ତେଣୁ ଏହା ସେହି କରୁଣାମୟୀ ଠାକୁରାଣୀ ମାତା ସୁରେଶ୍ଵରୀ ଙ୍କ ଚମତ୍କାରିତା। ସେ କରୁଣାମୟୀ ମାତାଙ୍କ ଆସ୍ଥାନ ହେଉଛି ଦ୍ୱିତୀୟ ବାରାଣସୀ ଭାବରେ ଖ୍ୟାତି ଅର୍ଜନ କରିଥିବା ପବିତ୍ର ଦେବଭୂମି ସୁବର୍ଣ୍ଣପୁର।