କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ମଲ୍ଟି ଏଜେନ୍ସି ସେଣ୍ଟରର କାର୍ଯ୍ୟକାରିତା ସମୀକ୍ଷା ପାଇଁ ବୈଠକ

ନୂଆଦିଲ୍ଲୀ, ପ୍ରବାହ ନ୍ୟୁଜ୍ : କେନ୍ଦ୍ର ସୁରକ୍ଷା ମନ୍ତ୍ରୀ ଶ୍ରୀ ଅମିତ ଶାହା ଗତକାଲି ଜୁଲାଇ 19 ତାରିଖ ଦିନ ନୂଆଦିଲ୍ଲୀରେ ଦେଶର ସୁରକ୍ଷା ଚ୍ୟାଲେଞ୍ଜ ଗୁଡ଼ିକର ମୁକାବିଲା ପାଇଁ ଆଇବି ର ମଲ୍ଟି ଏଜେନ୍ସି ସେଣ୍ଟର (MAC) ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ବିଭିନ୍ନ ସୁରକ୍ଷା ମୁଖ୍ୟ ତଥା ଆଇନ ଶୃଙ୍ଖଳା ଏଜେନ୍ସି ସହିତ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ତଥା ଅନ୍ୟାନ୍ୟ ଗୁପ୍ତଚର ତଥା ଏନଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକୁ ଜାତୀୟ ନିରାପତ୍ତା ଦିଗରେ Whole of the Government ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀ ନେଟୱାର୍କ ଏବଂ ସେମାନଙ୍କର ସହାୟକ ଇକୋ-ସିଷ୍ଟମକୁ ଭାଙ୍ଗିବା ତଥା ଦେଶର ସୁରକ୍ଷା ପ୍ରତି ବିପଦକୁ ଦୂର କରିବା ପାଇଁ ସେ ସମସ୍ତ ଏଜେନ୍ସି ମଧ୍ୟରେ ଅଧିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଦେଶର ସାମଗ୍ରିକ ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତି ଏବଂ ଆତଙ୍କବାଦ ବିରୋଧରେ ମୁକାବିଲାର ସମୀକ୍ଷା କରିବାବେଳେ ମଲ୍ଟି ଏଜେନ୍ସି ସେଣ୍ଟରରେ ଯୋଗଦାନ ବୃଦ୍ଧି କରିବା ଏବଂ ଏହାକୁ ଏକ ସମନ୍ୱିତ ପ୍ଲାଟଫର୍ମରେ ପରିଣତ କରିବା ପାଇଁ ଗୃହମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ କରିଥିଲେ l MAC ନିର୍ଣ୍ଣାୟକ ତଥା ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଆଇନ ପ୍ରଣୟନକାରୀ ସଂସ୍ଥା, ଡ୍ରଗ୍ ବିରୋଧୀ ଏଜେନ୍ସି, ସାଇବର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସିଗୁଡ଼ିକୁ ଏକତ୍ର କରିଥାଏ।
ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ MAC ଏହାର ଶେଷ ମାଇଲ୍ ପ୍ରତିକ୍ରିୟାକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ପ୍ରୋ-ଆକ୍ଟିଭ୍ ଏବଂ ରିୟଲ୍-ଟାଇମ୍ ସୂଚନା ବାଣ୍ଟିବାର ପ୍ଲାଟଫର୍ମ ଭାବରେ 24X7 କାର୍ଯ୍ୟ ଜାରି ରଖିବା ଆବଶ୍ୟକ |
ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ବିଗ୍ ଡାଟା ଏବଂ ଆର୍ଟିଫିସିଆଲ ଇଂଟଲ୍ଲିଜେନ୍ସ / ମେସିନ ଲାର୍ନିଙ୍ଗ ଚାଳିତ ଆନାଲିଟିକ୍ସ ଏବଂ ବୈଷୟିକ ପ୍ରଯୁକ୍ତି ବ୍ୟବହାର କରି ଆତଙ୍କବାଦ ଇକୋସିଷ୍ଟମକୁ ଭାଙ୍ଗିବା ପାଇଁ ଜାତୀୟ ସୁରକ୍ଷା ସହ ଜଡିତ ସମସ୍ତ ଏଜେନ୍ସିରୁ ଯୁବ, ବୈଷୟିକ ଦକ୍ଷ ଏବଂ ଉତ୍ସାହୀ ଅଧିକାରୀଙ୍କ ଏକ ଦଳ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଦୋହରାଇଛନ୍ତି ଯେ ନୂତନ ତଥା ଉଦୀୟମାନ ସୁରକ୍ଷା ଚ୍ୟାଲେଞ୍ଜର ସାମ୍ନାରେ ଆମ ପ୍ରତିକ୍ରିୟା ସର୍ବଦା ଗୋଟିଏ ପାଦ ଆଗରେ ରହିବା ଆବଶ୍ୟକ।
ଗୃହମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ MAC ସଂରଚନାର କାର୍ଯ୍ୟକାରିତା ବୃଦ୍ଧି ପାଇଁ ଏକ ପ୍ରମୁଖ ବୈଷୟିକ ତଥା କାର୍ଯ୍ୟକ୍ଷମ ପୁନଃ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ତୁରନ୍ତ ପ୍ରତିକ୍ରିୟା ଏବଂ ଇନପୁଟଗୁଡିକର କ୍ରିୟାତ୍ମକ ଅନୁସରଣ ମାଧ୍ୟମରେ ଏହି ପ୍ରୟାସକୁ ଆହୁରି ତ୍ୱରିତ କରିବାକୁ ସେ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରିଥିଲେ |