ଏସପି ଶ୍ରୀ ରାହୁଲ ଜୈନ ପ୍ରଚେଷ୍ଟା ରେ ଆରମ୍ଭ ହେବାକୁ ଯାଉଛି ମେଗା ରକ୍ତ ଦାନ ଶିବିର

ଭାପୁର, ପ୍ରବାହ ନ୍ୟୁଜ୍ : ଶନିବାର ଦିନ ନୟାଗଡ ଏସପି ଶ୍ରୀ ରାହୁଲ ଜୈନ ଙ୍କ ପ୍ରଚେଷ୍ଟା ରେ ଏକ ମେଗା ରକ୍ତ ଦାନ ଶିବିର ନୟାଗଡ ଏସପି ଅଫିସ ଠାରେ ସକାଳ ଆଠ ଟା ଠାରୁ ଆରମ୍ଭ ହେବାକୁ ଯାଉଅଛି ଏଥିପାଇଁ ଏସପି ଶ୍ରୀ ଜୈନ ସମସ୍ତ ଜନ ସାଧରଣଙ୍କୁ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି l ଏସପି ଶ୍ରୀ ଜୈନ ନିଜର ପୋଲିସ ଅଫିସର ଦାୟିତ୍ୱ କୁ ସଠିକ ଭାବେ ତୁଲାଇବା ସହ ସାମାଜିକ କଲ୍ୟାଣ କାମ ପାଇଁ ହଉ ଵା ସାଧରଣ ଜନତା ଙ୍କ ସହ ମିଶିବା ଓ ଲୋକଙ୍କୁ ସହଯୋଗ କରିବା କାମ ପାଇଁ ବେଶ ଚର୍ଚ୍ଚା ରେ ଥାନ୍ତି ଯାହାକି ସ୍ଥାନୀୟ ଲୋକ ବହୁ ପ୍ରସଂଶା କରନ୍ତି l ଶ୍ରୀ ଜୈନ ଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ରକ୍ତ ଦାନ ଶିବିର ଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ନୟାଗଡ ବlସି ବେଶ ପ୍ରସଂଶା କରିଛନ୍ତି l